ବିଜେଡି ଭିତରେ କାହା ସହ କାହାର ପଡୁନି ....

Key Points
ଓ୍ବକଫ୍ ବିଲକୁ ନେଇ ଦୁଇଭାଗ ହୋଇଯାଇଛି ବିଜେଡି। ସସ୍ମିତ୍ ପାତ୍ର ବିବେକ ଅନୁସାରେ ଓ୍ବକଫକୁ ସମର୍ଥନ ଜଣାଥିବା ନେଇ ସ୍ପଷ୍ଟ କରିବା ପରେ ଦଳ ଭିତରେ ହୋଇଛି ଭୂକମ୍ପ। ବିଜେଡି ନେତାଙ୍କ ଭିନ୍ନଭିନ୍ନ ମତ ସାମ୍ନାକୁ ଆସୁଛି। ମୁନା ଖାଁଙ୍କ ସମର୍ଥକ ଆଜି ନବୀନ ନିବାସରେ ଦେଇଛନ୍ତି ପାଣ୍ଡିଆନ ଗୋ ବ୍ୟାକ୍ ନାରା। ଯାହା ବିଜେଡିକୁ ମୂଳରୁ ଦୋହଲାଇ ଦେଇଛି।
ଜାଣନ୍ତୁ ଏହି ଓ୍ବକଫ୍ ବିଲ୍ ଓ ବିଜେଡି ବିବାଦକୁ ନେଇ କ'ଣ କହୁଛନ୍ତି ବିଜେଡି ନେତା-
ମୁନା ଖାଁ ( ବିଜେଡି ରାଜ୍ୟ ସଭା ସାଂସଦ)
ମୁନା ଖାଁ କହିଛନ୍ତି ଆଉ ଦୋ ମୁହାଁ ନୀତି ଚଳିବ ନାହିଁ। ବିବେକ୍ ଅନୁସାରେ ଭୋଟ ଦେବାକୁ କେବେ କୁହାଯାଏ ନାହିଁ। ବିଲ୍କୁ ବିରୋଧ କରିବାକୁ ନିର୍ଦ୍ଦେଶ ଥିଲା। ସଂସଦୀୟ ଦଳ ବୈଠକରେ ବି ନିଷ୍ପତ୍ତି ହୋଇଥିଲା। ଇଫତାର ପାର୍ଟିରେ ବି ନବୀନ ବିଲ୍ ବିରୋଧରେ ଦଳ ଷ୍ଟାଣ୍ଡ କରିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ସସ୍ମିତ କାହିଁକି ଏମିତି କଲେ ବୋଲି ମୁନା ପ୍ରଶ୍ନ କରିଛନ୍ତି। ମୋର ବିଶ୍ବାସ ନବୀନ କେବେ ଏମିତି କହି ନଥିବେ। ସସ୍ମିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ମୁନା ଖାଁ ନବୀନଙ୍କ ନିକଟରେ ଦାବି କରିଛନ୍ତି।
ଦେବାଶିଷ ସାମନ୍ତରାୟ ( ବିଜେଡି ରାଜ୍ୟସଭା ସାଂସଦ)
ଗତ ଏପ୍ରିଲ୍ ୫ ତାରିଖରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଫେସବୁକରେ ଏକ ପୋଷ୍ଟ କରି ଲେଖିଥିଲେ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ' ୱାକଫ ସଂଶୋଧନ ବିଲ ' ପ୍ରସଙ୍ଗରେ ନିଜର ସ୍ପଷ୍ଟ ରଖିବାରେ ବିଫଳ ହେବା ମତେ ବ୍ୟଥିତ କରିଛି। ଦୁଇ ଦୁଇଥର ସଂସଦୀୟ କମିଟି ବୈଠକରେ ମାନ୍ୟବର ସଭାପତିଙ୍କ ନିର୍ଦେଶ ଥିଲା ରାଜ୍ୟସଭାରେ ଏହି ବିଲକୁ ଜୋରଦାର ବିରୋଧ କରାଯିବ। ଏଥି ସହିତ ବିଜୁ ଜନତା ଦଳ ଏହାର ଇସ୍ତାହାରରେ ମଧ୍ୟ ସ୍ପଷ୍ଟ କରିଥିଲା ୱାକଫ ସଂଶୋଧନ ବିଲକୁ ବିରୋଧ କରିବ । ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ମାନ୍ୟବର ସଭାପତି ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଭେଟି ଏହି ବିଲକୁ ରାଜ୍ୟସଭାରେ ବିରୋଧ କରାଯିବା ନେଇ ଆଲୋଚନା ମଧ୍ୟ କରିଥିଲେ ।
ହୁଇପି ଜାରି ନକରି , ମାତ୍ର ଭୋଟିଂ ଦିନ ସନ୍ଧ୍ୟାରେ ଅତି ତରବରିଆ ଭାବରେ ସଂସଦୀୟ ଦଳର ନେତା ଡ଼ ସସ୍ମିତ ପାତ୍ର ଟୁଇଟ କରି ନିଜ ନିଜ ବିବେକ ଅନୁସାରେ ଭୋଟ ଦେବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ନିଷ୍ପତ୍ତି ପରିବର୍ତ୍ତନ ଫଳରେ ଦଳ ସଂଖ୍ୟଲଘୁ ସମ୍ପ୍ରଦାୟର ଅବିଶ୍ୱାସର ପାତ୍ର ହେବା ସହ ଅପୂରଣୀୟ କ୍ଷତି ସହିବାକୁ ଯାଉଛି । ଯାହା ମୋତେ ବହୁତ କଷ୍ଟ ଦେଇଛି । ଏହି କାରଣରୁ ମୋ ବିବେକ ଅନୁଯାୟୀ ସମ୍ବିଧାନ ଓ ଧର୍ମନିରପେକ୍ଷତାକୁ ସମର୍ଥନ ଜଣାଇ ମତଦାନରୁ ଦୁରେଇ ରହିଲି। ଏବେ ବିଜୁ ଜନତା ଦଳର ଆଦର୍ଶରେ ବିଶ୍ୱାସ କରୁଥିବା କୋଟି କୋଟି ବିଜୁପ୍ରେମୀ ଜାଣିବାକୁ ଚାହାନ୍ତି ଦଳର ଏହି ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପଛରେ ଦାୟୀ କିଏ ? ବୋଲି ଲେଖିଥିବା ବେଳେ ଆଜି ଗଣମାଧ୍ୟମରେ ଏହା ପଛରେ ଭିକେ ପାଣ୍ଡିଆନଙ୍କ ହାତ ଥିବା କହିଛନ୍ତି।
ସୁଲତା ଦେଓ ( ବିଜେଡି ରାଜ୍ୟସଭା ସାଂସଦ)
📱 Get Argus News App
✨ରାଜ୍ୟସଭା ସାଂସଦ ସୁଲତା ଦେଓ ସୋସିଆଲ ମିଡିଆ ଏକ୍ସରେ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରି ଲେଖିଛନ୍ତି' ପୁନଶ୍ଚ ପାର୍ଲାମେଣ୍ଟରେ ଭୋଟ ଦାନ ରାତିରେ କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରୟ ଶୋଇ ପଡ଼ିବାରୁ ନିଜ ଭୁଲ୍ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିପାଇଁ ନିବୃତ ରହିବାକୁ ଅନୁରୋଧ କରୁଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ପୁଲଓ୍ବାମା ସହିଦ୍ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ପାଣ୍ଡିଆନ ଚାପ ପକାଇଥିଲେ, ଟାହା ଫଳରେ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା।
ପୁନଶ୍ଚ ପାର୍ଲିଆମେଣ୍ଟରେ ଭୋଟ୍ ଦାନ ରାତି କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରାୟ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି।
— Sulata Deo (@DeoSulata) April 7, 2025
ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ କରୁଛି।
ନିରଞ୍ଜନ ବିଶି ( ବିଜେଡି ରାଜ୍ୟସଭା ସାଂସଦ)
ସେହିଭଳି ନିରଞ୍ଜନ ବିଶି ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ବାହାରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି- ଶ୍ରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ ମହୋଦୟ ବହୁତ ଦିନ ହେଲା ରାଜନୀତି ରୁ ବିଦାୟ ନେଇସାରିଛନ୍ତି। କିନ୍ତୁ ଵାକ୍ୱାଫ ବିଲ୍ ବିଷୟରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ମାନନୀୟ ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟଙ୍କ ବିବୃତିକୁ ମୁଁ ନିନ୍ଦା କରୁଛି । ସେ କିଛି ଅଭିସନ୍ଧି ରଖି ଏ କଥା କହୁଛନ୍ତି ବୋଲି ମୋର ଦୃଢ଼ ଧାରଣା ସୃଷ୍ଟି ହେଉଛି ।
ମାନସ ମଙ୍ଗରାଜ ( ବିଜେଡି ରାଜ୍ୟସଭା ସାଂସଦ)
ମାନସ ମଙ୍ଗରାଜ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟସଭା ସହଯୋଗୀ ଶ୍ରୀ ଦେବାଶିଷ ସାମନ୍ତରାୟ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ୱାକଫ ବିଲ୍ ନିଷ୍ପତ୍ତି ଉପରେ ଆକ୍ରମଣ କରିଛନ୍ତି। ପାଣ୍ଡିଆନ ୧୦ ମାସ ପୂର୍ବରୁ ରାଜନୀତିରୁ ଅବସର ନେଇସାରିଛନ୍ତି ଏବଂ କୌଣସି ବୈଠକ କିମ୍ବା ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁନାହାଁନ୍ତି। ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଯିଏ ଆମ ଦଳର ସଭାପତି ଏବଂ ସମସ୍ତ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି। ଯଦି ଆମର କୌଣସି ଅଭିଯୋଗ ଥାଏ, ତେବେ ଏହାକୁ ଦଳୀୟ ଫୋରମରେ ଉଠାଇବା ଉପଯୁକ୍ତ। ଅନେକ ବରିଷ୍ଠ ନେତା ମଧ୍ୟ ସେହିପରି କରିଥିଲେ। ଶ୍ରୀ ସାମନ୍ତରାୟ ଏହାକୁ ଅନୁସରଣ କରିବା ପରିବର୍ତ୍ତେ ଗଣମାଧ୍ୟମକୁ ଯାଇ ଦଳୀୟ ରାଜନୀତିରେ ନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କହିବା ତାଙ୍କର ମନ୍ଦ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
It's very unfortunate to see that my Rajya Sabha colleague Shri Debasish Samantaray has attacked Shri VK Pandian over Waqf Bill decision despite the fact that the latter has already retired from politics 10 months ago and is not participating in any meeting or political activity.…
— Manas Mangaraj (@manasrmangaraj) April 7, 2025
ସୁବାଷ ସିଂ ( ବିଜେଡି ନେତା, ସିଏମସି ମେୟର)
ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ତଥା ସିଏମସି ମେୟର ସୁବାସ ସିଂ। ସେ କହିଛନ୍ତି ଦେବାଶିଷଙ୍କ ମାନସିକ ସ୍ଥିତି ବିଗିଡି ଯାଇଛି। ସେ କେଉଁ ଦଳକୁ ଯିବାକୁ ଇଚ୍ଛା କରିଛନ୍ତି ବୋଲି ପଚାରିଛନ୍ତି ସୁବାସ ସିଂ। ସୁବାଷ ସିଂ ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି।