Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କିଟ୍ ପକ୍ଷରୁ ଦେଶକୁ ଅପମାନିତ କରାଯିବା ପରେ କେନ୍ଦ୍ର ସରକାରଙ୍କ ଉଦବେଗ

Politics

କିଟ୍ ପକ୍ଷରୁ ଦେଶକୁ ଅପମାନିତ କରାଯିବା ପରେ କେନ୍ଦ୍ର ସରକାରଙ୍କ ଉଦବେଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କିଟ୍ ପକ୍ଷରୁ ଦେଶକୁ ଅପମାନିତ କରାଯିବା ପରେ କେନ୍ଦ୍ର ସରକାରଙ୍କ ଉଦବେଗ

ଭୁବନେଶ୍ୱର:  କିଟ୍ ପକ୍ଷରୁ ଦେଶକୁ ଅପମାନିତ କରାଯିବା ପରେ କେନ୍ଦ୍ର ସରକାରଙ୍କ ଉଦବେଗ। ଏହାପରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ 3 ଘଣ୍ଟା ଜେରା ହୋଇଛି । ରାଜ୍ୟ ଅତିଥି ଭବନରେ ଅଚ୍ୟୁତ ସାମନ୍ତଙ୍କ ସମେତ KIITର ୮ ଅଧିକାରୀଙ୍କର ବି ବୟାନ ରେକର୍ଡ କରିଛି ଉଚ୍ଚସ୍ତରୀୟ ତଦନ୍ତ କମିଟି । କଣ ନିଷ୍କର୍ଷ ବାହାରିବ ତାକୁ ଅପେକ୍ଷା । ନିଜ ଭୁଲ ସ୍ବୀକାର ନକରି ଓଲଟା ମିଡିଆକୁ ଉତ୍ତରଦାୟିତ୍ବର ପାଠ ପଢ଼ାଇଲେ ଛାତ୍ରୀଙ୍କୁ ଧମକାଇଥିବା ଦୁଇ ମହିଳା କର୍ମଚାରୀ ମଞ୍ଜୁଶା ପାଣ୍ଡେ ଓ ଜୟନ୍ତୀ ନାଥ।


କିଟ୍ ର କୂଳପତି ପ୍ରଫେସର ସରନଜତ ସିଂହ, ରେଜିଷ୍ଟ୍ରାର, ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ଆଡ଼ମିନଷ୍ଟ୍ରେଟିଭ ହେଡ୍‍ ଓ ଆଡ଼ମିନଷ୍ଟ୍ରେଟିଭ ନିର୍ଦେଶକ ମଧ୍ୟ କମିଟି ଆଗରେ ହାଜର ହୋଇ ବୟାନ ରଖିଛନ୍ତି। ରେଜିଷ୍ଟ୍ରାର କମିଟି ଆଗରେ ଦସ୍ତାବିଜ ଉପସ୍ଥାପନ କରିଛନ୍ତି। ୪ ଟି ଦିଗକୁ ନେଇ ଉଚ୍ଚସ୍ତରୀୟ କମିଟି ମୁଖ୍ୟତଃ କରୁଛି ତଦନ୍ତ । ଭାଇରାଲ ଅଡିଓ କଲ ଓ ଭିଡିଓକୁ ବି କରାଯାଇଛି ତଦନ୍ତ ପରିସରଭୁକ୍ତ । କିଟ୍ ବିରୋଧରେ ଆହୁରି ଅନେକ ସଂଗୀନ ଅଭିଯୋଗ ଆସିଛି । କିଟ୍‌ର ଜମି କେଳେଙ୍କାରୀ, ଆଦିବାସୀ ଜମି ହଡପ୍ ଅଭିଯୋଗର ହେବ କି ତଦନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Central government's response after Kiit insults the country | Argus News