Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ

National

ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ

Smruti Parija
Browse all articles by Smruti Parija
·1 year ago·1 min read
ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ

Key Points

ଦିଲ୍ଲୀ ସିଂହାସନ ପାଇଁ ମହାସଂଗ୍ରାମ । ଆସନ୍ତା ମାସ ୫ ତାରିଖରେ ହେବାକୁ ଯାଉଛି ସମ୍ମୁଖ ଯୁଦ୍ଧ ।

ଅର୍ଗସ ବ୍ୟୁରୋ: ଦିଲ୍ଲୀ ସିଂହାସନ ପାଇଁ ମହାସଂଗ୍ରାମ । ଆସନ୍ତା ମାସ ୫ ତାରିଖରେ ହେବାକୁ ଯାଉଛି ସମ୍ମୁଖ ଯୁଦ୍ଧ । ୮ରେ ଆସିବ ଦିଲ୍ଲୀ ଜନତାଙ୍କ ନିର୍ଣ୍ଣୟ । ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ପାଇଁ ଆସନ୍ତା ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ଜାନୁଆରୀ ଓ 20 ଜାନୁଆରୀ ପ୍ରତ୍ୟାହାରର ଶେଷ ତାରିଖ । ସମସ୍ତ ୭୦ ଆସନରେ ଭୋଟିଂ ପାଇଁ ୧୩ ଶହ ୩ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହେବ । ୨୧୦ଟି ମଡେଲ ପୋଲିଂ ଷ୍ଟେସନ ମଧ୍ୟରୁ ୭୦ଟି ପୋଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା କରିଛି ନିର୍ବାଚନ କମିଶନ ।

ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା ପରେ ପ୍ରମୁଖ ତିନି ଦଳ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତୀବ୍ର ହୋଇଛି ବାକ୍ ଯୁଦ୍ଧ । ଦିନେ ରାଷ୍ଟ୍ରୀୟ ବିକଳ୍ପ ହେବାର ସ୍ବପ୍ନ ଦେଖିଥିବା ଆପ୍ ଏବେ ଦୁର୍ନୀତିର କାଠଗଡ଼ାରେ । ସେପଟେ କ୍ଷମତା ବଜାୟ ରଖିବାକୁ ଯୋଜନା ପରେ ଯୋଜନା ଘୋଷଣା କରି ଆପ୍ ସଂଯୋଜକ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ମନ ଜିଣିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । କଂଗ୍ରେସ ବି ଆପ ଦୁର୍ନୀତିକୁ କରିଛି ଟାର୍ଗେଟ୍ ।

ଶାସକ ଆପକୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ଗତ ଦୁଇଟି ନିର୍ବାଚନ ତୁଳନାରେ ଏଥର ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବିଜେପି ଆପ୍ ମୁଣ୍ଡବିନ୍ଧାର କାରଣ ବନିଛି । ଗତ ଶନିବାର ବିଜେପି ପ୍ରଚାରର ମଙ୍ଗ ଧରି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
delhi-assembly-election-schedule-announced | Argus News