Videos
|
Politics

ଗଣମାଧ୍ୟମ ପ୍ରଶ୍ନର ମୋହନ ଗୋଟି ଗୋଟି ରଖିଲେ ଉତ୍ତର

Smruti Parija
Browse all articles by Smruti Parija
·1 year ago·2 min read
ଗଣମାଧ୍ୟମ ପ୍ରଶ୍ନର ମୋହନ ଗୋଟି ଗୋଟି ରଖିଲେ ଉତ୍ତର

Key Points

ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା
୨୪ ବର୍ଷ ନୁହେଁ ୨୪ ମିନିଟ ହିଁ ଯଥେଷ୍ଟ କହି ବିଜେଡିକୁ ସାଧିଲେ ନିଶାନା

ବର୍ଷ ପୂର୍ତ୍ତି ଉତ୍ସବର ଦୁଇ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ସରକାରର ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଣ କହିଥିଲେ, କଣ କଲେ ଆଉ ଆଗାମୀ ଦିନରେ କଣ କରିବାକୁ ରଖିଛନ୍ତି ଯୋଜନା ତାହାର ଦେଲେ କଡା ଗଣ୍ଡା ହିସାବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂକଳ୍ପ ପତ୍ରର 21 ପ୍ରତିଶ୍ରୁତିରୁ 11 ପୁରଣ କରିଛୁ ... ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡିଶା । 4 ଜାତି ଯୁବ, ମହିଳା, ଚାଷୀ ଏବଂ ଗରିବଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଚାଷୀଙ୍କୁ ଇନପୁଟ ସବସିଡି, ସୁଭଦ୍ରା, ଚାରି ଦ୍ୱାର ଖୋଳା, 500 କୋଟିର କର୍ପସ ଫଣ୍ଡ ଭଳି ନିଷ୍ପତ୍ତି ପ୍ରଥମ କ୍ୟାବିନେଟରେ ନେଇ ଦେଖାଇ ଦେଇଥିଲୁ, ଲୋକଙ୍କ କାମ କରିବା ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟି ହିଁ ଯଥେଷ୍ଟ । ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି କହି ବିଜେଡ଼ି କୁ ସାଧିଥିଲେ ନିଶାନା ।


ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି 3 ଲକ୍ଷରୁ 17 ଲକ୍ଷ ଲକ୍ଷପତି ଦିଦି ତିଆରି କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଆୟରେ ବର୍ଷକୁ 30 ହଜାର ଟଙ୍କା ଯୋଡି ହୋଇଛି । ଶିକ୍ଷା କ୍ଷେତ୍ରକୁ ଅଣଦେଖା କରି ପୂର୍ବ ସରକାର ଫାଇଭ ଟି ରୂପାନ୍ତିକାରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କରୁଥିଲେ । ଏବେ କିନ୍ତୁ ବିଜେପି ସରକାର ପ୍ରାଥମିକ ଶିକ୍ଷାକୁ ଦେଉଛନ୍ତି ଗୁରୁତ୍ୱ । ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ସ୍କୁଲ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ଆୟୁଷ୍ମାନ ଭାରତ ଲାଗୁ କରୁ ନ ଥିଲେ ପୂର୍ବ ସରକାର ଏବେ ଆୟୁଷ୍ଣାନ ଲାଗୁ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୂତ କରାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଲୋକଙ୍କୁ ସୁଶାସନ ଦେବା ସରକାରଙ୍କ ଆଭିମୁଖ୍ୟ । ପିଅନ ଠାରୁ ଆରମ୍ଭ କରି ଆଇଏସ କେହି ଦୁର୍ନୀତିଖୋର ସୁରକ୍ଷିତ ନୁହଁନ୍ତି । ଯିଏ ଦୁର୍ନୀତି କରିବ ଜେଲ ଯିବ । ସେ ଆଦିବାସୀ , ସରଳ, ହେଲେ ସରଳତା ତାଙ୍କ ଦୁର୍ବଳତା ନୁହେଁ ।


ମୁଖ୍ୟମନ୍ତ୍ରୀ କହିଛନ୍ତି ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଗୋଟିଏ ବର୍ଷରେ 9 ଟି ନିଯୁକ୍ତି ମେଳା ଦ୍ୱାରା 28 ହଜାର ଖାଲି ଥିବା ସରକାରୀ ପଦବୀ ପୂରଣ ହୋଇଛି । 25-26 ରେ ଆହୁରି 40 ହଜାର ନିଯୁକ୍ତି ଦିଆଯିବ ।


ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଯାହା କଥା ଦେଇଛୁ କରିବୁ । ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ତିଆରି କରିଛୁ । ରେଳ, ଜାତୀୟ ରାଜପଥ, ପୋର୍ଟ ଏବଂ ଏୟାରପୋର୍ଟ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ମିଳୁଛି ତେଣୁ ଆଗକୁ ଓଡିଶା ହେବ ମଡେଲ ରାଜ୍ୟ ।

chief-ministers-big-message-before-the-governments-one-year-anniversary | Argus News