ପଥର ମାଡ଼ରେ ପୋଲିସ କର୍ମୀଙ୍କ ମୁଣ୍ଡ ଫାଟିଲା, କାନରେ ଆଘାତ, ମୁହଁରେ କ୍ଷତ !

ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ମୁହାଁମୁହିଁ ପରିସ୍ଥିତି । ପୋଲିସ ଉପରକୁ ଚୌକି ଫିଙ୍ଗିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ବାହାନାରେ ପୋଲିକୁ ଆକ୍ରମଣ । ଲୋୟର ପିଏମ୍ଜିରେ କଂଗ୍ରେସର ଆନ୍ଦୋଳନ ବେଳେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଅନେକ ପୋଲିସ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ମୁଣ୍ଡ ଫାଟି ରକ୍ତ ବାହାରୁଥିବା ଦେଖାଯାଇଛି । କିଛି କଂଗ୍ରେସ କର୍ମୀ ପୋଲିସର ସାର୍ଟ କଲର ଝିଙ୍କି ତାଙ୍କୁ ଆଘାତ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ଆଜି କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ବସ୍, କାର, ବୋଲେରୋ ଯୋଗେ ଲୋକଙ୍କୁ ଆଣି ଭୁବନେଶ୍ୱରରେ ଏକାଠି କରିଥିଲା ଦଳ । ତାପରେ ରାମ ମନ୍ଦିର ଛକରୁ ଏକ ପଦଯାତ୍ରା ବାହାର କରି ବିଧାନସଭା ଅଭିମୁଖେ ଯାଇଥିଲା ଦଳ । ପରେ ଲୋୟର ପିଏମ୍ଜିରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଠେଲା ପେଲା ସହ ପୋଲିସ ସାଙ୍ଗରେ କର୍ମୀ ଧସ୍ତାଧସ୍ତି କରିଥିଲେ । ଏମିତିକି ବାରିକେଡ୍ ଭାଙ୍ଗି ପୋଲିସ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ।
#WATCH | #Bhubaneswar: Protest turns violent as Congress workers clash with Police personnel; Police resort to lathi charge to disperse the protestors
— Argus News (@ArgusNews_in) March 27, 2025
Congress workers are protesting outside Odisha Assembly against the suspension of 14 Congress MLAs from the House; Police use… pic.twitter.com/unVNZfKe2O
ଖାଲି ସେତିକି ନୁହେଁ ପୋଲିସ ଉପରକୁ ଟେକା ପଥର ବି ମାଡ଼ କରିଥିଲା କଂଗ୍ରେସ । ପଥର ବାଜି ପୋଲିସ କର୍ମୀଙ୍କ ମୁଣ୍ଡ ଫାଟିଛି, କାନରେ କ୍ଷତ ହୋଇଛି, ମୁହଁରେ ଆଘାତ ଲାଗିଛି । ଏହାସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ମଧ୍ୟ ଲାଗିଥିବା ଅଭିଯୋଗ ହୋଇଛି । ଖାଲି ଟେକା ପଥର ନୁହେଁ, କିଛି କର୍ମୀ ପୋଲିସଙ୍କୁ ଅଣ୍ଡା, ଟମାଟୋ ଓ ବୋତଲ ମାଡ଼ ମଧ୍ୟ କରିଥିଲେ ।
ତେବେ ଏହି ଧସ୍ତାଧସ୍ତି ଓ ପେଲା ଠେଲା ମଧ୍ୟରେ କିଛି କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାକୁ ପୋଲିସ କଂଗ୍ରେସ କର୍ମୀଙ୍କ ଉପରକୁ ପାଣି ମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ମଧ୍ୟ ପକାଇଥିଲା । ଫଳରେ କଂଗ୍ରେସ କର୍ମୀ କିଛି ମାତ୍ରାରେ ଛତ୍ରଭଙ୍ଗ ଦେଇଥିଲେ । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା ।
📱 Get Argus News App
✨#ଲୁହବୁହା_ଗ୍ୟାସ୍_ପ୍ରୟୋଗ
— Argus News (@ArgusNews_in) March 27, 2025
-ପାଣି ମାଡ଼ ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ
-କଂଗ୍ରେସ କର୍ମୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଛାଡ଼ିଲା ପୋଲିସ#OdishaPolitics #Congress #Protest #ArgusNews pic.twitter.com/rNUmnpaM9k
ଅନ୍ୟପଟେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କଂଗ୍ରେସ କେବଳ ଆନ୍ଦୋଳନ ବାହାନାରେ ପୋଲିସ ଉପରେ ରାଗ ସୁଝାଇବାକୁ ଏଭଳି କରିଛି । କାରଣ କଂଗ୍ରେସ ବିଧାୟକ ରମେଶ ଜେନା ବୁଧବାର ରାତିରେ ଖୋଲା ଖୋଲି ଭାବେ ଗଣମାଧ୍ୟମ ଆଗରେ ଏଭଳି କରିବାକୁ ପୋଲିସକୁ ଧମକ ଦେଇଥିଲେ ।
ତେବେ କଂଗ୍ରେସର ଏଭଳି ଆଚରଣକୁ ପ୍ରେସମିଟ କରି କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି କିଛି ଇସ୍ୟୁ ନଥାଇ ବିରୋଧ ସହ ବିଧାନସଭାର ମର୍ଯ୍ୟାଦା ଉଲଂଘନ କରାଯାଉଛି । ବାଚସ୍ପତିଙ୍କୁ ଯେଉଁ ଭଳି ବ୍ୟବହାର କରାଗଲା ତାହା ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ଭାବେ ବିରୋଧ କରିବା ଠିକ, ମାତ୍ର କୌଣସି ଆଧାର ନଥାଇ ଯେଉଁ ବିରୋଧ ହେଉଛି ତାହାକୁ ନିନ୍ଦା କରୁଛି ଭାରତୀୟ ଜନତା ପାର୍ଟି ।
ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଜନମତକୁ ସମର୍ଥନ ଦେଇ ବିରୋଧୀ ଦଳର କାର୍ଯ୍ୟ କରିବା ଉଚିତ, ମାତ୍ର ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ବିଜେପି କେବେ ସମର୍ଥନ କରିବ ନାହିଁ । କଂଗ୍ରେସ କାହିଁକି ଏତେ ବର୍ଷ ଶାସନରେ ରହିଲା ପରେ ବି ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ସେମାନେ ସେଥିରେ ଆତ୍ମସମୀକ୍ଷା କରିବା ଉଚିତ୍ । ବିରୋଧୀ ଦଳ ଗଠନ ମୂଳକ ସମାଲୋଚନା, ଗଠନ ମୂଳକ ବିରୋଧ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ ସରକାର ଯେଉଁ କାର୍ଯ୍ୟ କରିବାକୁ ଚାଁହଛନ୍ତି ସେଥିରେ ବିରୋଧୀ ଦଳ ସାହାଯ୍ୟ କରିବା ଦରକାର ।
#WATCH | #Bhubaneswar: Police use water canon to disperse the Congress workers holding a protest march to the #OdishaAssembly
— Argus News (@ArgusNews_in) March 27, 2025
Police resorted to firing water canon after the Congress worked pelted stones and chairs at the police along the Mahatma Gandhi Marg#Odisha #Congress pic.twitter.com/1aMi6zxbTB
ସେହିଭଳି ବିଜେଡିର ଆଚରଣକୁ ନାପସନ୍ଦ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭା ଏକ ସ୍ଥୟୀ ପବିତ୍ର ଗୃହ, ଗଙ୍ଗାଜଳ ଛିଞ୍ଚିବା ଅନାବଶ୍ୟକ । ଏଭଳି କାର୍ଯ୍ୟ କରାନଯାଉ, ଯାହାଦ୍ବାରା ଗୃହ ଅପବିତ୍ର ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ । ସୂଚନାଯୋଗ୍ୟ, କଂଗ୍ରେସ ଦଳ ବିଧାନସଭା ଗୃହ ବାହାରେ ଚିତ୍କାର କରି ହଲ୍ଲାବୋଲ କରିଥିବା ବେଳେ ବିଜେଡି ବିଧାନସଭା ପରିସରରେ ଗଙ୍ଗା ପାଣି ସିଞ୍ଚନ କରିଛି । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।