|
logo
Live
Argus News App
GET APP

Argus News - ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'

Politics

Debashish Samantaray / ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'

Key Points

ସିନିୟର୍ ସିଟିଜେନ୍ ସେଲ୍‌ର ଉପସଭାପତି ପଦରୁ ଇସ୍ତଫା ନେଇ ଦେବାଶିଷ, ନବୀନଙ୍କୁ ପତ୍ର ଲେଖିଛନ୍ତି । ଇସ୍ତଫା ଦେବା ସହ ପତ୍ରରେ ଉଠାଇଛନ୍ତି ଅନେକ ପ୍ରଶ୍ନ । ଦେବାଶିଷ ଲେଖିଛନ୍ତି, "ମୁଁ ବୁଝି ପାରୁନାହିଁ ଉପସଭାପତି ରାଙ୍କର ମାନେ କ'ଣ ?

କଟକ: ଆଗରୁ ମୁହଁ ଖୋଲୁଥିଲେ, ଅସନ୍ତୋଷ ଜାହିର୍ କରୁଥିଲେ । ଏବେ ଦଳ ଦେଇଥିବା ପଦବୀରୁ ଇସ୍ତଫା ଦେଇ ସିଧା ସଭାପତିଙ୍କୁ ପ୍ରଶ୍ନ କଲେ । ବିଜେଡିର ସିନିୟର୍ ସିଟିଜେନ୍ ସେଲ୍‌ର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।

ସିନିୟର୍ ସିଟିଜେନ୍ ସେଲ୍‌ର ଉପସଭାପତି ପଦରୁ ଇସ୍ତଫା ନେଇ ଦେବାଶିଷ, ନବୀନଙ୍କୁ ପତ୍ର ଲେଖିଛନ୍ତି । ଇସ୍ତଫା ଦେବା ସହ ପତ୍ରରେ ଉଠାଇଛନ୍ତି ଅନେକ ପ୍ରଶ୍ନ । ଦେବାଶିଷ ଲେଖିଛନ୍ତି, "ମୁଁ ବୁଝି ପାରୁନାହିଁ ଉପସଭାପତି ରାଙ୍କର ମାନେ କ'ଣ ? ବ୍ୟୁରୋକ୍ରାଟିକରେ ଏହି ଶବ୍ଦ ନିରର୍ଥକ ଓ ଲଜ୍ଜାଜନକ ।"

ନବୀନଙ୍କୁ ଦେବାଶିଷ ଲେଖିଛନ୍ତି, "ସାର୍ ମୁଁ ଦ୍ଵନ୍ଦ୍ଵରେ ଅଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅନୁଗତଙ୍କ ସ୍ଥାନ କେଉଁଠି ? ଯେଉଁମାନେ ଆପଣଙ୍କ ରାଜନୈତିକ ଜୀବନ ଆରମ୍ଭରୁ ଏଯାଏଁ ପଥର ଭଳି ଛିଡ଼ା ହୋଇଥିଲେ ।"

ଏଥିସହ ପଢ଼ନ୍ତୁ: BJDରେ ଉତ୍ତରାଧିକାରୀ ଝଡ଼, ନବୀନ ଥାଉ ଥାଉ ଆସିବେ କି ନୂଆ ମୁଖିଆ ?

ଦେବାଶିଷ ଆହୁରି ଲେଖିଛନ୍ତି, "ସବୁ କଥା ଅନୁଧ୍ୟାନ ପରେ ମୁଁ ବ୍ୟଥିତ ହୋଇ ପଡ଼ିଛି । କେବଳ ମୋ ପାଇଁ ନୁହେଁ, ବିଜେଡିର ହଜାର ହଜାର ସମର୍ଥକଙ୍କ ପାଇଁ ଆପଣ ଏବେବି ଆମର ଆଶା ଓ ଭବିଷ୍ୟତ । ମୁଁ ନିଶ୍ଚିତ ଯେ ଆପଣ ପୁଣି ଥରେ ରାଜ୍ୟବାସୀଙ୍କ ଭରସା ଜିତିବେ ।"

ଦଳ ୨୦୨୪ ନିର୍ବାଚନରେ ପରାଜୟ ବରଣ କରିବା ପରେ ବିଜେଡି ହାରିବାର କାରଣକୁ ଗ୍ରହଣ କରିପାରି ନାହିଁ । ଦଳର ନେତା ଓ କର୍ମୀ ସେ କଥାକୁ ବାରମ୍ବାର ଜଣାଇବା ପରେ ବି ବିଜେଡି ବାସ୍ତବତାକୁ ଗ୍ରହଣ ପାଇଁ ସଂଘର୍ଷ କରୁଛି । ନିର୍ବାଚନରେ ଜିତିବା ଏବଂ ହାରିବା ସ୍ଵାଭାବିକ । କିନ୍ତୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ଵେ ଆମେ ହାରିଲୁ ବୋଲି ଲେଖିଛନ୍ତି ଦେବାଶିଷ ସାମନ୍ତରାୟ ।

ସେ ଲେଖିଛନ୍ତି, "ବିଜେଡିର ପ୍ରତିଟି କ୍ୟାଡର ଓ ନେତା, ସେମାନେ ବାହାରେ କୁହନ୍ତୁ ଅବା ନ କୁହନ୍ତୁ ସମସ୍ତେ ଜାଣିଛନ୍ତି ଦଳ କାହିଁକି ୨୦୨୪ ନିର୍ବାଚନରେ ହାରିଲା । ଦଳକୁ ଦୁର୍ବଳ ପାଇଁ କିଛି ପ୍ରୟାସ କରାଯାଉଥିବା ନେଇ ଆପଣ ଅବଗତ ଥିବା ବୋଲି ଆଶା । ଅନୁରୋଧ କରୁଛି ଆପଣ ଦଳର ବର୍ତ୍ତମାନ ସ୍ଥିତିକୁ ଧ୍ୟାନ ଦେଇ ବ୍ୟକ୍ତିଗତ ଭାବେ ଗୁରୁତ୍ଵ ଦେବେ ।"

ଏବେ ଦେବାଶିଷ ସାମନ୍ତରାୟ ବିଜେଡିର ସିନିୟର୍ ସିଟିଜେନ୍ ସେଲ୍‌ର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଆଗରକୁ ଦଳର କର୍ମୀ ଭାବେ କାମ କରିବେ ଏବଂ ବିଜୁ-ନବୀନଙ୍କ ବିଚାରଧାରାରେ ରହି କାର୍ଯ୍ୟ ପାଇଁ ସମର୍ପିତ ରହିବେ ବୋଲି ଲେଖିଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବାଶିଷ କହିଛନ୍ତି, "ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ, ସେଥିପାଇଁ ମୁଁ ଗଣମାଧ୍ୟମକୁ ଆସୁ ନଥିଲି । କିନ୍ତୁ ନବୀନ ପଟ୍ଟନାୟକଙ୍କ ଦେହ ଭଲ ହେବା ପରେ ମଧ୍ୟ ସାକ୍ଷାତ କରିବା ପାଇଁ ଦିଆଗଲା ନାହିଁ । ସେଥିପାଇଁ ମୁଁ ସିନିୟର୍ ସିଟିଜେନ୍ ସେଲ୍‌ର ଉପସଭାପତି ପଦବୀରୁ ଆଜି ଇସ୍ତଫା ଦେଇଛି ।"


ବିଜୁ ଜନତା ଦଳ ଏବେ ଗୋଟିଏ ବ୍ୟୁରୋକ୍ରାଟିକ ଦଳ ହୋଇଗଲାଣି । ଭୈରବଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଛନ୍ତି । ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ମୋର ବିଜୁ ଜନତା ଦଳ ଛାଡ଼ିବାର ନାହିଁ । ନବୀନ ପଟ୍ଟନାୟକ ମୋତେ ବହୁତ ଭଲ ପାଆନ୍ତି, ଦେଖା କରିବାକୁ ଚାହାନ୍ତି । କିନ୍ତୁ ଦେଖା କରିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Debashish Samantaray: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?' | Argus News