Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ABVPର ଦବ୍‌ଦବା, ୪ରୁ ହାତେଇଲେ ୩ ଆସନ

Politics

DUSU Election Results / ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ABVPର ଦବ୍‌ଦବା, ୪ରୁ ହାତେଇଲେ ୩ ଆସନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଦିଲ୍ଲୀ ଛାତ୍ର ସଂସଦ ନିର୍ବାଚନରେ ABVPର ଦବ୍‌ଦବା, ୪ରୁ ହାତେଇଲେ ୩ ଆସନ

Key Points

DUSUର କେନ୍ଦ୍ରୀୟ ପ୍ୟାନେଲର ୪ ଆସନରୁ ୩ଟିରେ ଜିତିଛନ୍ତି ABVPର ପ୍ରାର୍ଥୀ । ଯେତେବେଳେ କି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନ (NSUI) କେବଳ ଗୋଟିଏରେ ସନ୍ତୁଷ୍ଟ ହୋଇଛି ।

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବଡ଼ ବିଜୟ ହାସଲ କରିଛି । DUSUର କେନ୍ଦ୍ରୀୟ ପ୍ୟାନେଲର ୪ ଆସନରୁ ୩ଟିରେ ଜିତିଛନ୍ତି ABVPର ପ୍ରାର୍ଥୀ । ଯେତେବେଳେ କି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନ (NSUI) କେବଳ ଗୋଟିଏରେ ସନ୍ତୁଷ୍ଟ ହୋଇଛି ।


DUSU ନିର୍ବାଚନରେ ୧ ଲକ୍ଷ ୫୩ ହଜାର ୧୦୦ ପଞ୍ଜିକୃତ ମତଦାତାଙ୍କ ମଧ୍ୟରୁ ୬୦ ହଜାର ୬୭୨ ଜଣ ଭୋଟ୍ ଦେଇଥିଲେ । ୩୯.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ମୈଦାନରେ ଥିଲେ ୨୧ ଆଶାୟୀ । ତେବେ ଟକ୍କର ABVP ଓ କଂଗ୍ରେସ ସମର୍ଥିତ NSUI ମଧ୍ୟରେ ହୋଇଥିବା ବେଳେ ABVPକୁ ସଫଳତା ମିଳିଛି ।


ABVP ପକ୍ଷରୁ ଆର୍ଯ୍ୟନ ମାନ, NSUIର ଜୋସଲିନ ନନ୍ଦିତା ଚୌଧୁରୀଙ୍କୁ ହରାଇ DUSUର ସଭାପତି ଭାବେ ବିପୁଳ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ସକାଳୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଗଣତି ପାଇଁ କଡ଼ାକଡ଼ି କରାଯାଇଥିଲା ସୁରକ୍ଷା ବ୍ୟବସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


DUSUର ସଭାପତି ଭାବେ ନିର୍ବାଚିତ ଆର୍ଯ୍ୟନଙ୍କୁ ୨୮ ହଜାର ୮୪୧ ଭୋଟ୍ ମିଳିଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଜୋସଲିନ ନନ୍ଦିତା ପାଇଛନ୍ତି ମାତ୍ର ୧୨ ହଜାର ୬୪୫ ଭୋଟ୍ । ଉପ ସଭାପତି ପଦ NSUIକୁ ଯାଇଛି । NSUIର ରାହୁଲ ଝାନସିଆ ଉପ ସଭାପତି ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୨୯ ହଜାର ୩୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ABVPର ଗୋବିନ୍ଦ ତନୱର ପାଇଛନ୍ତି ୨୦ ହଜାର ୫୪୭ ଭୋଟ୍ ।


ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ABVPର କୁନାଲ ଚୌଧୁରୀ ୨୩ ହଜାର ୭୭୯ ଭୋଟ୍ ପାଇଥିବା ବେଳେ ଯୁଗ୍ମ ସମ୍ପାଦକ ଦୀପିକା ଝାଙ୍କୁ ମିଳିଛି ୨୧ ହଜାର ୮୨୫ ଭୋଟ୍ । ଏବେ DUSUର ସଭାପତି ହୋଇଥିବା ଆର୍ଯ୍ୟନ ମାନଙ୍କ ଘର ହରିୟାଣାରେ । ସେ ଜଣେ ଫୁଟବଲ୍ ଖେଳାଳି ହୋଇଥିବା ବେଳେ ଲାଇବ୍ରେରୀ ସାଇନ୍ସରେ MA ପଢ଼ୁଛନ୍ତି ।

Related Topics

Explore more stories

Sponsored
DUSU Election Results | Delhi Univ DUSU Polls: ABVP Scores Big Win | Argus News | Argus News