Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସବୁ ସାରିଦେଲେ ଶ୍ରୀମୟୀ

Smruti Parija
Browse all articles by Smruti Parija
·10 months ago·2 min read
ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସବୁ ସାରିଦେଲେ ଶ୍ରୀମୟୀ

Key Points

ଶ୍ରୀମୟୀଙ୍କ ମହାଭାରତ ଉପାଖ୍ୟାନକୁ ନେଇ ବିଜେଡିରେ କମ୍ପନ
ଧୃତରାଷ୍ଟ୍ର ଓ ଦୁର୍ଯ୍ୟଧନ କହି ପରୋକ୍ଷରେ ନବୀନ, ପାଣ୍ଡିଆନଙ୍କୁ କଲେ ଟାର୍ଗେଟ
ନବୀନଙ୍କୁ ଅଯୋଗ୍ୟ ରାଜାର ଆକ୍ଷା ଦେଇ ଲେଖିଲେ ଇତିହାସ କେବେ ବି ଦେବନି କ୍ଷମା
ଭିଡ଼ିଓ ବାର୍ତ୍ତାରେ ବି ଜଗତେ ଜନେ ହସିବାର ରଖିଲେ ଉଦାହରଣ

ଯୁବ, ଛାତ୍ର ଓ ମହିଳା ଟିମ କୁ ସମ୍ବର୍ଦ୍ଧିତ କରୁଥିଲା ବିଜେଡି । ସୋସିଆଲ ମିଡ଼ିଆ ପୋଷ୍ଟ କରି ସବୁ ସାରିଦେଲେ ଶ୍ରୀମୟୀ । ବିଜେଡି ଅନ୍ତଃ କନ୍ଦଳର ଖୋଲିଦେଲେ ପୋଲ । ମହାଭାରତ ଉପାଖ୍ୟାନ ରଖି ଶଙ୍ଖପତିଙ୍କୁ ପରୋକ୍ଷରେ ଦେଲେ ଧୃତରାଷ୍ଟ୍ରର ଆଖ୍ୟା । ପାଣ୍ଡିଆନଙ୍କୁ ବି ଦୁର୍ଯ୍ୟୋଧନ ବୋଲି କହି କଲେ ଟାର୍ଗେଟ । ଆହୁରି ଲେଖିଛନ୍ତି ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯୋଧନ ପ୍ରତି ଅନ୍ଧ ପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ ।


ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନିରବତା ଦୁଃଖଦ ପରିଣାମ ଆଣିଥାଏ । ନବୀନଙ୍କ ନୂଆ ମହିଳା ବ୍ରିଗେଡ଼ ରେ ଥିବା ଶ୍ରୀମୟୀ ମିଶ୍ର ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହି କରିଥିବା ଏଭଳି ପୋଷ୍ଟ କୁ ନେଇ ଦୋହଲି ଯାଇଛି ଶଙ୍ଖ ଶିବିର । ଦଳୀୟ କନ୍ଦଳ ଜଳ ଜଳ ଦିଶିବା ପରେ ପ୍ୟାଚ ପକା ଉଦ୍ୟମ କରିଛନ୍ତି ମହିଳା ସଭାନେତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ମହିଳା ଜନତା ଦଳ ନୁହେଁ ଯୁବ, ଛାତ୍ର ଜନତା ଦଳରେ ବି ତୀବ୍ର ହୋଇଛି ଗୋଷ୍ଠୀ କନ୍ଦଳ । ସମ୍ବର୍ଦ୍ଧନା ସଭା ରୁ ଦୁରେଇ ରହିଛନ୍ତି ଅନେକ ଆଗ ଧାଡ଼ିର ଯୁବ ଛାତ୍ର ନେତା । ପୂର୍ବରୁ ମେଳି ବାନ୍ଧି ବିଦ୍ରୋହର ଡ଼ାକରା ଦେଇଥିବା ନେତା ଆଜି ଅନୁପସ୍ଥିତ ରହିଛନ୍ତି । ଏ ସବୁ ଭିତରେ ଦଳର ଛାତ୍ର ନେତା ହରିଶଙ୍କର ରାଉତଙ୍କ ବୟାନ ବି ବିଜେଡିରେ ବିସ୍ଫୋରଣ କରିଛି । ମହିଳା ସଭାନେତ୍ରୀଙ୍କ ଭଳି ଛାତ୍ର ସଭା ନେତ୍ରୀ ବି ପ୍ୟାଚ ପକ୍କା ଉଦ୍ୟମ କରିଛନ୍ତି ।


ଶ୍ରୀମୟୀ ମିଶ୍ରଙ୍କ ପୂର୍ବରୁ ଅରୁଣ ସାହୁ, ଅଶୋକ ପଣ୍ଡା, ବଦ୍ରୀ ପାତ୍ର , ଭୁପିନ୍ଦର ସିଂହ , ପ୍ରଫୁଲ୍ଲ ସାମଲ ଓ ଦେବାଶିଷ ସାମନ୍ତରାୟ ବି ଦଳର ପରିଚାଳନାକୁ ଉଠାଇଛନ୍ତି ପ୍ରଶ୍ନ । ପ୍ରତ୍ୟେକ୍ଷ ହେଉ କି ପରୋକ୍ଷ ଭାବେ ପାଣ୍ଡିଆନଙ୍କୁ ସମସ୍ତେ କରିଛନ୍ତି ଟାର୍ଗେଟ । ଚର୍ଚ୍ଚା ହେଉଛି ନବୀନ ଅସୁସ୍ଥ ପରେ ବିଜେଡିରେ ଫାଟ ଅଧିକ ବଢ଼ିଛି । ନବୀନଙ୍କ ଅସୁସ୍ଥତା ଦର୍ଶାଇ ପାଣ୍ଡିଆନ ଦମ୍ପତିଙ୍କ ହାକିମାତିକୁ ମାନିବାକୁ ଆଉ ପ୍ରସ୍ତୁତ ନୁହଁନ୍ତି ବିଜେଡି ନେତା ।

Sponsored
bjd-leader-shreemayee-mishra-has-stirred-a-debate-in-odisha-politics | Argus News