Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD / ବିଜେଡ଼ିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା

Rashmita Mishra
Browse all articles by Rashmita Mishra
·10 months ago·2 min read
ବିଜେଡ଼ିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା

Key Points

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି ଲୋକମାନେ ନେବେ।

ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି ଲୋକମାନେ ନେବେ। ସେ ଆହୁରି ମଧ୍ୟ କହିଛନ୍ତି, ଲୋକେ ମୋତେ କହୁଛନ୍ତି ଯେ ମୁଁ ଯେଉଁ ଚିହ୍ନରେ ଛିଡ଼ା ହେବି, ସେମାନେ ସେହି ଚିହ୍ନକୁ ଭୋଟ ଦେବେ।

ଭୂପିନ୍ଦର ସିଂ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ଦେଶ ତଥା ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ ଭାବେ ନିର୍ବାହ କରୁନାହିଁ। “ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ଭାଜପା ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତେଣୁ ଲୋକେ ଏବେ କଂଗ୍ରେସ ଆଡ଼କୁ ମୁହାଁଇଛନ୍ତି,” । ଲୋକମାନେ ବିରୋଧୀ ଦଳଠାରୁ ଯେଉଁ ଆଶା ରଖୁଛନ୍ତି, ବିଜେଡି ତାହା ପୂରଣ କରିପାରୁନାହିଁ। “ବିଜେଡି ଯଦି ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଦାୟିତ୍ୱ ଠିକ ଭାବେ ର୍ନିବାହ ନ କରେ, ତେବେ କଂଗ୍ରେସ ରାଜ୍ୟରେ ଆହୁରି ଅଧିକ ବଢ଼ିବ,” ବୋଲି ସେ ଖୋଲା ମତ ଦେଇଛନ୍ତି।


ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ । ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି, କୌଣସି ବ୍ୟକ୍ତିର ନୁହଁନ୍ତି ଏଥିରେ ଦୁଇମତ ନାହିଁ । ଯିଏ ଯାହା କହୁଛି ତାହା ବିଭିନ୍ନ ଘଟଣାକୁ ଦେଖିବା ପରେ ହିଁ କହୁଛନ୍ତି । ସମସ୍ତଙ୍କୁ ନେଇ ନିଷ୍ପତ୍ତି ନିଆଗଲେ ତାହା କେବେ ବି ଭୁଲ ହୁଅନ୍ତା ନାହିଁ । ଯେତେବେଳେ ଦଳ କିଛି ଜଣଙ୍କ ଦ୍ଵାରା ପରିଚାଳିତ ହେବ ତାହେଲେ ନିଶ୍ଚିତ ଭାବେ ଅସନ୍ତୋଷ ଆସିବ। ତାହା ଦଳ ପାଇଁ କ୍ଷତି କାରକ ବି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ବୟାନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ଯେ ଭୂପିନ୍ଦର ସିଂ ଖୁବ ଶୀଘ୍ର ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି। ତେବେ, ଏ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କିଛି କହିନାହାଁନ୍ତି। ତାଙ୍କର ଏହି ବୟାନ ଓଡ଼ିଶାର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର...


Sponsored
BJD | Argus News | Argus News