Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୩ରୁ ୩ ରାଜ୍ୟସଭା ଆସନ ହାତେଇବ BJP; ମଇଦାନରୁ ମମତା ଆଉଟ୍

Politics

Rajya Sabha Bypolls / ୩ରୁ ୩ ରାଜ୍ୟସଭା ଆସନ ହାତେଇବ BJP; ମଇଦାନରୁ ମମତା ଆଉଟ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୩ରୁ ୩ ରାଜ୍ୟସଭା ଆସନ ହାତେଇବ BJP; ମଇଦାନରୁ ମମତା ଆଉଟ୍
BJP Gets Big Advantage in West Bengal

Key Points

ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ । ଏବେ ବିଜେପି ପାଖେ ୨୦୮ ବିଧାୟକଙ୍କ ସମର୍ଥନ ରହିଛି । ଯଦି ବିଜେପିର ସମସ୍ତ ସଦସ୍ୟ ଭୋଟ୍ ଦିଅନ୍ତି ତାହେଲେ ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସହଜ ବିଜୟ ଲାଭ କରିବେ । 
କୋଲକାତା: ରାଜ୍ୟସଭାରେ ବଳୀୟାନ୍ ହେବ NDA । ପଶ୍ଚିମବଙ୍ଗର ୩ ରାଜ୍ୟସଭା ଆସନକୁ ବିଜେପି ଉପନିର୍ବାଚନରେ ହାତେଇବା ପ୍ରାୟ ନିଶ୍ଚିତ । କାରଣ ସରକାରରୁ ଯିବା ପରେ ମମତାଙ୍କ ପାଖରେ ସଂଖ୍ୟା ନାହିଁ । ଟିଏମ୍‌ସିର ବିଦ୍ରୋହୀ ଗୋଷ୍ଠୀ ନେତା ଋତବ୍ରତ ବାନାର୍ଜୀ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଟିଏମ୍‌ସିର ବିଦ୍ରୋହୀ ଗୋଷ୍ଠୀ ନେତା ତଥା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ କହିଛନ୍ତି, "ଟିଏମ୍‌ସି ଗୋଟିଏ ବି ଆସନ ଜିତିବା ସ୍ଥିତିରେ ନାହିଁ । ତେଣୁ ଦଳ ପ୍ରାର୍ଥୀ ଦେବ ନାହିଁ ।" ତେଣୁ ୩ରୁ ୩ ଆସନ ବିଜେପି ପୋଛି ନେବା ଏକ ପ୍ରକାର ନିଶ୍ଚିତ ।

ଏଥିସହ ପଢ଼ନ୍ତୁ: ତିନୋଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା, କାର୍ଯ୍ୟସୂଚୀ ପ୍ରକାଶ କଲେ ନିର୍ବାଚନ କମିଶନ 

ଜୁଲାଇ ୬ ତାରିଖରେ ନିର୍ବାଚନ ଆୟୋଗ, ପଶ୍ଚିମବଙ୍ଗର ୩ ରାଜ୍ୟସଭା ଆସନରେ ଉପନିର୍ବାଚନ ନେଇ ଘୋଷଣା କରିଥିଲେ । ୩ ଆସନ ପାଇଁ ଜୁଲାଇ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ନାମାଙ୍କନର ଶେଷ ତାରିଖ ଜୁଲାଇ ୧୪ ରହିଥିବା ବେଳେ ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ TMC ହାରିବା ପରେ ଦଳ ଭାଗ ଭାଗ ହୋଇ ଯାଇଛି । ଜୁନ୍‌ରେ ଦଳର ୩ ସାଂସଦ ଶୁଖେନ୍ଦୁ ଶେଖର ରୟ, ସୁସ୍ମିତ ଦେବ ଓ ପ୍ରକାଶ ଚିକ୍ ବଡ଼ାଇକ ରାଜ୍ୟସଭା ସାଂସଦ ପଦ ସହ ଦଳରୁ ଇସ୍ତଫା ଦେଇଥିଲେ । ଯାହାପରେ ଏବେ ଉପନିର୍ବାଚନ ହେଉଛି ।

କାହିଁକି ପ୍ରାର୍ଥୀ ଦେବନି TMC ?

ପଶ୍ଚିମବଙ୍ଗ ନିର୍ବାଚନ ଗଣିତ ଅନୁସାରେ, ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ । ଏବେ ବିଜେପି ପାଖେ ୨୦୮ ବିଧାୟକଙ୍କ ସମର୍ଥନ ରହିଛି । ଯଦି ବିଜେପିର ସମସ୍ତ ସଦସ୍ୟ ଭୋଟ୍ ଦିଅନ୍ତି ତାହେଲେ ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସହଜ ବିଜୟ ଲାଭ କରିବେ । ଏଥିସହ ବିରୋଧୀ ପକ୍ଷରୁ କ୍ରସ୍ ଭୋଟିଂର ସମ୍ଭାବନା ଥିବାରୁ ବିଜେପି ମଜଭୁତ ସ୍ଥିତିରେ ରହିଛି ।

ଅନ୍ୟପଟେ ଟିଏମ୍‌ସିର ବିଧାୟକ ଦଳ ୨ ଗୋଷ୍ଠୀରେ ବାଣ୍ଟି ହୋଇ ଯାଇଛନ୍ତି । ଟିଏମ୍‌ସିର ୨ ଗୋଷ୍ଠୀର ବିଧାୟକଙ୍କୁ ମିଶାଇଲେ ଦଳ ପାଖେ ୮୦ ସଦ୍ୟ ଅଛନ୍ତି । କିନ୍ତୁ ଗୋଷ୍ଠୀ ପାଖେ ଜଣେ ରାଜ୍ୟସଭା ସଦସ୍ୟ ବାଛିବା ଲାଗି ସର୍ବନିମ୍ନ ସଂଖ୍ୟା ନାହିଁ । ତେଣୁ ଆନ୍ତଃ କନ୍ଦଳ ଲାଗି ଟିଏମ୍‌ସିର ୨ ଗୋଷ୍ଠୀ ନିର୍ବାଚନ ଲଢ଼ିବାର ସମ୍ଭାବନା ହିଁ ନାହିଁ । ତେଣୁ ଟିଏମ୍‌ସି ପ୍ରାର୍ଥୀ ନ ଦେବାକୁ ନିଷ୍ପତ୍ତି ନେଇଛି ।

ପ୍ରାୟ ୬୫ ଜଣ ବିଧାୟକଙ୍କ ନେତୃତ୍ଵ ନେଉଥିବା ଋତବ୍ରତ ବାନାର୍ଜୀ ମଙ୍ଗଳବାର କହିଛନ୍ତି, "ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ ଦେବେ ନାହିଁ । ବିଧାନସଭାରେ ସଂଖ୍ୟା ବଳକୁ ଦେଖିଲେ ଦଳ ଗୋଟିଏ ବି ଆସନ ଜିତିବା ସ୍ଥିତିରେ ନାହିଁ । ଆମ ପାଖେ ପ୍ରାର୍ଥୀ ଦେବା ନାଗି ପର୍ଯ୍ୟାପ୍ତ ବିଧାୟକ ନାହାନ୍ତି ।"

ଏଥିସହ ପଢ଼ନ୍ତୁ: ମମତାଙ୍କୁ ବଡ଼ ଝଟକା, TMC ବେଙ୍ଗଲ ମୁଖ୍ୟ ସହ ସବୁ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ 

ରାଜ୍ୟସଭାରେ କେତେ ବଢ଼ିବ ଶକ୍ତି ?

ବର୍ତ୍ତମାନ ପଶ୍ଚିମବଙ୍ଗର ୧୩ ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଅକ୍ତିଆର୍‌ରେ ୩ଟି ରହିଛି । ଯଦି ଏବେ ବିଜେପି ପ୍ରାର୍ଥୀ ୩ ଆସନ ବିଜୟୀ ହୁଅନ୍ତି ତାହେଲେ ରାଜ୍ୟସଭାରେ ବିଜେପିର ସଂଖ୍ୟା ୩ରୁ ବଢ଼ି ୬ ହୋଇଯିବ । ଏଥିସହ ୩ ସିଟ୍ ବଢ଼ିବା ପରେ ରାଜ୍ୟସଭାରେ ବିଜେପି ୧୧୭ ଓ NDA ସାଂସଦଙ୍କ ସଂଖ୍ୟା ୧୪୫ ହୋଇଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored