Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ହଂସିତା ଓ ଅନୀଲଙ୍କୁ ଅହେତୁକ ଅନୁକମ୍ପା ଦେଉଥିଲେ ବିଜେଡି ନେତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହଂସିତା ଓ ଅନୀଲଙ୍କୁ ଅହେତୁକ ଅନୁକମ୍ପା ଦେଉଥିଲେ ବିଜେଡି ନେତା

ଅର୍ଗସ ବ୍ୟୁରୋ:  ହଂସିତାଙ୍କ ବିଜେଡି ନେତାଙ୍କ ସମ୍ପର୍କ ଥିବା କହିଲା ବିଜେପି। ହଂସିତା ଓ ଅନୀଲଙ୍କୁ ଅହେତୁକ ଅନୁକମ୍ପା ଦେଉଥିଲେ ତତ୍କାଳୀନ ବିଜେଡି ସରକାରର ଜଣେ ପାୱାରଫୁଲ ମନ୍ତ୍ରୀ । କଳାହାଣ୍ଡିର ସେହି ମନ୍ତ୍ରୀଙ୍କ ସମୟରେ ପ୍ରବଳ କାମ ପାଇଛନ୍ତି ହଂସିତା ଓ ଅନୀଲ । ବିଜେଡିର ଉକ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପରୋକ୍ଷରେ ପ୍ରଦୀପ ଦିବ୍ୟଶଙ୍କର ମିଶ୍ରଙ୍କ ଆଡକୁ ଇସାରା କରିଛନ୍ତି ।


ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ସ୍କାନରରେ ଥିବା ବଡ଼ବଡ଼ିଆ ମାନେ ଜେରା ହେବେ ନା ଖସିଯିବେ, ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ବହୁ ନେତା, ବଡ଼ ବଡ଼ ବ୍ୟବସାୟୀ ଥିଲେ । କିନ୍ତୁ ସେତେବେଳେ କାହାରିକୁ ମଧ୍ୟ ଜେରା ପାଇଁ ଡକାଯାଇନଥିଲା । ତେଣୁ ଏବେ ମଧ୍ୟ ସେହିଭଳି ଖସିଯିବେ ନାହିଁ ତ ? ନା ସେମାନଙ୍କୁ ଡାକି ଜେରା କରିବ ଆୟକର ବିଭାଗ ତାକୁ ନେଇ ବଡ ପ୍ରଶ୍ନ ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
BJD leaders were showing immense sympathy to Hansita and Anil | Argus News