Videos
|
Politics

ପ୍ରଫୁଲ୍ଲଙ୍କ ନିଲମ୍ବନକୁ ବରିଷ୍ଠ ବିଜେଡି ନେତାଙ୍କ ନାପସନ୍ଦ, କହିଲେ 'ଆଲୋଚନା ହେବା ଉଚିତ'

Sushanta Sahoo
Browse all articles by Sushanta Sahoo
·10 months ago·2 min read
ପ୍ରଫୁଲ୍ଲଙ୍କ ନିଲମ୍ବନକୁ ବରିଷ୍ଠ ବିଜେଡି ନେତାଙ୍କ ନାପସନ୍ଦ, କହିଲେ 'ଆଲୋଚନା ହେବା ଉଚିତ'

Key Points

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଦ୍ମନାଭ ବେହେରା । ସେ କହିଛନ୍ତି, 'ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ । ମୁଁ ବିଲକୁଲ୍ ବି ଏ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହିଁ ।'

ଭୁବନେଶ୍ଵର: ନିଲମ୍ବନ ନୁହେଁ ସଠିକ୍ ନିଷ୍ପତ୍ତି । ଦଳରେ ହେଉ ଆଲୋଚନା । ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡି ନିଲମ୍ବିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଦ୍ମନାଭ ବେହେରା । ସେ କହିଛନ୍ତି, 'ପ୍ରଫୁଲ୍ଲ ମିଡିଆରେ କିଛି ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ । ମୁଁ ବିଲକୁଲ୍ ବି ଏ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହିଁ ।'


ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, 'ଦଳରେ ଯେଉଁମାନେ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝାସୁଝା କରିବା କଥା । ସରକାରରେ ରହି ଦଳ ଚଳାଇବା ଓ ବିରୋଧୀରେ ବସି ଦଳ ଚଳାଇବା ଭିତରେ ଫରକ ଅଛି । ମୁଁ ଶଙ୍ଖ ଭବନ ଯାଇଥିଲି, ନେତୃତ୍ୱମାନଙ୍କ ସହ ଆଲୋଚନା କରିଛି । ସଭାପତିଙ୍କ ସହ ଆଲୋଚନା କରି ପାରିନି । ଦିଲ୍ଲୀରୁ ଆସିଲେ ସଭାପତିଙ୍କୁ ଭେଟି ଆଲୋଚନା କରିବି ।


ଏଥିସହ ପଢ଼ନ୍ତୁ: BJDକୁ ଧୋଇଲେ ପ୍ରଫୁଲ୍ଲ ମଲ୍ଲିକ, ପଚାରିଲେ 'ଇସ୍ତଫା ଦେବା ପରେ କେମିତି ହୁଏ ନିଲମ୍ବନ'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଭାପତିଙ୍କ ସହ ଆଲୋଚନା କରିବୁ, ଛୋଟିଆ ଛୋଟିଆ ଘଟଣାରେ ଏମିତି କାର୍ଯ୍ୟାନୁଷ୍ଠାନ ନେବା ଠିକ୍ ନୁହେଁ । କାର୍ଯ୍ୟାନୁଷ୍ଠାନ, ଉଚିତ ମନେ ହେଉ ନାହିଁ । ତାଙ୍କୁ ବୁଝା ସୁଝା କରି ଦଳ ଭିତରେ ରଖା ଯିବା ଦରକାର । ଶୃଙ୍ଖଳା କମିଟି ଦ୍ୱାରା ଆଲୋଚନା କରାଇ ସେମାନଙ୍କୁ ରଖି ପାରିଲେ ଦଳ ପାଇଁ ତାହା ଭଲ ହେବ । ଯେଉଁମାନେ ବି କହୁଛନ୍ତି, ସେମାନେ ବାହାରେ ନ କହିକି ସଭାପତିଙ୍କ ସହ ଆଲୋଚନା କରିବା ଦରକାର ।


'ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ରହିବା ଉଚିତ । ଯାହାର ମନ ଉଣା ଅଛି ସେମାନେ ସଭାପତିଙ୍କ ସହ ଆଲୋଚନା କରନ୍ତୁ । ଆଉ ସଭାପତି ଯାହାଙ୍କର ମନ ଉଣା ଥିବା ଦେଖୁଛନ୍ତି ସେମାନଙ୍କୁ ଡାକି କି ନିଜ ଆଡ଼ୁ ଆଲୋଚନା କରିବାର ଆବଶ୍ୟକତା ରହିଛି ।' ଏଭଳି ମନ୍ତବ୍ୟ ଦେଇ ବିଜେଡିର ଭିତିରି ଗୁମରକୁ ପଦାରେ ପକାଇ ଦେଇଛନ୍ତି ପଦ୍ମନାଭ ।


ଅର୍ଥାତ୍ ବିଜେଡିରେ ଏବେ ଯାହା ଚାଲିଛି, ଯାହା ହେଉଛି । ସେ ସବୁ ସଭାପତିଙ୍କ ଅଜାଣତରେ ହେଉଥିବା ପରୋକ୍ଷରେ ସୂଚାଇ ଦେଇଛନ୍ତି ପଦ୍ମନାଭ ବେହେରା । କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ପଦ୍ମନାଭ ଆଲୋଚନା ମାଧ୍ଯମରେ ସମାଧାନ ହେବା ଉଚିତ ବୋଲି କହିଛନ୍ତି । କିନ୍ତୁ ଶୁକ୍ରବାର ଦଳରୁ ନିଲମ୍ବନ ପରେ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, 'ମୋତେ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ନାହିଁ । ହଠାତ୍ ନିଲମ୍ବନ କରାଯାଇଛି ତା'ବି ମୁଁ ଇସ୍ତଫା ପତ୍ର ଦେବା ପରେ ।'


ପ୍ରଫୁଲ୍ଲ ସାମଲ ଶୁକ୍ରବାର ଦେଇଥିବା ମନ୍ତବ୍ୟ ଓ ଶନିବାର ପଦ୍ମନାଭ କହିଥିବା କଥା ଗୋଟିଏ ଦିଗକୁ ହିଁ ସୂଚାଉଛି । ବିଜେଡିରେ ସବୁ କିଛି ଠିକ୍ ନାହିଁ ।

Suspension Not the Solution, Says Padmanabh Behera on Prafulla Mallik's Ouster from BJD | Argus News | Argus News