ମୋଦିଙ୍କୁ ଟାର୍ଗେଟ୍ କରି ଏକ୍ସରେ କଂଗ୍ରେସର ବିବାଦୀୟ ପୋଷ୍ଟ

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ସପ୍ତାହେ ପୁରିଲାଣି । ଆକ୍ରମଣର ପ୍ରଥମ ଦିନରୁ ହିଁ ଆକ୍ସନ ମୋଡ୍ରେ କେନ୍ଦ୍ର ସରକାର। କୌଣସି ଆତଙ୍କବାଦୀଙ୍କୁ ତ୍ରାହି ନାହିଁ ବୋଲି ସିଧା ସିଧା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି ଭାରତୀୟଙ୍କ ପ୍ରତି ରକ୍ତ ବିନ୍ଦୁର ବଦ୍ଲା ନିଆଯିବ ।
ଖାଲି ସେତିକି ନୁହେଁ, ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ସରକାର ଗୋଟିଏ ପରେ ଗୋଟିଏ ଡିପ୍ଲୋମାଟିକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଦିନରୁ ହିଁ ଆକ୍ସନ ନେଉଛନ୍ତି ସରକାର । ଡିଜିଟାଲ୍ ଷ୍ଟ୍ରାଇକ୍, ଓ୍ୱାଟର ଷ୍ଟ୍ରାଇକ୍, ବିଜ୍ନେସ୍ ଷ୍ଟ୍ରାଇକ୍ ଭଳି କୁଟନୈତିକ ରଣନୀତି ଆପଣାଉଛି ଭାରତ । ଆଉ ଏତିକିରେ ହିଁ ଛାନିଆ ହେଲାଣି ପାକିସ୍ତାନ ।
ହେଲେ ଏସବୁ ଦେଖି ସହିପାରୁନି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ଏକ୍ସରେ ଏକ ବିବାଦୀୟ ପୋଷ୍ଟ କରିଛି କଂଗ୍ରେସ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ । ସୋସିଆଲ ମିଡିଆରେ ସତେ ଯେମିତି ଓ୍ୱାର୍ ଷ୍ଟାର୍ଟ ହୋଇସାରିଛି । କେହି କାହାରିକୁ ଛାଡ଼ିବାକୁ ନାରାଜ । ନେତାଙ୍କ ମଧ୍ୟରେ ବି ଆରମ୍ଭ ହେଲଣି କଥା କଟାକଟି । କଂଗ୍ରେସ ଟାର୍ଗେଟ କରି ମୋଦିଙ୍କୁ ତାତ୍ସଲ୍ୟ କରୁଥିବା ବେଳେ ବିଜେପି ନେତା ମଧ୍ୟ ଜୋରଦାର କାଉଣ୍ଟର କରିଛନ୍ତି ।
The Congress leaves little doubt with its use of “Sar Tan Se Juda” imagery. This is not merely a political statement; it is a dog whistle aimed at its Muslim vote bank and a veiled incitement against the Prime Minister. It is not the first time the Congress has resorted to such… https://t.co/WEgblPq2FX
— Amit Malviya (@amitmalviya) April 29, 2025
କଂଗ୍ରେସ ଯେଉଁ ପୋଷ୍ଟ କରିଛି, ସେଥିରେ ମୋଦିଙ୍କ ଭଳି ଦେଖାଯାଉଥିବା ଏକ ମୁଣ୍ଡ ବିହୀନ ଫଟୋ ରହିଛି । ଏଥିରେ ମୋଦିଙ୍କ ଭଳି ଅବିକଳ ଧଳା ଧୋତି, ହଳଦିଆ କୁର୍ତ୍ତା ମଧ୍ୟ ପିନ୍ଧାଯାଇଛି । ଆଉ ସେଥିରେ ଲେଖାଯାଇଛି, ଯେଉଁ ସମୟରେ ତାଙ୍କର ଅଧିକ ଲୋଡ଼ା ସେହି ସମୟରେ ସେ ଉଭାନ୍' ।
📱 Get Argus News App
✨ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍ଗେ ମଧ୍ୟ ମୋଦିଙ୍କୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଗତ ସପ୍ତାହରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ ଥିଲେ । ଦେଶ ପାଇଁ ଯେତେବେଳେ ସବୁ ଦଳ ଏକାଠି ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ରହିବା ନିତ୍ୟାନ୍ତ ଜରୁରି ଥିଲା । ହେଲେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିଲେ ନାହିଁ । ସେ କାହିଁକି ଏମିତି କଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଖଡ଼୍ଗେ । ଏହାସହ ସେ କହିଛନ୍ତି ଯେ ପହଲଗାମ୍ ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ଏବେ ସୁଦ୍ଧା କୌଣସି ଆକ୍ସନ ନେଉ ନାହାନ୍ତି କାହିଁକି ?
ସେପଟେ କଂଗ୍ରେସର ଏଭଳି ପୋଷ୍ଟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ନେତା କହିଛନ୍ତି, ଆତଙ୍କବାଦୀଙ୍କ ଭଳି ଚିନ୍ତାଧାରା ଓ ବିଚାର ରଖୁଛି କଂଗ୍ରେସ । ଆତଙ୍କବାଦୀ ମାନେ ଯେମିତି 'ତନ ସେ ଜୁଦା' ବିଚାର ରଖନ୍ତି ଆଉ ମୁଣ୍ଡରୁ ଗଣ୍ଡି ଅଲଗା କରନ୍ତି, ଠିକ୍ ସେମିତି କଂଗ୍ରେସ ମଧ୍ୟ ଏହି ପୋଷ୍ଟରେ କରିଛି । ଯାହା ଅତ୍ୟନ୍ତ ନିନ୍ଦନୀୟ । ଆତଙ୍କବାଦୀ ସରଳ ନୀରିହ ଲୋକଙ୍କ ଦେହରୁ ମୁଣ୍ଡକୁ ଅଲଗା କରି ଯେମିତି ରକ୍ତର ହୋଲି ଖେଳିଲେ ଠିକ୍ ସେମିତି କଂଗ୍ରେସ ମଧ୍ୟ ଦେହରୁ ମୁଣ୍ଡକୁ ଅଲଗା କରିବା ଭଳି ବିଚାର ରଖୁଛି ବୋଲି କହିଛି ବିଜେପି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମୋଦିଙ୍କ କଠୋର ବାର୍ତ୍ତାକୁ ମନେ ପକାଇ କହିଛନ୍ତି, ଯଦି ଆମର ଗୋଟିଏ ବିନ୍ଦୁ ରକ୍ତ ବୁହେ.. ତେବେ ଆମେ ଗୋଟିଏ ବୁନ୍ଦା ପାଣି ପ୍ରବାହିତ ହେବାକୁ ଦେବୁ ନାହିଁ । ଅର୍ଥାତ୍ ଯେଉଁଠି ରକ୍ତ ବୋହୁଛି ସେଇଠି ପାଣି ପ୍ରବାହିତ ହୋଇପାରିବ ନାହିଁ । ଯାହାର ପରିଣାମ ସ୍ୱରୁପ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିଛନ୍ତି ଭାରତ ସରକାର ।
ସେହିପରି ବିଜେପି ନେତା ଅମିତ ମାଲବ୍ୟ କଂଗ୍ରେସକୁ ଟାର୍ଗେଟ୍ କରି ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଏହା ହେଉଛି କଂଗ୍ରେସର ମୁସଲିମ ଭୋଟ୍ ବ୍ୟାଙ୍କ ହାତେଇବାକୁ ଷ୍ଟ୍ରାଟେଜୀ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର । ଯେଉଁ ସମୟରେ ଆମକୁ ଏକଜୁଟ୍ ହୋଇ ଲଢ଼ିବା ଦରକାର ସେ ସମୟରେ କଂଗ୍ରେସ ଆରୋପ ପ୍ରତ୍ୟାରୋପ କରିବା କେତେ ଦୂର ଠିକ୍ ବୋଲି ଶ୍ରୀ ମାଲବ୍ୟ ପ୍ରଶ୍ନ କରିଛନ୍ତି ?
ତେବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ, ସିଧା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆତଙ୍କୀଙ୍କ ଅଣ୍ଟା ଭଙ୍ଗାଯିବ । ଭାରତର ଆତ୍ମା ଉପରେ ଯେଉଁମାନେ ହମ୍ଲା କରିବାର ଦୁଃସାହସ କରିଛନ୍ତି ସେମାନଙ୍କୁ ଏମିତି ଦଣ୍ଡ ଦିଆଯିବ, କେବେ କଳ୍ପନା କରିନଥିବେ । ସେମାନେ ଯେଉଁଠି ବି ଥାଆନ୍ତୁ, ଖୋଜିଖୋଜି ନିପାତ କରିବୁ । ମାଟି ତଳେ ଲୁଚିଥିଲେ ବି ବାହାର କରି ମୂଳପୋଛ କରିବୁ । ଆତଙ୍କୀଙ୍କ ଅଡ୍ଡାକୁ ସମୂଳେ ଧ୍ବଂସ କରାଯିବ। ଯେଉଁ ଭୂଖଣ୍ଡକୁ ଆତଙ୍କୀ ବ୍ୟବହାର କରୁଛନ୍ତି ତାକୁ ଧ୍ବଂସ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଆର୍ପାର୍ ଲଢ଼େଇ ଜାରି ରହିବ । ୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ପୂରଣ କରାଯିବ ବୋଲି କହିଛନ୍ତି ପିଏମ୍ ।
ଏପ୍ରିଲ ୨୨ ରେ ଜମ୍ମୁ କାଶ୍ମୀର ପହଲଗାମ୍ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଆଉ ସେହି ଘଟଣାକୁ ନେଇ ଏବେ ଭାରତ ରକ୍ତ ଚାଉଳ ଚୋବାଉଛି । ଭାରତର ଆଭିମୁଖ୍ୟ ଦେଖି ପାକିସ୍ତାନ ବି ତ୍ରାହି ତ୍ରାହି ଡାକିଲାଣି ।