ପାଣ୍ଡିଆନ ଦମ୍ପତିଙ୍କୁ ଅଶୋକ ପଣ୍ଡା ବି ମାରିଲେ ତେରଛା ବାଣ, କହିଲେ, ନବୀନ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି

Key Points
ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡିରେ ଝଡ଼
ଦେବାଶିଷ, ରଣେନ୍ଦ୍ର, ବଦ୍ରିଙ୍କ ପରେ ଅଶୋକଙ୍କ ବିସ୍ଫୋରଣ
ବିଶୋଦଗାର କରୁଛନ୍ତି ଜଣେ ପରେ ଜଣେ ବରିଷ୍ଠ
ପାଣ୍ଡିଆନ ଦମ୍ପତିଙ୍କୁ ଅଶୋକ ପଣ୍ଡା ବି ମାରିଲେ ତେରଛା ବାଣ
କହିଲେ, ନବୀନ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି
ବଦ୍ରୀଙ୍କ ଭଳି ଶୃଙ୍ଖଳା ଓ ଅନୁଶାସନର ମଧ୍ୟ ପଢାଇଲେ ପାଠ
ବାକ୍ୟ ବାଣରେ ବିଜେଡିର ମଙ୍ଗୁଆଳ ଙ୍କୁ ଘାଇଲା କରିବାରେ ଲାଗିଛନ୍ତି ବରିଷ୍ଠ । କରୁଛନ୍ତି ବିସ୍ଫୋରଣ ଓ ବିଶୋଦଗାର । ଋଷି, ରାଜା, ବଦ୍ରି ଙ୍କ ପରେ ମୁହଁ ଖୋଲିଲେ ଅଶୋକ ପଣ୍ଡା । ପରୋକ୍ଷରେ କଲେ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ। ଶୁଣେଇଲେ ଲକ୍ଷ୍ମଣ ରେଖା ଉପାଖ୍ୟାନ। କହିଲେ ନବୀନ କୌଣସି ବ୍ୟକ୍ତିଙ୍କର ସମ୍ପତ୍ତି ନୁହେଁ । ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟ୍ ପ୍ରସଙ୍ଗରେ କହିଲେ ଆମେ ଆଉଟ୍ ହୋଇନୁ । ଆଜି କିଛି ଏଭଳି କଡା ଭାଷାରେ ବୁଲେଇ ବଙ୍କେଇ ପାଣ୍ଡିଆନ୍ ଙ୍କୁ ବାଣ ମାରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ।
ସେ କହିଛନ୍ତି ଦଳକୁ ଅଧିକ ସଂଗଠିତ ହେବାକୁ ହେଲେ ସବୁ ବର୍ଗକୁ ସାଙ୍ଗରେ ନେଇ ଚାଲିବାକୁ ହେବ । କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଦଳ ଚାଲିପାରିବ ନାହିଁ । ଲକ୍ଷ୍ମଣ ରେଖା କେହି ଡେଇଁବା ଉଚିତ ନୁହେଁ । ନବୀନ ପଟ୍ଟନାୟକ ଏକଥା ଆମକୁ ଶିଖେଇଛନ୍ତି । ତାର ପାଳନ ହେବା ଉଚିତ। ଅନ୍ୟପଟେ ଅଶୋକଙ୍କ ଏହି ବୟାନକୁ କଡ଼ା କାଉଣ୍ଟର ଦଳର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ।
📱 Get Argus News App
✨ସେପଟେ ଏଭଳି ସ୍ଥିତି କୁ ନେଇ ରାଜନୈତିକ ସମୀକ୍ଷକ କହିଛନ୍ତି ବିଜେଡିରେ ରୂପାନ୍ତରଣ ଚାଲିଛି । ଆଗକୁ ପାଣ୍ଡିଆନ ଦମ୍ପତି ଙ୍କ ଅନୁଗତ କୁ ନେଇ ହିଁ ବିଜେଡି ଚାଲିବ । ଯେଉଁମାନେ ପାଣ୍ଡିଆନ ଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ଆଗକୁ ଦଳ ଛାଡି ହେବାକୁ ହେବ ନ ହେଲେ ଛାଡ଼ିବା ପାଇଁ ବାଧ୍ୟ କରାଯିବ।
ଚାରିମାସ ତଳେ ଏମିତି ଉଭୟ ବରିଷ୍ଠ ଓ କନିଷ୍ଠ ମେଳି ବାନ୍ଧି ଆରମ୍ଭ କରିଥିଲେ ବୟାନବାଜି । କିନ୍ତୁ ସହି ସମୟ ରେ ନବୀନଙ୍କୁ ସାମ୍ନା କୁ ଆଣି ବିଦ୍ରୋହ କରୁଥିବା ବରିଷ୍ଠ କନିଷ୍ଠ ଙ୍କ ମୁହଁ ବନ୍ଦ କରି ଦେଇଥିଲେ ପାଣ୍ଡିଆନ । ଏବେ ପୁଣି ଥରେ କହୁଳୁ ଥିବା ଅସନ୍ତୋଷ ର ନିଆଁ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।