କଂଗ୍ରେସର ୧୨ ବିଧାୟକଙ୍କ ନିଲମ୍ବନକୁ ନେଇ ରାସ୍ତାରେ କଂଗ୍ରେସର ଧାରଣା

କଂଗ୍ରେସର ୧୨ ବିଧାୟକଙ୍କ ନିଲମ୍ବନକୁ ନେଇ ହାଇଡ୍ରାମା । ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ରାତି ତମାମର ରାସ୍ତାରେ ଶୋଇଲେ କଂଗ୍ରେସ କର୍ମୀ । ମାଷ୍ଟରକ୍ୟାଣ୍ଟିନ ଛକରେ ଶୋଇ ରହି ବିଳମ୍ବିତ ରାତିରୁ ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । କର୍ମୀଙ୍କ ସହ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ଧାରଣା ସମୟରେ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇ ପଡିଥିବା ସୂଚନା ରହିଛି ।
ମଙ୍ଗଳବାର ସନ୍ଧ୍ୟାରେ ଲବି ଗେଟ୍ ବନ୍ଦ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ବିଧାୟକ ଦଳ ନେତା ଲବିକୁ ଆସିଥିବା ବେଳେ ଅଟକାଇଥିଲେ ସୁରକ୍ଷାକର୍ମୀ । ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଧାନସଭା ବାହାରେ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ପ୍ରତିବାଦ କରିଥିଲେ । 163ର ଉଲ୍ଲଙ୍ଘନ ଅଭିଯୋଗରେ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ । 163 ଲାଗିଥିବାରୁ କଂଗ୍ରେସ କର୍ମୀ ଧାରଣା ଦେଇପାରିବେନି କହିଥିଲା ପୋଲିସ । ଉଠିଯିବାକୁ ପ୍ରଥମେ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରିଥିଲା ଓ ପରେ କଂଗ୍ରେସ କର୍ମୀ ନ ମାନିବାରୁ ପୋଲିସ ଉଠାଇନେଇଥିଲା ।
📱 Get Argus News App
✨ସେପଟେ କଂଗ୍ରେସକୁ କଡ଼ା ଭର୍ତ୍ସନା କଲେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ । ମିଛ ବାହାନା କରୁଛି କଂଗ୍ରେସ, ଏମାନଙ୍କର ବ୍ୟବହାର ଦୁର୍ଭାଗ୍ୟଜନକ କହିଲେ ଈରାଶିଷ । ଓଡ଼ିଶାରେ ଶାନ୍ତି ଫେରୁଛି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସବୁ ଚାଲିଛି । ଲୋକଙ୍କ ବିକାଶ ହେଉ ବୋଲି ଚାହୁଁନି କଂଗ୍ରେସ। ଗୃହରେ ଲୋକଙ୍କ ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ ଉଠୁ ବୋଲି ଚାହୁଁନି କଂଗ୍ରେସ । ମିଛ ବାହାନା କରି ନାଟକ ରଚିବା କଂଗ୍ରେସର କାମ ବୋଲି କହିଛନ୍ତି ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ।