Bihar Assembly Election / ବିହାରରେ NDA ଆସନ ବୁଝାମଣା; ୧୦୧ ଲେଖାଏଁ ଆସନରେ ଲଢ଼ିବେ BJP, JDU

Key Points
ବିହାରରେ ବିଜେପି ୧୦୧ ଆସନରେ ଲଢ଼ିବ । ସେହିଭଳି ସହଯୋଗୀ ଜେଡିୟୁ ମଧ୍ୟ ସମାନ ୧୦୧ଟି ସିଟରେ ପ୍ରତିଦ୍ଵନ୍ଦ୍ଵୀତା କରିବ । NDAର ଅନ୍ୟ ସହଯୋଗୀ ଚିରାଗ ପାଶୱାନଙ୍କ LJP (R) ୨୯ଟି ଆସନ, ଉପେନ୍ଦ୍ର କୁଶୱାହାଙ୍କ RLM ୬ ଆସନରେ, ଜିତେନରାମ ମାଝୀଙ୍କ HAM ୬ ଆସନରେ ପ୍ରାର୍ଥୀ ଦେବ ।
ପାଟନା: ବିହାର ବିଧାନସଭା ନିର୍ବାଚନ ନେଇ NDAରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ନୂଆଦିଲ୍ଲୀରେ ମାରାଥନ ବୈଠକ ପରେ କେଉଁ ଦଳ କେତେ ଆସନରେ ପ୍ରାର୍ଥୀ ଦେବ ନିର୍ଦ୍ଧାରିତ ହୋଇଛି । ଏନେଇ ବିଜେପିର ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
हम एनडीए के साथियों ने सौहार्दपूर्ण वातावरण में सीटों का वितरण पूर्ण किया।
— Dharmendra Pradhan (@dpradhanbjp) October 12, 2025
BJP – 101
JDU – 101
LJP (R) – 29
RLM – 06
HAM – 06
एनडीए के सभी दलों के कार्यकर्ता और नेता इसका हर्षपूर्वक स्वागत करते हैं।
बिहार है तैयार,
फिर से एनडीए सरकार।#NDA4Bihar ✌️
ବିହାରରେ ବିଜେପି ୧୦୧ ଆସନରେ ଲଢ଼ିବ । ସେହିଭଳି ସହଯୋଗୀ ଜେଡିୟୁ ମଧ୍ୟ ସମାନ ୧୦୧ଟି ସିଟରେ ପ୍ରତିଦ୍ଵନ୍ଦ୍ଵୀତା କରିବ । NDAର ଅନ୍ୟ ସହଯୋଗୀ ଚିରାଗ ପାଶୱାନଙ୍କ LJP (R) ୨୯ଟି ଆସନ, ଉପେନ୍ଦ୍ର କୁଶୱାହାଙ୍କ RLM ୬ ଆସନରେ, ଜିତେନରାମ ମାଝୀଙ୍କ HAM ୬ ଆସନରେ ପ୍ରାର୍ଥୀ ଦେବ ।
ଏଥିସହ ପଢ଼ନ୍ତୁ: ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ
NDA ଆସନ ବୁଝାମଣା ଚୂଡ଼ାନ୍ତ ନେଇ ବିଜେପିର ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କହିଛନ୍ତି, "ଆମେ NDAର ସାଥୀମାନଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ଆସନ ଆବଣ୍ଟନ ସମ୍ପୂର୍ଣ୍ଣ କରିଛୁ ।"
📱 Get Argus News App
✨
୨୦୨୫ ବିଧାନସଭା ନିର୍ବାଚନରେ NDA ମେଣ୍ଟରେ ଥିବା ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରେ ଲଢ଼ିବେ । ଚିରାଗ ପାଶୱାନ ମଧ୍ୟ ତାଙ୍କ ସୋସିଆଲ୍ ମିଡିଆରେ NDA ସିଟ୍ ସେୟାରିଂ ତଥ୍ୟ ପୋଷ୍ଟ କରି ଲେଖିଛନ୍ତି, "ବିହାର ପ୍ରସ୍ତୁତ ଅଛି, ପୁଣି ଥରେ NDA ସରକାର ଆସୁଛି ।"
ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୧୭ ଅକ୍ଟୋବର ରହିଛି । ୧୮ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୬ରେ ଭୋଟିଂ ହେବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୧୭ ଅକ୍ଟୋବର ରହିଛି । ୧୮ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ସେହିପରି ବିହାର ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଛି । ୨୧ ଅକ୍ଟୋବରରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୩ ଅକ୍ଟୋବରରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ରେ ଭୋଟିଂ ହେବ ।
Related Topics
Explore more stories