Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ବିଜେଡି ପ୍ରତି ତୁଟୁଛି ଭରସା,ବିଜେପିରେ ମିଶିବାକୁ ଲମ୍ବୁଛି ତାଲିକା:ମନମୋହନ

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡି ପ୍ରତି ତୁଟୁଛି ଭରସା,ବିଜେପିରେ ମିଶିବାକୁ ଲମ୍ବୁଛି ତାଲିକା:ମନମୋହନ

ଅର୍ଗସ ବ୍ୟୁରେ:ବିଜେଡିକୁ ଆଉ ଭରସା ପାଉନି ନେତାଙ୍କର,ଛାଡୁଛନ୍ତି ନବୀନଙ୍କ ହାତ। କ୍ଷମତା ପାଇଁ କୁଆଡେ ବିଜେଡି ହେଉଛି ଛଟପଟ,କ୍ଷମତା ଗଲା ପରେ  ପାଣି  ବିନା ମାଛ ଭଳି ବିଜେଡିର ଅବସ୍ଥା,୨୪ ବର୍ଷ ଶାସନ କଲେ ତଥାପି ଅଣ୍ଟିଲାନି କ୍ଷମତା। ନବୀନଙ୍କୁ ହଟାଇ ବିଜେପି ସରକାର ଓଡ଼ିଶାରେ ଶାସନ କରୁଛି ଏକଥାକୁ ସହିପାରୁ ନାହାନ୍ତି ବିଜେଡି ନେତା,ତୁଟୁନି କ୍ଷମତା ନିଶା। ବିଜେଡି ଯେଉଁ ଗାତ ଖୋଲିଛି, ନିଜେ ସେହି ଗାତରେ ପଡିବ ବୋଲି କହିଥିଲେ ମନମୋହନ । କେବଳ ଏତିକି ନୁହେଁ ବିଜେଡି ଖାଲି ହୋଇଯିବା କଥା ମନମୋହନ କହିବା ପରେ ରାଜ୍ୟ ରାଜନୀତିରେ ହେଉଛି ହଲଚଲ । ଗଡ଼ ରକ୍ଷା କରିବାରେ ବି ସାମର୍ଥ୍ୟ ହେଉନାହାନ୍ତି ନବୀନ,କାରଣ ନବୀନଙ୍କ ନିର୍ବାଚନମଣ୍ଡଳୀରୁ ଅନେକ ପଂଚାୟତସ୍ତରର କର୍ମୀ ଏବେ ବିଜେଡି ଛାଡି ବିଜେପିରେ ମିଶିଲେଣି । ସେପଟେ ବିଜେଡି କିନ୍ତୁ ଛାଡିନି ମୁହଁ ଫୁଟାଣି,କହିଛି ଯିଏ ଯାଉଛନ୍ତି ଯାଆନ୍ତୁ, କିଛି ଫରକ୍ ପଡିବନି । ଏପଟେ କିନ୍ତୁ ଲମ୍ବୁଛି ବିଜେଡି ଛାଡୁଥିବା ନେତାଙ୍କ ତାଲିକା। 
 ମନମୋହନ କହିଛନ୍ତି ବିଜେଡିର ୨୦ ଜିଲ୍ଲାର ନେତାଙ୍କ ଲମ୍ବା ତାଲିକା ଆମ ପାଖରେ ଅଛି ,ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ଅନେକ ବଡ଼ ବିଜେଡ଼ି ନେତା ବୋଲି ମଧ୍ୟ କହିଦେଲେ । ମନମୋହନଙ୍କୁ ଜବାବ ଦେଇଛନ୍ତି ବିଜେଡି ନେତା ଗଣେଶ୍ବର ବେହେରାବିଜେପି  ରାଜ୍ୟସଭାପତିଙ୍କ ସ୍ବରରେ ସ୍ବର ମିଶାଇ ବିଧାୟକ ସନାତନ ବିଜୁଳି କହିଥିଲେ ବିଜେଡିକୁ ଭାଙ୍ଗିବାକୁ ପଡିବନି ସେ ଆପେ ଆପେ ଭାଙ୍ଗିଯିବ ଜବାବରେ ବିଜେଡ଼ି କହିଛି, ଯଦି କେହି ବିଜେପିରେ ମିଶିବା ପାଇଁ ଆବେଦନ କରିଛି, ତାଙ୍କୁ ସେମାନେ ତୁରନ୍ତ ମିଶାଇ ଦେଉନାହାନ୍ତି କାହିଁକି ।  ରାଜନୈତିକ ସମୀକ୍ଷକଙ୍କ କହିବା କଥା ବିଚାରଧାରା ଆଧାରିତ ଦଳ ନୁହେଁ ବିଜେଡି ଯିଏ ଜିତେ ସିଏ ବିଜେଡିର ବୋଲି ଦଳ କୁହେ

୨୪ ନର୍ବାଚନରେ ଗାଦି ହରାଇବା ପରେ ବାଟବଣା ହୋଇଛି କି ବିଜେଡି ? ଆଉ ନବୀନଙ୍କ ନେତୃତ୍ଵ ଉପରେ ଭରସା କରିପାରୁନାହାନ୍ତି କି କର୍ମୀ ଓ ନେତା ? ଦୁଇ ରାଜ୍ୟସଭା ସାଂସଦ ଦଳ ଛାଡିଲେ । ବିଜେଡିରେ ଅନ୍ତଃକନ୍ଦଳ ତୀବ୍ର ହେଲାଣି । ଗାଁ ଠୁ ସହର, ପଞ୍ଚାୟତରୁ ପୌର ଯାଏଁ । ସବୁଠି ମେଳି ବାନ୍ଧିଲେଣି ଭିନ୍ନ ଭିନ୍ନ ଗୋଷ୍ଠୀ । ଦଳ ବିରୋଧରେ ବିଷ ଓଗାଳୁଛନ୍ତି ନେତା,ଏଭଳି ପରିସ୍ଥିତିରେ ଆଗକୁ ବିଜେଡିର ଭବିଷ୍ୟତ କଣ ହେବ,ନବୀନଙ୍କ ପରେ କିଏ ଧରିବ ମଙ୍ଗ,ଭରସା କରିପାରିବେ ତ ଜନତା, ଅନେକ ରାଜ୍ୟରେ ଦେଖାଯାଇଛି ଆଞ୍ଚଳିକ ଦଳମାନ ତାଙ୍କ ଅସ୍ତିତ୍ବ ହରାଇ ଲୋପ ମଧ୍ୟ ପାଇଯାଇଛନ୍ତି,ତେବେ ଆଗକୁ ରହିବ ତ ବିଜେଡି,ଏନେଇ ସାଧାରଣରେ ଚର୍ଚ୍ଚା  ଜୋର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD is losing hope, the list is longing to join BJP: Manmohan | Argus News