Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ରଣକ୍ଷେତ୍ର ପାଲଟିଲା ଆନ୍ଦୋଳନ ସ୍ଥଳ , ହେଲା ପଥରମାଡ..ରକ୍ତରେ ଭିଜିଲା ପିଏମଜି..

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ରଣକ୍ଷେତ୍ର ପାଲଟିଲା ଆନ୍ଦୋଳନ ସ୍ଥଳ , ହେଲା ପଥରମାଡ..ରକ୍ତରେ ଭିଜିଲା ପିଏମଜି..

7 ମାସ ପରେ ଭକ୍ତ ହେଲେ ମୁଖିଆ
ଗାନ୍ଧୀ ପରିବାରର ଖାସ...
ସଭାପତି ହେବା ପରେ ଦଳ ପ୍ରସଙ୍ଗ କଲା ମହିଳା ସୁରକ୍ଷା
ମୁଳରୁ ତଥ୍ୟ ନେଇ ବିବାଦ
କଂଗ୍ରେସର ଟି ସାର୍ଟ- ବିଧାନସଭାର ଉତ୍ତରରେ ନାହିଁ ତାଳମେଳ
ରଣକ୍ଷେତ୍ର ପାଲଟିଲା ଆନ୍ଦୋଳନ ସ୍ଥଳ.. ହେଲା ପଥରମାଡ. ରକ୍ତରେ ଭିଜିଲା ପିଏମଜି
ଦଳର ଉଗ୍ର ଆନ୍ଦୋଳନ ପରେ ମହିଳା ସୁରକ୍ଷା ହେଲା ଅପ୍ରସଙ୍ଗ
ପୋଲିସ କାହିଁକି କଲା ବଳ ପ୍ରୟୋଗ କଂଗ୍ରେସ କଲା ପ୍ରସଙ୍ଗ


ଦିନ 10 ଟା ରାମ ମନ୍ଦିର ଛକ ରୁ ଶୋଭାଯାତ୍ରା ସହ ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ କର୍ମୀ । ଆଗରେ ଥିଲେ ପିସିସି ସଭାପତି ଭକ୍ତ ଦାସ, ପ୍ରଭାରି ଅଜୟ କୁମାର ଲଲୁଙ୍କ ସହ କଂଗ୍ରେସ ନେତା ଓ ବିଧାୟକ।ଲୋୟର ପିଏମ ଜିରେ ପହଂଚିବା ପରେ କଂଗ୍ରେସ କରିଥିଲା ବଡ଼ ସମାବେଶ । ହେଲେ ଷ୍ଟେ ରେ ବରିଷ୍ଠ ନେତା ଭାଷଣ ଦେବା ସମୟ ରେ 30 ରୁ ଅଧିକ କଂଗ୍ରେସ କର୍ମୀ ଆସି ପୋଲିସ ର ପ୍ରଥମ ବ୍ୟାରିଗେଟ ଭାଙ୍ଗିବା ସହ ଦ୍ଵିତୀୟ ବ୍ୟାରିଗେଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।ବେଶ କିଛି ସମୟ ପୋଲିସ ସହ ଧସ୍ତା ଧସ୍ତି ପରେ ସ୍ଥିତି ହେଲା ଅଣାୟତ୍ତ। ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ କର୍ମୀ ଉଦ୍ୟମ କଲା ବେଳେ ଲାଠି ଚାଲଣା କରିଥିଲା ପୋଲିସ । ଏହା ପରେ ରକ୍ତ ମୁଖା ହୋଇଥିଲେ ଉତ୍ତ୍ୟକ୍ତ କର୍ମୀ । ପୋଲିସ ଉପରକୁ ଆରମ୍ଭ ହେଲା ଢେଲା ପଥର ସହ ଚେୟାର ମାଡ଼..କିଛି କଂଗ୍ରେସ ନେତା ଆସି ଅଟକାଇବାକୁ ଉଦ୍ୟମ କରିଥିଲେ ହେଲେ ଶୁଣି ନଥିଲେ କଂଗ୍ରେସ କର୍ମୀ । କର୍ମୀ ଙ୍କ ପଥର ମାଡ଼ ରେ ପୋଲିସ ସହ ଲହୁ ଲୁହାଣ ହେଲେ ସାମ୍ୱାଦିକ । ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ମୁଣ୍ଡ ବି ଫାଟିଲା (ମୋବାଇଲ ଭିଜୁଆଲ ସ୍ନିଗ୍ଧ ଦେଇଛି..) ନିଜକୁ ରକ୍ଷା କରିବାକୁ ମୁଣ୍ଡ ରେ ଚେୟାର ଘୋଡାଇ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା ।

ପରିସ୍ଥିତି ଅଣାୟତ ହେବାରୁ ପୁଣି ଥରେ ହେଲା ଲାଠି ମାଡ । ପରେ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ କରିଥିଲା ପୋଲିସ । ପ୍ରାୟ ଅଧଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ ନ ହେବାରୁ ଶେଷରେ ଟିୟର ଗ୍ୟାସ ମାଡ କରିଥିଲା ପୋଲିସ। ଏପଟେ ଉତ୍ତକ୍ତ କର୍ମୀ ପୋଲିସ ଗାଡିରେ ନିଆଁ ଲଗାଇବାକୁ କରିଥିଲେ ଉଦ୍ୟମ । ବେଶ କିଛି ସମୟ ଧରି ରଣକ୍ଷେତ୍ର ପାଲଟିଥିଲା ଧାରଣା ସ୍ଥଳ । ପିସିସି ସଭାପତି ଭକ୍ତ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ବିଧାୟକ ତାରା ବାହାନୀପତି ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଙ୍କ ସହ ବହୁ କଂଗ୍ରେସ କର୍ମୀ ଙ୍କୁ ଉଠାଇ ନେଇଥିଲା ପୋଲିସ

ପୋଲିସ ଉପରେ ଆକ୍ରମଣ ଯୋଗୁଁ ଆହତ ହୋଇଛି 12 ପୋଲିସ ଅଧିକାରୀ । ଅତିରିକ୍ତ କମିଶନର ଓ ଡିସିପି, କ୍ୟାପିଟାଲ ହସପିଟାଲରେ ଆହତ ମାନଙ୍କୁ ଭେଟିଛନ୍ତି । କେଉଁ ପରିସ୍ଥିତି ରେ ଏଭଳି ହେଲା ତାହାର ତଦନ୍ତ ହେବ କହିଛନ୍ତି ଡିସିପି । ସେପଟେ ଆହତ କଂଗ୍ରେସ କର୍ମୀ ଙ୍କୁ ମେଡିକାଲ ରେ ଭେଟିଛନ୍ତି ଭକ୍ତ ଦାସ ଓ ନିରଞ୍ଜନ ପଟ୍ଟନାୟକ । ପୋଲିସ ର ଲାଠି ଚାର୍ଜ କୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ । ଏପଟେ କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ନିନ୍ଦା କରିଛି ବିଜେପି । ଦଳ କହିଛି ଖବରରେ ରହିବା ପାଇଁ ହିଂସାକୁ ବାଛିଛି କଂଗ୍ରେସ ।

ଶାନ୍ତି ପୂର୍ଣ ଆନ୍ଦୋଳନ ଡାକରା ଦେଇଥିଲା କଂଗ୍ରେସ.. କଂଗ୍ରେସର ବଡ ନେତା ମଂଚରେ ଭାଷଣ ଦେଉଥିବା ବେଳେ କାହା ନିର୍ଦ୍ଦେଶରେ କର୍ମୀ ବ୍ୟାରିକେଡ ଭାଙ୍ଗି ହିଂସାତ୍ମକ ଆନ୍ଦୋଳନ କଲେ ତାହା ଏବେ ବଡ ପ୍ରଶ୍ନ । କର୍ମୀ ଙ୍କୁ ହିଂସା କରିବାକୁ ଆଗରୁ ନିର୍ଦ୍ଦେଶ ଥିଲା କି । 2012ରେ ଏମିତି ପରିବର୍ତ୍ତନ ଶୋଭାଯାତ୍ରାରେ ବି କଂଗ୍ରେସ କର୍ମୀଙ୍କ ହିଂସାତ୍ମକ ଆନ୍ଦୋଳନକୁ ନା ପସନ୍ଦ କରିଥିଲେ ଲୋକେ । ଏବେ ନୂଆ ସଭାପତିଙ୍କ ନେତୃତ୍ବରେ ଦଳର ଏ ଉଗ୍ର ଆନ୍ଦୋଳନକୁ ମିଳିବ କି ଲୋକଙ୍କ ସମର୍ଥନ। ଯେଉଁ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାସଭାରେ ଦଳର ବିଧାୟକ ଘଣ୍ଟ,ତୁରୀ ବଜାଇ ହଙ୍ଗାମା କରି ନିଲମ୍ବନ ହେଲେ ଏବେ ସେହି ପ୍ରସଙ୍ଗ ଦଳ ପାଇଁ ଗୌଣ ହୋଇ ପୁଲିସର ବଳ ପ୍ରୟୋଗ ବଡ ପ୍ରସଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress worker protest at Bhubaneswar | Argus News