Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ,CBI ତଦନ୍ତ ଦାବି କଲେ ପରିବାର

Politics

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ,CBI ତଦନ୍ତ ଦାବି କଲେ ପରିବାର

Rashmita Mishra
Browse all articles by Rashmita Mishra
·1 year ago·1 min read
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ,CBI ତଦନ୍ତ ଦାବି କଲେ ପରିବାର

ଅର୍ଗସ ବ୍ୟୁରୋ: ପଲଟିଲେ ନବ ପରିବାର। ବିଜେଡି ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଖୁସ୍ ଥିଲେ, ଏବେ ସିବିଆଇ ଭରସା। ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିଛି ବଡ଼ ଟ୍ବିଷ୍ଟ । ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପରିବାର। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାରରେ ନବ ଦାସଙ୍କ ପୁଅ ବିଶାଲ ଦାସ, ତାଙ୍କ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଓ ମୋ ଭଉଣୀ ଅନୁରୋଧ କରିବୁ ସେମାନେ ଯଦି ଅମୁନତି ଦିଅନ୍ତି ତାହା ହେଲେ ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ହେଉ। ଦୁଇ ଦିନ ତଳେ ଦୀପାଲି ଦାସ କହିଥିଲେ ତାଙ୍କ ବାପାଙ୍କୁ ପୋଲିସ ଜରିଆରେ ହତ୍ୟା କରାଯାଇଛି। ଏବେ ବିଶାଲଙ୍କ ବୟାନଙ୍କୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ଏବେ ଭାଇ ଭଉଣୀଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଓ ବୟାନବାଜିକୁ ନେଇ ଉଠିଛି ବଡ଼ ପ୍ରଶ୍ନ...
2 ବର୍ଷ ଧରି କାହିଁକି ଚୁପ୍ ଥିଲେ ଦିପାଲୀ ଓ ବିଶାଲ ?
ରାଜନୈତିକ ଅଭିସନ୍ଧ ରଖି ଚୁପ୍ ରହିଥିଲେ କି ନବଙ୍କ ପରିବାର ?
ଏବେ ରାଜନୈତିକ ସମୀକରଣ ବଦଳିବା ପରେ ମୁହଁ ଖୋଲିଲେ କି ?
ସନ୍ଦେହ ଘେରରେ ପୂର୍ବ ନବୀନ ସରକାର
ତଦନ୍ତ ବାଟବଣା ନେଇ ପ୍ରଶ୍ନ ଉଠିଥିବା ବେଳେ କାହିଁକି କିଛି କହିନଥିଲେ ଦୀପାଲି ?
କାହିଁକି ବିଧାନସଭାରେ ସିବିଆଇ ତଦନ୍ତ କଥା ଉଠାଇନଥିଲେ ?
କାହା ସୁରକ୍ଷା ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର ?
ନବ ଦାସଙ୍କ ପରିବାର ଉପରେ କିଏ ପକାଇଥିଲା ଚାପ ?
କାହା ଜରିଆରେ ଗୁଳି ମରାଯାଅଇଛି କାହାକୁ ସନ୍ଦେହ କରୁଛନ୍ତି ଦୀପାଲି ?
ଯାହାକୁ ସନ୍ଦେହ କରୁଛନ୍ତି ତାଙ୍କ ନାଁ ନେବେ କି ଦୀପାଲି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-twist-in-former-minister-naba-das-murder-case-family-demands-cbi-investigation | Argus News