Videos
|
Politics

ବିଧାନସଭାରୁ BJP MLAଙ୍କୁ ଘୋଷାଡ଼ି ନେଲେ ମାର୍ଶଲ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଧାନସଭାରୁ BJP MLAଙ୍କୁ ଘୋଷାଡ଼ି ନେଲେ ମାର୍ଶଲ

Key Points

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମାନି ଗୃହ ଛାଡ଼ି ନଥିଲେ ଶଙ୍କର ଘୋଷ । ଆଉ ଶେଷରେ ଗୃହ ଭିତରୁ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଶାରିରୀକ ବଳ ପ୍ରୟୋଗ କରି ଘୋଷାଡ଼ି ନେଇଥିଲେ ମାର୍ଶଲ ।

କୋଲକାତା: ବିଧାନସଭାରେ ହାଇଡ୍ରାମା । ଶାସକ-ବିରୋଧୀ ମୁହାଁମୁହିଁ । ବଙ୍ଗାଳି ଦାଦନଙ୍କ ଉପରେ ଅତ୍ୟାଚାର ବିରୋଧରେ ମମତା ବାନାର୍ଜୀଙ୍କ ସଂକଳ୍ପକୁ ନେଇ ସରଗରମ ରହିଛି ପଶ୍ଚିମବଙ୍ଗ ବିଧାନସଭା । ଗୃହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତି ବେଳେ ପ୍ରତିବାଦ କରିଥିଲେ ବିଜେପି ବିଧାୟକ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବନର ବିରୋଧ କରିଥିଲେ ।


ଏହାରି ଭିତରେ ବାଚସ୍ପତି ନିର୍ଦ୍ଦେଶ ଦେଇ କହିଥିଲେ, ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଗୃହରେ ବିଶୃଙ୍ଖଳା ପାଇଁ ଦିନକ ଲାଗି ବିଧାନସଭା କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ । ଆଉ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମାନି ଗୃହ ଛାଡ଼ି ନଥିଲେ ଶଙ୍କର ଘୋଷ । ଆଉ ଶେଷରେ ଗୃହ ଭିତରୁ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଶାରିରୀକ ବଳ ପ୍ରୟୋଗ କରି ଘୋଷାଡ଼ି ନେଇଥିଲେ ମାର୍ଶଲ ।


ଏହା ପରେ ପ୍ରତିବାଦ କରୁଥିବା ବିଜେପି ବିଧାୟିକା ଅଗ୍ନିମିତ୍ରା ପାଉଲଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି । ଶଙ୍କରଙ୍କ ପରେ ଅଗ୍ନିମିତ୍ରାଙ୍କୁ ବି ମହିଳା ମାର୍ଶଲଙ୍କ ଦ୍ଵାରା ଗୃହରୁ ବାହାରକୁ ନିଆ ଯାଇଥିଲା । ମାର୍ଶଲଙ୍କ ସହାୟତାରେ ବିଧାୟକଙ୍କୁ ଗୃହରୁ ବାହାର କରିବା, ଏକାଧିକ ସଦସ୍ୟଙ୍କୁ ନିଲମ୍ବନ ନେଇ ଦିନ ତମାମ ବିଧାନସଭାରେ ହାଇଡ୍ରାମା ଲାଗି ରହିଥିବା ବେଳେ ବିଜେପି କହିଛି, ପଶ୍ଚିମବଙ୍ଗରେ ଗଣତନ୍ତ୍ର ମୃତ ।


ଏପରିକି ବିଜେପି ବିଧାୟକଙ୍କ ଉପରକୁ ଟ୍ରେଜେରୀ ବେଞ୍ଚରୁ ବୋତଲ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି- ବଙ୍ଗଳା ଭାଷା, ଗରିବ, ଦଳିତ ଓ ହିନ୍ଦୁ ବିରୋଧୀ ହେଉଛି ବିଜେପି । ଏଭଳି ଭାବେ ପଶ୍ଚିମବଙ୍ଗରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
High Drama in Bengal Assembly: BJP MLAs Suspended Over Protest | Argus News | Argus News