BJPs Big Push for Bengal / ବଙ୍ଗ ଦଖଲ ପାଇଁ ବିଜେପିର ବଡ଼ ପ୍ରସ୍ତୁତି; ମୋଦିଙ୍କ ପରେ ଦମ୍ଭୋକ୍ତି ଦେଖାଇଲେ ଧର୍ମେନ୍ଦ୍ର
·7 months ago·2 min read

Key Points
ଓଡ଼ିଶା ଓ ବିହାର ପରେ ବଙ୍ଗ ଅଭିଯାନ ଉପରେ ବିଜେପିର ନଜର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସମ୍ବଲପୁରରେ ଇସାରା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର/ଭୁବନେଶ୍ଵର: ପଶ୍ଚିମବଙ୍ଗରେ SIR ଦ୍ଵାରା ଅନୁପ୍ରବେଶକାରୀ ହଟିଲେ ଗଡ଼ ବଞ୍ଚାଇପାରିବେ ତ ମମତା ? ଓଡ଼ିଶା ଓ ବିହାର ପରେ ବଙ୍ଗ ଅଭିଯାନ ଉପରେ ବିଜେପିର ନଜର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସମ୍ବଲପୁରରେ ଇସାରା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାବର୍ଷ ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଯାହାକୁ ନେଇ ବିଜେପି କରୁଛି ବଡ଼ ପ୍ରସ୍ତୁତି ।
ବିଜେପିର ପରବର୍ତ୍ତୀ ଟାର୍ଗେଟ୍ ପଶ୍ଚିମବଙ୍ଗ । ନଭେମ୍ବର ୧୪ରେ ବିହାର ନିର୍ବାଚନ ଜିତିବା ପରେ ସ୍ପଷ୍ଟ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପିର ପଶ୍ଚିମବଙ୍ଗ ଦଖଲ ନେଇ ଦେଖାଇଛନ୍ତି ଦମ୍ଭୋକ୍ତି ।
ଏଥିସହ ପଢ଼ନ୍ତୁ: ଗୃହ ଯୁଦ୍ଧରେ କମ୍ପୁଛି ଶଙ୍ଖ ଶିବିର; ନବୀନଙ୍କ ନୀରବତା ହେବ କି BJD ବିନାଶର କାରଣ ?
ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଦମ୍ଭୋକ୍ତି ପଛରେ ରହିଛି ବଳିଷ୍ଠ ଆଧାର । ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ଼ ଲମ୍ଫ ମାରି ୩ରୁ ସିଧା ୭୭ରେ ପହଞ୍ଚିଥିଲା ବିଜେପି । ଦଳର ଭୋଟ ହାର ୧୦.୨%ରୁ ବଢ଼ି ସିଧା ୩୮.୧୫ରେ ପହଞ୍ଚି ଥିଲା । ଶାସକ ତୃଣମୂଳ କଂଗ୍ରେସ ଠାରୁ ବିଜେପିର ଭୋଟ ହାର ବ୍ୟବଧାନ ୧୦%ରୁ କମ୍ ରହିଥିଲା ।
ତୃଣମୂଳ କଂଗ୍ରେସର ବିପୁଳ ବିଜୟ ସତ୍ତ୍ଵେ ଦଳର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପାରମ୍ପରିକ ନନ୍ଦିଗ୍ରାମ ଆସନରୁ ୧୬୨୨ ଭୋଟରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଲଜ୍ଜାଜନକ ପରାଜୟ ଭୋଗିଥିଲେ । ଏହି ନନ୍ଦିଗ୍ରାମ ଆସନରେ ବିଜେପିର ନିର୍ବାଚନ ପ୍ରଭାରୀ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏଥିସହ ପଢ଼ନ୍ତୁ: ଶିବକୁମାର ହେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ବିବାଦ ଭିତରେ ବଡ଼ କଥା କହିଦେଲେ ଖଡ଼ଗେ...
ଆଉ ମାତ୍ର କିଛି ମାସ ପରେ ୨୦୨୬ରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏବେ ପଶ୍ଚିମବଙ୍ଗରେ SIR ଲାଗୁ ହେବା ପରେ ଯେଉଁଭଳି ବେଆଇନ୍ ଭାବେ ରହୁଥିବା ହଜାର ହଜାର ବାଂଲାଦେଶୀ ଚିହ୍ନଟ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏମାନଙ୍କ ବଳରେ ଲଗାତାର ନିର୍ବାଚନ ଜିତି ଆସୁଥିଲେ ମମତା । ଯଦି SIR ପରେ ବାଂଲାଦେଶୀଙ୍କୁ ବାହାର କରି ଦିଆଯାଏ ତାହା ବିଜେପି ପାଇଁ ବଙ୍ଗ ବିଜୟର ରାସ୍ତା ଖୋଲି ଦେବ ।
ସବୁ ଅଙ୍କକୁ ଭୁଲ ପ୍ରମାଣିତ କରି ବିହାର ବିଧାନସଭା ନିର୍ବାଚନରେ ବାଜିମାତ୍ କରିଛି ଏନଡିଏ । ୮୯ ଆସନ ସହ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ମହାଗଠବନ୍ଧନ ମାରିଥିଲା ଚିତ୍ପଟଙ୍ଗ୍ । ଆଉ ବିହାରରେ ବିଜେପିର ବୃହତ ବିଜୟର ଅନ୍ୟତମ ମୁଖ୍ୟ ବିନ୍ଧାଣୀ ସାଜିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories