Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - Odisha Politics: ନବୀନ ଜାଣିନଥିଲେ... ସେ ନିଜେ ହିଞ୍ଜିଳିର ବିଧାୟକ !

Politics

Odisha Politics: ନବୀନ ଜାଣିନଥିଲେ... ସେ ନିଜେ ହିଞ୍ଜିଳିର ବିଧାୟକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Odisha Politics: ନବୀନ ଜାଣିନଥିଲେ... ସେ ନିଜେ ହିଞ୍ଜିଳିର ବିଧାୟକ !

'COMEDY IN KHAKEE ଖୋଲିଦେଲା EX CMଙ୍କ ଗୁମର । ହିଞ୍ଜିଳିରେ ନବୀନ କହୁଥିଲେ ''ୟାହାଁକା MLA କୋ ଜଲଦି ବୁଲାଓ" । ଅର୍ଥାତ ନିଜେ ହିଞ୍ଜିଳିର ବିଧାୟକ ବୋଲି ଜାଣି ନଥିଲେ ନବୀନ ବାବୁ । ଅଧିକାରୀଙ୍କ ସହ ୱାନ୍ ଟୁ ୱାନ୍ ମିଟିଂ କରୁଥିଲେ, କିନ୍ତୁ ଉତ୍ତର ଲେଖିକି ଦେବେ କହୁଥିଲେ । ବିଧାନସଭାରେ ପ୍ରଶ୍ନକର୍ତ୍ତାଙ୍କୁ ଅନୁପସ୍ଥିତ ରହିବାକୁ ପ୍ଲାନ୍ କରି କହୁଥିଲେ ।' ନବୀନଙ୍କ ଏଭଳି କିଛି ଗୁମର ଏବେ ସାମ୍ନାକୁ ଆଣିଛି COMEDY IN KHAKEE ।


ଥରେ ମୁଖ୍ୟମନ୍ତ୍ରୀ ଭାବରେ ରାଇଜ ମୁଖିଆ ନିଜ ନିର୍ବାଚନମଣ୍ଡଳୀକୁ ବାହାରନ୍ତି । ଲୋକଙ୍କ ଅଭିଯୋଗ ଶୁଣିବେ । ଅନ୍ ଦି ସ୍ପଟ ଫଇସଲା କରିବେ । ଲୋକ ବି କହିବେ ଯାହା ହେଉ ଆମ ନେତା ମୁଖ୍ୟମନ୍ତ୍ରୀ । ହେଲେ ହିଞ୍ଜିଳିରେ ନବୀନ ପହଁଞ୍ଚିବା ପୂର୍ବରୁ ଭିଡ଼ ଅଧିକ ହୋଇଥିଲା। ମୁଖିଆ ଆସିଛନ୍ତି ନା, ତେଣୁ ଡାଇରେକ୍ଟ ଅଭିଯୋଗ କରିବେ । ଲମ୍ବିବାରେ ଲାଗିଲା ଲାଇନ୍ । ଫେଲ ହେବାକୁ ଲାଗିଲା ପେସେନ୍ସ । ଧିରେ ଧିରେ ଲୋକଙ୍କ ଗହଳି ଦେଖି ଚିହିଁକି ଉଠିଲେ ମୁଖ୍ୟମନ୍ତ୍ରୀ । ଅତି ରାଗିଯାଇ ହିନ୍ଦିରେ କହିଲେ ୟାହାଁଙ୍କା MLA କୋ ଜଲଦି ବୁଲାଓ...



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାବନ୍ତୁ ସେ ସମୟରେ ଉପସ୍ଥିତ ଅଧିକାରୀଙ୍କ ମୁହଁ କେମିତି ହୋଇଥିବ । ସମସ୍ତେ ସମସ୍ତଙ୍କ ମୁହଁକୁ କେବଳ ଚାହିଁ ରହିଲେ ସିନା.. କେହି କିଛି ଉତ୍ତର ଦେଇପାରିଲେନି । ୫ ଥରର ମୁଖ୍ୟମନ୍ତ୍ରୀଙ୍କ ଏଭଳି କିଛି ଗୁମରକୁ ଛୁଙ୍କ ମାରି ବହିରେ ଉତ୍ତାରିଛନ୍ତି ପୂର୍ବତନ ପୋଲିସ ଡିଜିପି ପ୍ରକାଶ ମିଶ୍ର ।


ଅନ୍ୟ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଥିଲେ ଭିନ୍ନ । ଚରିତ୍ର ଓ ବ୍ୟକ୍ତିତ୍ୱକୁ ମାରିଲେ ତୀର । ଗଣନ୍ତ୍ରାତିକ ପଦ୍ଧତିରେ ଟିକେ ସଜାଗ ନରହିଲେ ଆପଣ କିଭଳି ନେତୃତ୍ୱ ପାଇବେ । ରାଜଧର୍ମରେ ଫୋକସ ନକରି, ଅନ୍ୟତ୍ରେ ରଖୁଥିଲେ ଲକ୍ଷ୍ୟ । ନିର୍ଣ୍ଣୟ ନେଉଥିଲେ ଅନ୍ୟ ଲୋକ । ଲେଖିକି ନେଉଥିଲେ ନବୀନ । ପ୍ରସଙ୍ଗ ବାଉନ୍ସ ହେଉଥିଲା । ଗୁରୁତ୍ୱ ଚର୍ଚ୍ଚାରେ ପ୍ରଶ୍ନ ପଚାରିଲେ ଉତ୍ତର ଆସୁଥିଲା ଖାଇବା ଭଲ ଥିଲା । ଏମିତିକି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଗୃହର ସଦସ୍ୟ ପ୍ରଶ୍ନ କଲେ ହଡବଡେଇ ଯାଉଥିଲେ ନବୀନ । ତେଣୁ ଖୋଜାଗଲା ଗଳିଆ ବାଟ । ପ୍ରଶ୍ନକର୍ତ୍ତାଙ୍କୁ ଉକ୍ତ ତାରିଖରେ ଅନୁପସ୍ଥିତ ରହିବାକୁ କୁହାଯାଉଥିଲା ।


ଏଭଳି କିଛି ଅନୁଭବ ଓ ଅନୁଭୂତୀକୁ କମେଡି ଇନ ଖାକି ବହିରେ ଉଲ୍ଲେଖ କରିଛନ୍ତି ପ୍ରକାଶ ମିଶ୍ର । ଯେଉଁଥିପାଇଁ ରୋଚକ ହୋଇଛି ବହି । ଅଭିବ୍ୟକ୍ତିକୁ ସାମ୍ନାକୁ ଆଣିଛନ୍ତି ଶ୍ରୀ ମିଶ୍ର । ଏଭଳି ବହି ସାମ୍ନାକୁ ଆସିବା ଦରକାର । ନିତୀ ନିର୍ଧାରକ ପଢିଲେ ନବୀନଙ୍କ ଅନେକ ରୋଚକ ତଥ୍ୟ ଜାଣିବେ । ତେଣୁ ବହିଟି ଓଡିଆରେ ପ୍ରକାଶ ପାଉ ବୋଲି ଏହାକୁ ଉଦଘାଟନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


କିଭଳି ଜଣେ ଓଡିଆ ଅଫିସରଙ୍କୁ ସିବିଆଇ ନିର୍ଦ୍ଦେଶକ ପଦବୀରୁ ବଞ୍ଚିତ ରଖିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ସେକଥା ଉଲ୍ଲେଖ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିମେଣ୍ଟ ପାଇଁ ଅଗ୍ରୀମ ଦେବାରୁ ପ୍ରକାଶଙ୍କ ବିରୋଧରେ ହୋଇଥିଲା ଭିଜିଲାନ୍ସ ତଦନ୍ତ । ଯାହାକୁ ପରବର୍ତ୍ତୀ ସମୟରେ ଖାରଜ କରିଥିଲେ ହାଇକୋର୍ଟ, ଭିଜିଲାନ୍ସ ଡିଜିଙ୍କୁ କରିଥିଲେ ଭର୍ସନା ।

Argus Whatsapp Channel Mobile Top
Sponsored
Dharmendra Pradhan On Prakash Mishra Book Comedy In Khakee | Argus News