Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ନବୀନଙ୍କ ନାଁରେ ପାଣ୍ଡିଆନଙ୍କ ବସ୍ ଗିରି ନେଇ ବିଜେଡିରେ ବଡ଼ ବିଦ୍ରୋହ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ନବୀନଙ୍କ ନାଁରେ ପାଣ୍ଡିଆନଙ୍କ ବସ୍ ଗିରି ନେଇ ବିଜେଡିରେ ବଡ଼ ବିଦ୍ରୋହ

Key Points

ବିଜେଡିରେ ବସ୍ ରାଜ୍
ଆଉ ନେତାଙ୍କ ସହ ଆଲୋଚନା କରି ନିଆଯାଉନି ନିଷ୍ପତ୍ତି
ନୂଆ ବସ୍ ଙ୍କ ନିଷ୍ପତ୍ତି ମାନିବାକୁ ନେତାଙ୍କୁ କରାଯାଉଛି ବାଧ୍ୟ
କହୁ କହୁ ବିଜେଡିର ଗୁମର ଖୋଲି ଦେଲେ ଶୁଭାଶିଷ ଖୁଣ୍ଟିଆ

ନେତୃତ୍ୱଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଉଥିଲେ ନବୀନ । କିନ୍ତୁ ଏବେ ବସ୍ ଭଳି ନିଷ୍ପତ୍ତି ଶୁଣାଉଛନ୍ତି ଭୈରବ ପାଣ୍ଡିଆନ ।ସେ ଯାହା କହୁଛନ୍ତି ତାକୁ ମାନିବାକୁ ବାଧ୍ୟ କରୁଛନ୍ତି । ପାଣ୍ଡିଆନଙ୍କ ଦବଦବାକୁ ନେଇ ବିଜେଡିରେ ବହୁଛି ଅସନ୍ତୋଷର ଝଡ଼ । ବରିଷ୍ଠଙ୍କ ବାକ ବିତଣ୍ଡା ପରେ ଯୁବ ଛାତ୍ର ସଭାପତି ଚୟନକୁ ନେଇ ହୋଇଛି ବିସ୍ଫୋରଣ । ବିନା ଆଲୋଚନାରେ ସଭାପତି ଚୟନ କରାଯାଇଥିବାରୁ ବିଦ୍ରୋହ କରୁଛନ୍ତି ଉଭୟ ଯୁବ ଓ ଛାତ୍ର ଗୋଷ୍ଠୀ । କିନ୍ତୁ ବିଦ୍ରୋହୀଙ୍କୁ ଦମନ ଲାଗି କୋଟେରୀ ଗ୍ରୁପ ମାଧ୍ୟମରେ ପାଣ୍ଡିଆନ ଦେଇଛନ୍ତି କଡ଼ା ବାର୍ତ୍ତା । ନବୀନ ନିବାସ ବୈଠକ ପରେ କୁହାଯାଇଛି ବସ୍ ଇଜ୍ ଅଲୱେଜ୍ ରାଇଟ୍ । ଅର୍ଥାତ ବସଙ୍କ ନିର୍ଦ୍ଦେଶ ସମସ୍ତେ ମାନିବାକୁ ବାଧ୍ୟ।

ବିଦ୍ରୋହ ଭିତରେ ନୂଆ ଯୁବ ସଭାପତିଙ୍କ ରାଜା ପୁଅ ଆଉ ରାଜା ହେବନି ବୟାନ ଦଳ ପାଇଁ ସୃଷ୍ଟି କରିଛି ଅଡୁଆ । କୁହାଯାଉଛି ପରିବାରଦ ରାଜନୀତି ପାଇଁ ବିଜେଡିରେ ଥିବା ପ୍ରାୟ ୫୦ରୁ ଅଧିକ ନେତାଙ୍କୁ ପରୋକ୍ଷରେ କରାଯାଇଛି ଟାର୍ଗେଟ୍ । ଯୁବ ସଭାପତିଙ୍କ ଏ ବୟାନ ବିଜୁଙ୍କ ପୁଅ ହିସାବରେ ନବୀନଙ୍କ ପାଇଁ ବି ସୃଷ୍ଟି କରିଛି ଅଡୁଆ । ସେପଟେ ଅସନ୍ତୋଷ ପ୍ରଶମିତ କରିବା ପାଇଁ ମଙ୍ଗୁଆଳ ମାନଙ୍କ ସବୁ ଉଦ୍ୟମ ବାରମ୍ବାର ଫେଲ୍ ମାରୁଛି । ଶୀର୍ଷ ନେତୃତ୍ୱ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଡାକି ଆଲୋଚନା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଭୈରବ ପାଣ୍ଡିଆନଙ୍କ ବସ୍ ଗିରିକୁ ନେଇ ବିଜେଡିରେ ଦେଖା ଦେଇଥିବା ବିଦ୍ରୋହ ଆଗକୁ ପ୍ରଶମିତ ହେଉଛି ନା ଉଗ୍ର ରୂପ ଧାରଣ କରୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
controversy rises in BJD due to VK pandian's leadership | Argus News