Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ନବ ହତ୍ୟା ମାମଲା: ମାନୁନି ଜୟଙ୍କ ମନ, ପୁଣି ଦାବି କଲେ CBI ତଦନ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନବ ହତ୍ୟା ମାମଲା: ମାନୁନି ଜୟଙ୍କ ମନ, ପୁଣି ଦାବି କଲେ CBI ତଦନ୍ତ

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଜୟନାରାୟଣଙ୍କ ବିସ୍ପୋରକ ବୟାନ। ନବ ଦାସ ହାତ୍ୟକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ ଭାବେ କରିବାକୁ ଦେଉ ନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାକୁ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା। ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡ଼ାକୁ ଟାଣିଲେ ଜୟନାରାୟଣ। ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଡ୍ରାମା କହିଲେ ଜୟନାରାୟଣ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି ? ବେକାର କଥା କେବଳ ଡ୍ରାମା କରୁଛନ୍ତି । ସବୁ ପ୍ରସଙ୍ଗରେ ତଦନ୍ତ ହେବା କଥା ।

ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ। ଯେହେତୁ ବହୁ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଛି, ପ୍ରକୃତ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ। ସେଥିପାଇଁ ସେମାନେ ତଦନ୍ତକୁ ଦିଗହରା କରିଥିଲେ। ଗୋଟେ ଚିଠିକୁ ଫ୍ଲସ୍‌ କରି ଦେଖିଲେ, କାଗଜ ମିଳିବ କି ! ବେକାର କଥା କହିଥିଲେ । ସରକାର ତଦନ୍ତରେ ସ୍ପଷ୍ଟତା ଆଣିବାକୁ ତଦନ୍ତ କରୁଛନ୍ତି । ମୁଁ ଏବେବି ଦାବି କରୁଛି ସିବିଆଇ ତଦନ୍ତ ହେଉ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ବର୍ଷ ପୂରିଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

ଅନ୍ୟପଟେ ୫ ଦିନ ଧରି ତଦନ୍ତ ପରେ ଆଜି ଝାରସୁଗୁଡ଼ା ଛାଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍। ଏହି ୫ ଦିନରେ କ୍ରାଇମବ୍ରାଞ୍ଚ ନବଙ୍କ ପରିବାରକୁ ଦୁଇ ଥରରୁ ଅଧିକ ପଚରାଉଚରା କରିବା ସହ ନବଙ୍କୁ ଗୁଳି ମାଡ଼ ପରେ ଚିକିତ୍ସା କରିଥିବା ଡାକ୍ତର, ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ, ବିମାନର ପାଇଲଟ୍, ଗୁଳି ମାଡ଼ ସହ ସଂପୃକ୍ତ ଥିବା ପ୍ରାୟ ସମସ୍ତଙ୍କୁ ଜେରା ଓ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା।

ତେବେ ଏବେ ପ୍ରଶ୍ନ ଉଠୁଛି, ଅନେକଙ୍କୁ ଜେରା ପରେ ଏଥର ପଡ଼ିବ କି ଅଭିଯୁକ୍ତ ଗୋପାଳ ଦାସଙ୍କ ପାଳି। ଚୌଦ୍ୱାର ଜେଲରେ ଥିବା ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ କରିବ କି ପଚରାଉଚରା । ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା। କିନ୍ତୁ ଏବେ କ୍ରାଇମବ୍ରାଞ୍ଚର ନୂଆ ଟିମ୍ ତଦନ୍ତ ପରିସରକୁ ବଢ଼ାଇଛି। ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଗୋପାଳଙ୍କୁ ପୁଣି ଜେରା କରିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP MLA Jayanarayan Mishra reiterates CBI probe into Naba Das murder case | Argus News