Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ବାରିପଦାରେ ଡବଲ ମର୍ଡର; ମାଟିତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର

Smruti Parija
Browse all articles by Smruti Parija
·11 months ago·1 min read
ବାରିପଦାରେ ଡବଲ ମର୍ଡର; ମାଟିତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର

Key Points

ବାରିପଦାରେ ଡବଲ ମର୍ଡର

15 ଦିନ ତଳେ ସ୍ତ୍ରୀ,ଶାଶୁକୁ ମାରି ମାଟିରେ ପୋତିଦେଇଥିଲା

ଆଜି ମିଳିଲା ମୃତଦେହ

ମଣିଷ ନା ରାକ୍ଷସ । ପ୍ରଥମେ ସ୍ତ୍ରୀ ତା ପରେ ନିଜ ଶାଶୁଙ୍କୁ କଲା ହତ୍ୟା । ମୃତକ ହେଲେ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ । ଏହି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ ।


ମୟୂରଭଞ୍ଜ ବାଙ୍ଗିରିପୋଷି କୁଳିଅଣା ଥାନା ସରପଙ୍ଖା ନୂଆଁ ଗାଁରେ ଡବଲ ମର୍ଡର । କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଉଭୟ ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ଅଭିଯୁକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୧୨ ତାରିଖରେ ବାପ ଘରୁ ସ୍ବାମୀ ଘରକୁ ଆସିଥିଲା ମୃତକ ସୋନାଲି ଓ ତାର ମାଆ। ପୂର୍ବରୁ ପାରିବାରିକ କଳହ ପାଇଁ ବାପ ଘରେ ରହୁଥିଲା ସୋନାଲି । ସେପଟେ ବାପ ଘରୁ ଆସିବା ପରେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ ହୋଇଥିଲେ ମୃତକ ସୋନାଲିର ପରିବାର ଲୋକ । ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ ଆଜି କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଖୋଲିଛି ଗୁମର । ଉଭୟ ଝିଅ ଓ ଶାଶୁ ମାଆକୁ ଗତ ୧୫ ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ପିଶାଚ ସ୍ବାମୀ । ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।


Sponsored
double-murder-in-baripada-bodies-of-wife-and-mother-in-law-recovered-from-underground-accused-arrested | Argus News