Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୋଟ୍ ବ୍ୟାଙ୍କ ରାଜନୀତି ନାଁରେ ଭଦ୍ରକବାସୀଙ୍କୁ ଭୁଆଁ ବୁଲାଇଥିଲା ବିଜେଡି

Politics

ଭୋଟ୍ ବ୍ୟାଙ୍କ ରାଜନୀତି ନାଁରେ ଭଦ୍ରକବାସୀଙ୍କୁ ଭୁଆଁ ବୁଲାଇଥିଲା ବିଜେଡି

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୋଟ୍ ବ୍ୟାଙ୍କ ରାଜନୀତି ନାଁରେ ଭଦ୍ରକବାସୀଙ୍କୁ ଭୁଆଁ ବୁଲାଇଥିଲା ବିଜେଡି

Key Points

ସାମ୍ନାକୁ ଆସିଲା ଭଦ୍ରକ ଇନଡୋର ଷ୍ଟାଡିୟମ କେଳେଙ୍କାରୀ ପଛର ସତ
ବିଜେଡି ନେତା ଓ ଠିକାଦାରଙ୍କୁ ପୋଷିବାକୁ କରିଥିଲେ 10 କୋଟିର ଷଡ଼ଯନ୍ତ୍ର !
ରାସ୍ତା କି ବିଦ୍ୟୁତ୍ ସଂଯୋଗ ନ ଥାଇ ଷ୍ଟାଡିୟମ୍ ନିର୍ମାଣ ପାଇଁ କେମିତି ମିଳିଲା ମଞ୍ଜୁରୀ ?
ଖେଳାଳିଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ପାଇଁ କିଏ ଦାୟୀ ?



ବିଜେଡି ଶାସନରେ ଦୁର୍ନୀତି କେମିତି ଚରମ ସୀମାରେ ପହଞ୍ଚିଥିଲା ତାର ପ୍ରମାଣ ହେଉଛି ଭଦ୍ରକର ଇନଡୋର ଷ୍ଟାଡିୟମ୍ । ଦଳୀୟ ନେତା ଓ ଠିକାଦାରଙ୍କୁ ପୋଷିବାକୁ ବିଜେଡି ଶାସନରେ କେମିତି ହେଉଥିଲା ଷଡ଼ଯନ୍ତ୍ର ତାର ପ୍ରମାଣ ହେଉଛି ଏହି ଷ୍ଟାଡିୟମ । ରାଜ୍ୟରେ କ୍ରୀଡ଼ା ବିକାଶ ନାଁରେ ବିଜେଡି ନେତା କେମିତି କରୁଥିଲେ କୋଟି କୋଟି ଟଙ୍କାର କେଳେଙ୍କାରୀ ଭଦ୍ରକର ଏହି ଷ୍ଟାଡିୟମ ହେଉଛି ତାର ପ୍ରମାଣ । ବିଜେଡି ସରକାର ଅମଳରେ ଭଦ୍ରକ ପୌରପାଳିକା ଅଧୀନ ବାଗୁରାଇଠାରେ ନିର୍ମାଣ କରାଯାଇଥିଲା ଇନଡୋର ଷ୍ଟାଡିୟମ। ଖର୍ଚ୍ଚ ହେଲା 10 କୋଟି ଟଙ୍କା। କିନ୍ତୁ ବିଡ଼ମ୍ବନା ଏ ଷ୍ଟାଡିୟମକୁ ଯିବା ପାଇଁ ରାସ୍ତା ନାହିଁ । ବିଦ୍ୟୁତ୍ ସଂଯୋଗ ବି ନାହିଁ। ନିର୍ମାଣ ସରିବାର ଦୀର୍ଘ ଦିନ ପରେ ବି ଏହାକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇନାହିଁ ।

ରାଜ୍ୟରେ କ୍ରୀଡ଼ାର ବିକାଶ ନାଁରେ ବହୁ ପ୍ରଚାର କରିଥିଲେ ବିଜେଡି ସରକାର । 693 କୋଟି ଟଙ୍କା ବ୍ୟୟରେ 89ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସେଥିରୁ ଗୋଟିଏ ଥିଲା ଭଦ୍ରକର ଇନଡୋର ଷ୍ଟାଡିୟମ। ଯାହା ପାଇଁ ବଡ଼ ପ୍ରତିଶ୍ରୁତି ଦେଇଥିଲେ ଭଦ୍ରକର ତତ୍କାଳୀନ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ। କିନ୍ତୁ ଅଭିଯୋଗ ସଞ୍ଜିବଙ୍କ ଉଦ୍ୟମରେ ହୋଇଥିବା ଏହି ଷ୍ଟାଡିୟମ ଦ୍ବାରା ଭଦ୍ରକରେ କ୍ରୀଡ଼ାର ବିକାଶ ନୁହେଁ ବରଂ କେବଳ ମାଲାମାଲ୍ ହେଲେ ବିଜେଡି ନେତା ଓ ଠିକାଦାର। ଜିଲ୍ଲାରେ ଖେଳାଳିଙ୍କୁ ସୁବଧା ଓ ପ୍ରୋତ୍ସାହନ ମିଳିବା ପାଲଟିଲା ସାତସପନ । ଖୁବ୍ ଶୀଘ୍ର ଇନଡୋର ଷ୍ଟାଡିୟମକୁ ରାସ୍ତା ଖୋଲାଯିବ ବୋଲି ମାସକ ତଳେ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନେଇନାହିଁ ପ୍ରଶାସନ।

ଭୋଟ୍ ବ୍ୟାଙ୍କ ରାଜନୀତି ନାଁରେ ଭଦ୍ରକବାସୀଙ୍କୁ ଭୁଆଁ ବୁଲାଇଥିଲା ବିଜେଡି । ଏବେ ବିଜେପି ସରକାରରେ ବି ଏଯାଏଁ ଅନିଶ୍ଚିତତାରେ ରହିଛି ଏହି ଷ୍ଟାଡିୟମର ଭବିଷ୍ୟତ । ତୁରନ୍ତ ରାସ୍ତା, ବିଦ୍ୟୁତ୍ ସଂଯୋଗ ସହ ଷ୍ଟାଡିୟମରେ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି କ୍ରୀଡ଼ାବିତ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bjd-misled-the-people-of-bhadrak-in-the-name-of-vote-bank-politics | Argus News