Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଛାତ୍ର ଓ ଯୁବ ସଭାପତି ଚୟନକୁ ନେଇ ବିଜେଡିରେ ବିଦ୍ରୋହ

Smruti Parija
Browse all articles by Smruti Parija
·10 months ago·2 min read
ଛାତ୍ର ଓ ଯୁବ ସଭାପତି ଚୟନକୁ ନେଇ ବିଜେଡିରେ ବିଦ୍ରୋହ

Key Points

ଚିନ୍ମୟ, ଇସ୍ପିତା ବାହାନା ପାଣ୍ଡିଆନ ନିଶାନା
ଛାତ୍ର ଓ ଯୁବ ସଭାପତି ଚୟନକୁ ନେଇ ବିଜେଡିରେ ବିଦ୍ରୋହ
ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କଲେ ୫୦ରୁ ଅଧିକ ଛାତ୍ର ଓ ଯୁବ ନେତା
ପାଣ୍ଡିଆନ ଗୋଷ୍ଠୀଙ୍କ ପ୍ରାଧାନ୍ୟତାକୁ ନେଇ ପରୋକ୍ଷରେ ଉଠାଇଲେ ପ୍ରଶ୍ନ
ପିଏସି କମିଟି ସଦସ୍ୟଙ୍କୁ ଭେଟି ଦେଲେ ଅଲଟିମେଟମ
ମେଳି ପରେ ନବୀନ ନିବାସରୁ ଆସିଲା ଡାକରା

ବରିଷ୍ଠଙ୍କ ରାସ୍ତାରେ ବିଜେଡିର ଯୁବ ଛାତ୍ର ନେତା । ମତ ମନ୍ତବ୍ୟ ଦେଇ ଅସନ୍ତୋଷ ଝାଡୁଥିଲେ ବରିଷ୍ଠ । ମେଳି ବାନ୍ଧି ମଙ୍ଗୁଆଳଙ୍କୁ ଚ୍ୟାଲେଞ୍ଜ ଦେଲେ ଯୁବ ଛାତ୍ର ଗୋଷ୍ଠୀ । ସଭାପତି ଚୟନ ପରେ ଦୁଇ ଫାଳ ହୋଇ ଯାଇଛି ବିଜୁ ଯୁବ, ଛାତ୍ର ଜନତା ଦଳ । ଜଳ ଜଳ ହୋଇ ଦିଶୁଛି କନ୍ଦଳ । ପାଣ୍ଡିଆନ ଗୋଷ୍ଠୀଙ୍କୁ ମିଳୁଥିବା ପ୍ରାଧାନ୍ୟତା କୁ ନେଇ ଦଳ ଭିତରେ ଉଗ୍ର ରୂପ ଧାରଣ କରିଛି ଅସନ୍ତୋଷର ନିଆଁ । ଯାହାକୁ ନେଇ ଛାତ୍ର ଜନତା ଦଳର ୫୦ ରୁ ଅଧିକ ନେତା ମେଳି ବାନ୍ଧି ନିଷ୍ପତ୍ତି ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେଇ ଡାକରା । ବୈଠକ ପରେ ଏକଜୁଟ ହୋଇ ପିଏସି କମିଟି ସଦସ୍ୟଙ୍କୁ ଭେଟିଛନ୍ତି ସମସ୍ତ ଛାତ୍ର ନେତା । ଅସନ୍ତୋଷ ଜଣାଇବା ସଭାପତି ଚୟନ ନିଷ୍ପତ୍ତି କୁ ବିରୋଧୀ ଦେଇଛନ୍ତି ଅଲଟିମେଟମ ।


ତେବେ ଏହାକୁ ଛାତ୍ର ନେତା ଅସିତ ଦାସ କହିଛନ୍ତି 40 ରୁ 50 ବିଜେଡ଼ି ଛାତ୍ର ନେତା ଏକାଠି ହୋଇଥିଲୁ। ପାର୍ଟି କଥା ଆଲୋଚନା ହୋଇଛି । ଏବାବଦରେ ସିନିୟର ଲିଡର ଙ୍କ ସହିତ ଆଲୋଚନା କରିବୁ। ସମସ୍ତ ଙ୍କୁ ସାଙ୍ଗରେ ନେଇ ଚାଲିବାର ଆବଶ୍ୟକତା ଅଛି। ଆଗକୁ କଣ ହେବ ତାହା ସମୟ କହିବ । ସେହିପରି ଇସ୍ପିତା ସହ ରହିବେ ନା ନାହିଁ ପ୍ରଶ୍ନରେ ରାଜେଶ ରାଜ ସ୍ୱାଇଁ କହିଛନ୍ତି ଦଳ ସହ ରହିବୁ ।


ସେପଟେ ଅସନ୍ତୋଷର ଝଡ଼ ଭିତରେ ଉଭୟ ଯୁବ ଓ ଛାତ୍ର ସଂଗଠନକୁ ନେଜ ନବୀନ ନିବାସରେ ବସିଥିଲା ବଡ଼ ବୈଠକ । ସଭାପତି ଓ ପଦାଧିକାରୀମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ଯୁବ ଛାତ୍ର ଜନତା ଦଳର ଆଗାମୀ ରଣନୀତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଦେବାଶିଷ, ରଣେନ୍ଦ୍ର, ବଦ୍ରି ଅଶୋକଙ୍କ ପରେ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। କହିଲେ ଏବେ ନିଜ ବିଚାରଧାରାରୁ ବାହାରି ଯାଇଛି ବିଜେଡି।


ଜିଲ୍ଲା ସଭାପତି, ବିଭିନ୍ନ ଛାମୁଆ ସଂଗଠନ ଓ ରାଜନୈତିକ ବ୍ୟାପାର କମିଟି ସମେତ ଦଳୀୟ କମିଟି ପରେ ଦଳରେ ଦେଖା ଦେଇଥିଲା ଅସନ୍ତୋଷ । ଏବେ ଯୁବ ଛାତ୍ର ସଭାପତି ଚୟନ ପରେ ଦଳରେ ବିସ୍ଫୋରଣ ସ୍ଥିତି ଉପୁଜିଛି । ତେବେ ଏଭଳି ସ୍ଥିତି ରେ ବାକି ଥିବା ୫ ସାଙ୍ଗଠନିକ ଜିଲ୍ଲା ଓ ମହିଳା ସଭାପତି ଚୟନ ନବୀନଙ୍କ ପାଇଁ ବେଶ କାଠିକର ପାଠ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Sponsored
bjd-yuva-leader-protest-student-and-youth-president-selection | Argus News