Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ପାଣ୍ଡିଆନଙ୍କ ଉପରେ ପୁଣି ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ

Smruti Parija
Browse all articles by Smruti Parija
·10 months ago·2 min read
ପାଣ୍ଡିଆନଙ୍କ ଉପରେ ପୁଣି ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ

Key Points

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଦେବାଶିଷ
ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନ ଜଣାଇବା ନେଇ କଲେ ଟାର୍ଗେଟ୍

ଦଳୀୟ ନେତା ଓ ରାଜ୍ୟବାସୀଙ୍କୁ ନ ଜଣାଇବା ଭୈରବଙ୍କର ବଡ଼ ଭୁଲ କହିଲେ ଦେବାଶିଷ

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିର୍ଦ୍ଦିଷ୍ଟ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଦେବାଶିଷ କହିଛନ୍ତି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ନେତାଙ୍କୁ ଓ ରାଜ୍ୟବାସୀଙ୍କୁ ନଜଣାଇବା ଭୈରବ ବାବୁଙ୍କର ଏକ ବଡ଼ ଭୂଲ୍ ଓ ଦଳ ପାଇଁ କ୍ଷତି । ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିଲୁ । ଘରେ ନବୀନ ବାବୁ ଅସୁସ୍ଥ ହେବା ସମୟରେ ସେ କାହିଁକି କାହାକୁ ଜଣାଇଲେ ନାହିଁ ତାହା ଭାବିଲେ ଦୁଃଖ ଲାଗେ । ନବୀନ ବାବୁ ଓଡ଼ିଶାର ନେତା । ତେଣୁ ତାଙ୍କର ସମସ୍ତ ଖବର ଓଡ଼ିଶା ବାସୀ ଓ ଦଳର ନେତାମାନେ ଜାଣିବା ଦରକାର । ଭୈରବ ବାବୁ ‘ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍' ବୋଲି ପ୍ରତିକ୍ରିୟା ଦେଇଥିବା କଥାକୁ ନେଇ ଚର୍ଚ୍ଚା ବି ଠିକ୍ ନୁହେଁ । ଯଦି ଏହା ସତ ହୋଇଥାଏ ତେବେ ଅହଂକାରର ପରିଚାୟକ ।


ପାଣ୍ଡିଆନ ଜାଣିବା ଦରକାର ଓଡ଼ିଶା ପାଇଁ ତାଙ୍କର ଅବଦାନ ଓ ସ୍ୱପ୍ନ କିଛି ନାହିଁ । ପ୍ୟାରୀ ବାବୁ ବିଜେଡିର ସଂଗଠନ ତିଆରି କରିଥିଲେ ଏବଂ ୨୦୦୦ ମସିହାରୁ ବିଜୁବାବୁଙ୍କ ସ୍ବପ୍ନକୁ ନବୀନ ବାବୁ ସାକାର କରୁଛନ୍ତି ।ସେହିପରି ଆଉ ଏକପ୍ରଶ୍ନରେ ଦେବାଶିଷ କହିଛନ୍ତି କରୋନା ମହାମାରୀ ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା କ‌ଥା ଦର୍ଶାଇ ଭୈରବ ବାକୁ ତାଙ୍କୁ ଏକପ୍ରକାର ଗୃହ ଭିତରେ ଆବଦ୍ଧ କରିରଖିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋର ଯିବା ଆସିବା ଉପରେ କଟକଣା ଲାଗିବା ହେତୁ ସୃଷ୍ଟି ହୋଇଥିବା ଅବୁଝାମଣା ଦୂର କରିବାକୁ ସେ ମୋତେ ପ୍ରତାପ ଜେନାଙ୍କ ମାଧ୍ୟମରେ ଡକାଇଥିଲେ । ମୁଁ କିନ୍ତୁ କହିଲି, ମୁଁ ନବୀନ ବାବୁଙ୍କୁ ଭେଟିବି ଏହାପରେ ବିଶେଷ କିଛି ଆଲୋଚନା ହୋଇନାହିଁ । ୱାକଫ୍ ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମଧ୍ୟ ପୂର୍ବରୁ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ ଦେବାଶିଷ । ତାଙ୍କୁ ରାଜ୍ୟସଭା ପଠାଇ ଜିଲ୍ଲା ସଂଗଠନରୁ ଦୂରେଇ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା କହି ପାଣ୍ଡିଆନଙ୍କ ଆଡ଼କୁ ଇସାରା କରିଛନ୍ତି ଦେବାଶିଷ ।

Sponsored