ଶ୍ରୀମୟୀଙ୍କୁ ମନ୍ମଥଙ୍କ ଟାର୍ଗେଟ୍, କହିଲେ ଯୁଆଡେ ଯିବେ ଘର ଭାଙ୍ଗିବେ

Key Points
'ମର୍ଡନ ଯୁଗ ର ମନ୍ଥରା ଏ ଭଳି ନେତ୍ରୀ'
'ଯେଉଁଠି ଯିବେ ଘର ଭାଙ୍ଗିବେ'
'ଭଦ୍ର ଶିକ୍ଷା ପାଇଥିଲେ ଏଭଳି ଭାଷା କୁହନ୍ତେ ନାହିଁ'
ନା ନ ନେଇ ଶ୍ରୀମୟୀଙ୍କୁ କଡା ଟାର୍ଗେଟ କଲେ ବିଜେଡି ନେତା ମନ୍ମଥ ରାଉତରାୟ । ମଡର୍ଣ୍ଣ ଯୁଗର ମନ୍ଥରା ଏ ଭଳି ନେତ୍ରୀ । ଯେଉଁଠି ଯିବେ ଘର ଭାଙ୍ଗିବେ । ଭଦ୍ର ଶିକ୍ଷା ପାଇଥିଲେ ଏଭଳି ଭାଷା କୁହନ୍ତେ ନାହିଁ । ପୂର୍ବରୁ 4 ଟି ବିଭାଗର ବିଭିନ୍ନ ପଦବୀ ପାଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପଦବୀରେ ମଧ୍ୟ ରହିଛନ୍ତି । ଶଙ୍ଖ ଭବନରେ ଘଟିଥିବା କିଛି ଘଟଣାର କିଛି ଭିଡିଓ ଆମ ପାଖରେ ଅଛି । ସେହି ଭିଡିଓ ଛାଡିଲେ କେତେ ତଳ ସ୍ତରର ଏ ମହିଳା ସମସ୍ତେ ଜାଣିବେ । ଆଗରୁ ବିଜେଡି ଏହି ନେତ୍ରୀଙ୍କୁ ଖୁଆଇ ଦଉଥିଲା । ଏ ଭଳି ସ୍ୱାର୍ଥପର ନେତ୍ରୀଙ୍କୁ ଗଣମାଧ୍ୟମ ଅଧିକ ସମୟ ନ ଦେଉ ବୋଲି କହିଛନ୍ତି ମନ୍ମଥ ରାଉତରାୟ ।
ତେବେ ଆଜି ସାକଳେ ଶ୍ରୀମୟୀ ସୋସିଆଲ ମିଡିଆରେ ଭଣ୍ଡ ସନ୍ନ୍ୟାସର ଉପାଖ୍ୟାନ ପୋଷ୍ଟ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେହିପରି ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ଜବାବ ରଖିଲେ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ ବୋଲି କହିଛନ୍ତି ପ୍ରମିଳା ।
📱 Get Argus News App
✨ଅନ୍ୟପଟେ କିଛି ଦିନ ତଳେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନର ଆଖ୍ୟା ଦେଇ ଶଙ୍ଖ ସଭାପତି ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ଯାହାକୁ ନେଇ ଦଳରେ ତୁମ୍ବି ତୋଫାନ ଦେଖା ଦେଇଥିଲା । ଆଉ ଏଥର ପୁଣି ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଲେଖି ପରୋକ୍ଷରେ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ୍ । ପୂର୍ବରୁ ମହାଭାରତ ଏବେ ପ୍ରକାଶ ଝାଙ୍କ OTT ୱେବସିରିଜ ନେଇ ପରୋକ୍ଷରେ ପାଣ୍ଡିଆନଙ୍କ ମିଛ ସନ୍ନ୍ୟାସୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ । ଏଇ କିଛି ଦିନ ତଳେ ଓଟିଟି ପ୍ଲାଟଫର୍ମରେ ଦେଖିଥିବା ୱେବ୍ ସିରିଜ୍ କୁ ବଖାଣିଛନ୍ତି ଶ୍ରୀମୟୀ । ତାଙ୍କ କହିବା କଥା ଓ୍ବେବ୍ ସିରିଜ୍ ଟି ସନ୍ନ୍ୟାସ ଓ ସନ୍ନ୍ୟାସୀ ଉପରେ ଆଧାରିତ ଥିଲା । ବର୍ତ୍ତମାନ ଆମ ସମାଜରେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ବାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପର ମୁହୁର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ତେବେ ଶ୍ରୀମୟୀଙ୍କ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ନେଇନଥିଲେ ମଧ୍ୟ କାହାକୁ ଇଙ୍ଗିତ କରୁଛନ୍ତି ତାହା ବୁଝିଲା ଲୋକ ଠିକ୍ ବୁଝୁଛନ୍ତି ।