Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ବିଜେଡି ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା

ଅର୍ଗସ ବ୍ୟୁରୋ:  ବିଜେଡି ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ୍ । ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ଏମିତି ହେଲେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳାଙ୍କ କ୍ଷୋଭରେ ଆଗକୁ ବିଜେଡି ଭାଙ୍ଗଯିବ । ଦଳ ବିରୋଧରେ ଦଳୀୟ ନେତା ଲାଗିଲେ ଦଳ ଭାଙ୍ଗଯିବ ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଯଦି ବିଜୁ ଜନତା ଦଳର ପରିବାର ବିଜୁ ଜନତା ଦଳ ପଛରେ ପଡିବେ ତାହେଲେ ଦଳର ଭବିଷ୍ୟତ ଦେଖାଯିବନି । ବିଜୁ ଜନତା ଦଳର ପରିସମାପ୍ତି ହୋଇଯିବ । ସମସ୍ତେ ଜାଣି ପାରୁଛନ୍ତି କେହି ମୁହଁ ଖୋଲୁ ନାହାନ୍ତି ।


ଗରିବ ଝିଅ ବୋଲି ତାଙ୍କୁ ମିଶିକି ହଇରାଣ କରୁଛନ୍ତି । ଦୁର୍ନୀତି କିଏ କରୁଛି କାହାଦ୍ବାରା ହେଉଛି ସମସ୍ତେ ଜାଣିପାରୁଛନ୍ତି । ଦୁର୍ନୀତି କରୁଥିବା ବ୍ୟକ୍ତି ପୂର୍ବତନ ବିଧାୟକ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳଙ୍କ ଥ୍ରୁରେ ଚାଲୁଥିଲେ । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠିରେ ଜଣାଇଥିବା କହିଛନ୍ତି । ତାଙ୍କୁ ଦୁର୍ନୀତିଗ୍ରସ୍ତ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ତାଙ୍କ ହିସାବରେ ନ ଚାଲିବାରୁ ସେଥିପାଇଁ ତାଙ୍କ ବିରେୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି।

ନବୀନ ସାର ଆପଣଙ୍କୁ ଚିଠି ଲେଖିଥିଲି …ପାଇଲେ କି ନାହିଁ ଜାଣି ନାହିଁ.... ବିଜେଡି ଲୋକ ହୋଇ ବିଜେଡି ତଥା ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେ ଠିକ ? ସମସ୍ତେ ବିଜେଡିର ହୋଇ ବି ଜଣେ ଆଦିବାସୀ ଝିଅକୁ ହଇରାଣ କରିବା ଉଚିତ ନୁହେଁ । ବିଜେଡି ଯଦି ବିକାଶ ଚାହୁଁଛି ଲୋକଙ୍କର ଏହି ଅନାସ୍ଥା ପ୍ରସ୍ତାବ ଆସିବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍କୁ....ସତ ମିଛ ଜଣାପଡିବ.... ଯେଉଁ ମାନେ ଲୁଚି ରହିଛନ୍ତି ତାଙ୍କର ମୋବାଇଲକୁ ତଦନ୍ତ ପରିସରର ଭୁକ୍ତ କରାଯାଉ....ଯଦି ବିଜେଡି ପରିବାରର ହୋଇ ବିଜେଡି ପରିବାର ସଦସ୍ୟଙ୍କ ପଛରେ ପଡିବେ ଏଠି ଆଉ ବିଜେଡିର ଭବିଷ୍ୟତ ଦେଖାଯିବ ନାହିଁ...ବିଜେଡି ଏଠି ସମାପ୍ତ ହୋଇଯିବ...ଯିଦ ଜଣେ ଆଦିବାସୀ ଝିଅ ନିର୍ବାଚନ ଲଢି ମ୍ୟୁନିସିପାଲଟି ଚ୍ୟାରମେନ ହୋଇ ଦୂର୍ନୀତିମୁକ୍ତ କାମ କରୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାରି ବିରୋଧରେ ଅଭିଯୋଗ ଆଣୁଛନ୍ତି ଲୋକେ ଜାଣିପାରୁଛନ୍ତି ସତ କଣ । ସମସ୍ତେ ଜାଣିଛନ୍ତି ଦୂର୍ନୀତି କିଏ କରୁଛି କାହା ଦ୍ୱାରା କରୁଛି । ଏହା ପଛରେ କେଉଁ ମାନେ ଅଛନ୍ତି ତାହା ଜିଲଲ୍ଲାବାସୀ ଜାଣିଛନ୍ତି । ସିଧା ସଳଖ ଦୀପାଳି ଓ ତାଙ୍କ ଭାଇଙ୍କ ନା ନେଇ ସାଂଘାତିକ ଅଭିଯୋଗ ଆଣିଲେ ବ୍ରଜରାଜନଗର ମ୍ୟୁନିସିପାଲଟି ଅଧ୍ୟକ୍ଷା । ଜଣେ ଗରିବ ଆଦିବାସୀ ଝିଅ ବୋଲି ମୋତେ ହଇରାଣ କରିବା ସହ ଦୂର୍ନୀତି କରିବାକୁ ପକାଉଛନ୍ତି ଚାପ ଦୂର୍ନୀତି ନକରିବାରୁ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
Brajrajnagar Municipal Council Chairperson files complaint against BJD | Argus News