ପୁଣି ନାଲି ଆଖି ଦେଖାଇଲେ ଦିଦି, ଲାଗିଲା ଜଗନ୍ନାଥ ଧାମ୍ ସ୍ଥାୟୀ ହୋର୍ଡିଂ

ପୁଣି ବିବାଦ । ଜଗନ୍ନାଥ ଧାମ୍ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପୁଣି ନାଲି ଆଖି ଦେଖାଇଲେ ମମତା ବାନାର୍ଜୀ । ଗତକାଲି ହୋର୍ଡିଂ କଢା ଯାଇଥିବାବେଳେ ଆଜି ପୁଣି ସ୍ଥାୟୀ ହୋର୍ଡିଂ ଲେଖାଯାଇଛି । ଯେଉଁ ସ୍ପଷ୍ଟ ଭାବରେ ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ୍ ବୋଲି ଲେଖାଯାଇଛି । ରାତାରାତି ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିବାବେଳେ ତାକୁ କଢାଯାଇ ସ୍ଥାୟୀ ହୋର୍ଡିଂ ଲଗାଯାଇଛି ।
ଖାଲି ସେତିକି ନୁହେଁ ୱେବ୍ ସାଇଟ୍ ରେ ମଧ୍ୟ ଜଗନ୍ନାଥ ଧାମ୍ ଦୀଘା ବୋଲି ଲେଖାଯାଇଛି । ଏହାସହ ୱେବସାଇଟ୍ ରେ ଆଉ ଏକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି ଯେ ମହାପ୍ରଭୁଙ୍କ ସ୍ଥାନ ଭୂଲ୍ ଚିତ୍ରିତ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
📱 Get Argus News App
✨ସେପଟେ ଦୀଘା ଜଗନ୍ନାଥ ଧାମ ନାମକରଣ ନେଇ ମଧ୍ୟ ପଶ୍ଚିମ ବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ । ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବି ବିରୋଧ କରୁଛୁ । ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖିବେ । ଦରକାର ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
