Bihar Election / ଭୋଟ୍ ଦେଉଛି ବିହାର... ସକାଳ ୯ଟା ସୁଦ୍ଧା ୧୩.୧୪% ମତଦାନ

Key Points
ସକାଳ ୯ଟା ସୁଦ୍ଧା ୧୩.୧୪% ମତଦାନ ।
୧୮ ଜିଲ୍ଲାର ୧୨୧ ଆସନରେ ଭୋଟ ଗ୍ରହଣ କରାଯାଉଛି ।
୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
ଭୋଟ୍ ଦେଉଛି ବିହାର । ସକାଳ ୯ଟା ସୁଦ୍ଧା ୧୩.୧୪% ମତଦାନ । ୧୮ ଜିଲ୍ଲାର ୧୨୧ ଆସନରେ ଭୋଟ ଗ୍ରହଣ କରାଯାଉଛି । ୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ ୪୫,୩୪୧ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୁରକ୍ଷା ପାଇଁ ୪,୫୦,୦୦୦ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ୍ ସିଟ୍ ରହିଛି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ୧୮ଜଣ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଆଜିର ପ୍ରଥମ ପର୍ଯ୍ୟାୟ ଭୋଟ୍ ତେଜସ୍ୱୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବ, ତେଜ ପ୍ରତାପ ଯାଦବ, ଅନନ୍ତ ସିଂହ, ରିତେଶ ପାଣ୍ଡେ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା ।
ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ମହୁଆ ଆସନ, ଏଠାରୁ ତେଜସ୍ୱୀଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢୁଛନ୍ତି । ମେଇଦାନରେ ଥିବା ଜେଡିୟୁର ୫୭ଜଣ, ବିଜେପିର ୪୮ଜଣ, ଏଲଜେପିର ୧୩ଜଣ, ମହାଗଠବନ୍ଧନରୁ ଆରଜେଡିା ୭୧, କଂଗ୍ରେସର ୨୪ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ହେଉଛି ।
ଏପଟେ ଆସନ୍ତା ୧୧ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ଏନଡିଏ ହେଭିୱେଟ୍ କରିଛନ୍ତି ଜୋରଦାର ପ୍ରଚାର । ଇଷ୍ଟ ଚମ୍ପାରଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାମେଣ୍ଟକୁ ତୀବ୍ର ସମାଲୋଚନା କରିବା ସହ ଜନତାଙ୍କୁ ଦେଖାଇଛନ୍ତି ବିହାର ବିକାଶର ଚିଠା । ସେହିପରି ବାଙ୍କ ଓ ଜାମୁଇରେ କଂଗ୍ରେସ-ଆରଜେଡି ଉପରେ ବର୍ଷିଚନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ବାରମ୍ବାର ଅପମାନିତ କରୁଥିବା ଇଣ୍ଡି ମେଣ୍ଟକୁ ବିହାର ଜନତା କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ରାଜନାଥ ।
ବିହାର ବାଜି ଜିତିବାକୁ ସବୁ ରାଜନୈତିକ ଦଳ ପ୍ରୟାସ ଜାରି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଜନସୁରାଜ ପାର୍ଟିକୁ ଲାଗିଛି ଜୋରଦାର ଝଟ୍କା । ମୁଙ୍ଗେର ଆସନରେ ଜନସୁରାଜ ପ୍ରାର୍ଥୀ ସଂଜୟ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଏପଟେ ତୁଟୁନି ମହାମେଣ୍ଟ କଳି । ଆସନ୍ତା ୧୪ ତାରିଖରେ ସାମ୍ନାକୁ ଆସିବ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ।
ଅଧିକ ପଢ଼ନ୍ତୁ ରାଜନୀତି ଖବର...
📱 Get Argus News App
✨Related Topics
Explore more stories