Bihar Elections / ବିହାର ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ନିଯୁକ୍ତ କଲା ବିଜେପି, ସିଆର୍ ପାଟିଲ୍ ଓ କେଶବ ମୌର୍ଯ୍ୟ ସହ ପ୍ରଭାରୀ

Key Points
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ଧର୍ମେନ୍ଦ୍ରଙ୍କ ସହ ଆଉ ୨ ନେତାଙ୍କୁ ଦଳ ସହ ପ୍ରଭାରୀ ଦାୟିତ୍ଵ ଦେଇଛି ।
ନୂଆଦିଲ୍ଲୀ: ବିହାର ଭୋଟ୍ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ଵ ଦେଇଛି କେନ୍ଦ୍ରୀୟ ବିଜେପି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରଭାରୀ ନିଯୁକ୍ତ କରିଛି । ଧର୍ମେନ୍ଦ୍ରଙ୍କ ସହ ଆଉ ୨ ନେତାଙ୍କୁ ଦଳ ସହ ପ୍ରଭାରୀ ଦାୟିତ୍ଵ ଦେଇଛି । ସିଆର୍ ପାଟିଲ୍ ଓ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିଜେପି ବିହାର ସହ ପ୍ରଭାରୀ ନିଯୁକ୍ତ କରିଛି ।
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ଏକାଧିକ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ସଫଳତା ମିଳିଥିଲା । ଉତ୍ତରପ୍ରଦେଶ, ହରିୟାଣାରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଭାରୀ ରହିଥିବା ବେଳେ ବିଜେପି ସେଠି ଜିତି ସରକାର ଗଢ଼ିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ବିହାର ପ୍ରଭାରୀ ଥିଲେ ଧର୍ମେନ୍ଦ୍ର, ଆଉ ବିଜେପି ବଡ଼ ସଫଳତା ପାଇଥିଲା । ୨୦୧୦ ଓ ୨୦୧୫ରେ ବିହାର ଦାୟିତ୍ଵରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା ।
BJP appoints party leader Dharmendra Pradhan as its Bihar election incharge. Party's CR Paatil and Keshav Prasad Maurya appointed as co-incharges. pic.twitter.com/cZFz09ybO8
— ANI (@ANI) September 25, 2025
ବିହାର ନିର୍ବାଚନ ଏବେ ସୁଦ୍ଧା ତାରିଖ ଘୋଷଣା ହୋଇ ନାହିଁ । ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଉଷ୍ମତା ଲାଗି ରହିଛି । ଆଶା କରାଯାଉଛି, ନିର୍ବାଚନ କମିଶନ ଅକ୍ଟୋବର ୬ ତାରିଖ ପାଖାପାଖି ବିହାର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ । ନଭେମ୍ବରରେ ବିହାରରେ ନିର୍ବାଚନ ହେବା ଆଶା କରାଯାଉଛି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନରୁ ନୂଆ ଆରମ୍ଭ; ଆହୁରି ଭୋଟର୍ ଫ୍ରେଣ୍ଡଲି ହେବ EVM
ବିହାର ବିଧାନସଭାରେ ୨୪୩ଟି ଆସନ ରହିଛି । ଚଳିତଥର ଏଠି ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଟକ୍କର ଆଶା କରାଯାଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସମସ୍ତ ଦଳ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୦ ନିର୍ବାଚନ ଏନଡିଏ ସହ ରହି ନିର୍ବାଚନ ଜିତିଥିଲେ ।
ସୂତ୍ର ଅନୁସାରେ, ନିର୍ବାଚନ କମିଶନ ଅକ୍ଟୋବର ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଦଶହରା ପରେ ପରେ ବିହାର ନିର୍ବାଚନ ଲାଗି ଘୋଷଣା କରିପାରନ୍ତି ତାରିଖ । ନଭେମ୍ବରରେ ଛଟ୍ ପୂଜା ସମୟରେ ବିହାରରେ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ହୋଇପାରେ ମତଦାନ । ନଭେମ୍ବର ୧୫ରୁ ୨୦ ଭିତରେ ଭୋଟ୍ ଗଣନା କରାଯାଇ ସମଗ୍ର ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୨୨ ସୁଦ୍ଧା ସରିପାରେ । ଏବେ ବିହାରରେ ସରକାରରେ ଥିବା NDA ପୁଣି ଥରେ କ୍ଷମତା ହାତେଇବାକୁ ଆଶା ରଖିଥିବା ବେଳେ ଇଣ୍ଡି ମେଣ୍ଟ ନୀତିଶଙ୍କୁ ଗାଦିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ କରୁଛି ।
ଏଥିସହ ପଢ଼ନ୍ତୁ: ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ !
କାହା ପାଖେ କେତେ MLA ?
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ NDA ପାଖରେ ଏବେ ୧୩୧ ସଦସ୍ୟ ଅଛନ୍ତି । ବିଜେପି ପାଖରେ ୮୦ ବିଧାୟକ, ଜେଡିୟୁ-୪୫. ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-୪, ୨ ସ୍ଵାଧୀନ ବିଧାୟକଙ୍କ ସମର୍ଥନ NDAକୁ ରହିଛି । ସେହିଭଳି ବିରୋଧୀ ଇଣ୍ଡି ମେଣ୍ଟ ପାଖରେ ରହିଛନ୍ତି ୧୧୧ ସଦସ୍ୟ । ଆରଜେଡି ପାଖରେ ୭୭ ବିଧାୟକ, କଂଗ୍ରେସର ୧୯, ସିପିଆଇ (ଏମଏଲ୍)- ୧୧, ସିପିଆଇ (ଏମ୍)-୨ ଏବଂ ସିପିଆଇର ୨ ବିଧାୟକ ଇଣ୍ଡି ମେଣ୍ଟକୁ ସମର୍ଥନ କରୁଛନ୍ତି ।
Related Topics
Explore more stories