୮୮ ଜଣଙ୍କ ନାଁରେ ଜଘନ୍ୟ ଅପରାଧ ମାମଲା

ଅର୍ଗସ ବ୍ୟୁରୋ: ଜୁନ୍ ପହିଲାରେ ହେବ ଶେଷ ପର୍ଯ୍ୟାୟ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ୬ଟି ଲୋକସଭା ଆସନ ସହ ୪୨ ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୯୪ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛନ୍ତି ।
ବିଶ୍ଳେଷଣ ପରେ ୩୯୪ ଜଣ ପ୍ରାର୍ଥୀ ଙ୍କ ମଧ୍ୟରୁ ୯୬ ଜଣ ବା ୨୪ ପ୍ରତିଶତ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ବେଳେ ସଂଗୀନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି ୮୮ ଜଣ ବା ୨୨ ପ୍ରତିଶତ ପ୍ରାର୍ଥୀ ।୧୭ ଜଣ ପାର୍ଥୀଙ୍କୁ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ମହିଳାମାନଙ୍କ ଉପରେ ଅତ୍ୟାଚାର କରିଥିବା ୨୦ ଜଣଙ୍କ ନାଁରେ ମାମଲା ରହିଛି । ବିଶେଷ କରି ୨ ଜଣଙ୍କ ଧର୍ଷଣ ଭଳି ସଂଗୀନ ମାମଲା ରହିଛି। ଏଥିମଧ୍ୟରେ ବିଜେପିର ସର୍ବାଧିକ ୨୮ ଜଣଙ୍କ ନାଁରେ,ବିଜେଡିର୧୩ , ସିପିଆଇଏମ ୧ ଓ କଂଗ୍ରେସ ୧୧ ନାଁରେ ମାମଲା ରହିଛି। ଏହାସହ ୪୨ ଟି ନିର୍ବାଚନ ମଣ୍ଡଳୀରୁ ୧୪ ଟି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ରହିଛି ।
ସେହିପରି ୧୨୧ ଜଣ ବା ୩୧ ପ୍ରତିଶତ କୋଟିପତି ପ୍ରାର୍ଥୀ ରହିଥିବା ବେଳେ ୨ କୋଟିରୁ ଉର୍ଦ୍ବ ସମ୍ପତି ଅଧିକ ପାର୍ଥି ଙ୍କର ରହିଛି। ୫ କୋଟିରୁ ଉର୍ଧ୍ଵ ୪୧ ଜଣଙ୍କର ରହିଥିବା ବେଳେ ଏଥିରେ ଦୁଇ ମହିଳା ରହିଛନ୍ତି। ୩୭ ବିଜେଡି ୩୦ ବିଜେପି ୨୧ କଂଗ୍ରେସ ସିପିଆଇ ଓ ସିପିଏମ ର ଜଣେ ଲେଖା ପ୍ରାର୍ଥୀ ଙ୍କର ୨ କୋଟିରୁ ଉର୍ଦ୍ବ ସମ୍ପତି ରହିଛି । ୨ ଜଣଙ୍କର ଜମାରୁ ସମ୍ପତି ନାହିଁ ନଥିବା ବେଳେ ୩ ଜଣ ୩ ହଜାରରୁ କମ ସମ୍ପତି ରହିଛି। ୬୮ କୋଟିରୁ ଉର୍ଦ୍ବ ନିରଞ୍ଜନ ପଟନାୟକଙ୍କ ସମ୍ପତି ପୁରୁଷଙ୍କ ମଧ୍ୟରେ ସବୁଠାରୁ ଅଧିକ ସମ୍ପତି ହୋଇଥିବା ବେଳେ ସୁବାସିନୀ ଜେନାଙ୍କ ସମ୍ପତି ୧୩୫ ରୁ ଉର୍ଦ୍ବ ଓ ସୁବାସିନୀ ସାହୁଙ୍କର ୨୧ କୋଟିରୁ ଉର୍ଧ୍ଵ ସମ୍ପତି ରହିଛି ।
ସେହିପରି ଶିକ୍ଷାଗତ ଯୋଗ୍ୟତାକୁ ନେଇ ସ୍ଵାକ୍ଷର ୩ ଜଣ ଅର୍ଥାତ ୪ଥ ଶ୍ରେଣୀରୁ କମ ପଢିଥିବା ପ୍ରାର୍ଥୀ ରହିଥିବା ବେଳେ ୫ ପଢିଥିବା ୯ ଜଣ , ଅଷ୍ଟମ ୧୯, ଦଶମ ୬୮,ଦ୍ୱାଦଶ ୫୩ ,ଯୁକ୍ତ-୩ରେ୯୨, ପିଜି ୬୮, ପ୍ରଫେସନାଲ ଗ୍ରାଜୁଏଟ ୫୨ , ଡକ୍ଟରେଟ ପାଇଥିବା ୬ ଜଣ ଓ ୨୨ ଜଣ ଡିପ୍ଲୋମା ପଢିଥିବା ପ୍ରାର୍ଥୀ ରହିଛନ୍ତି ।
ଶେଷ ପର୍ୟାୟ ନିର୍ବାଚନରେ ୩୯୪ ପ୍ରାର୍ଥୀ ଙ୍କ ମଧ୍ୟରୁ ୩୩ ପୁରୁଷ ପ୍ରାଥୀ ହୋଇଥିବା ବେଳେ ମହିଳା ୬୧ ଜଣ ରହିଛନ୍ତି। ମହିଳାଙ୍କ ଭାଗିଦାରୀତା ନିର୍ବାଚନରେ ୧୫ ପ୍ରତିଶତ ରହିଥିବା ବେଳେ ୧୮ ଜଣ ସ୍ୱାଧୀନ ମହିଳା ପ୍ରାର୍ଥୀ ରହିଛନ୍ତି ।
📱 Get Argus News App
✨ସେହିପରି ବୟସର ମାପଦଣ୍ଡକୁ ନେଇ ଦେଖିଲେ ୩୧ ରୁ ୬୦ ଭିତରେ ୨୫୬ଜଣ ପ୍ରାର୍ଥୀ ରହିଥିବା ବେଳେ ୪୦ ରୁ ୫୦ବର୍ଷ ମଧ୍ୟରେ ୧୩୯ ଜଣା ୫୦ ରୁ ୬୦ ବର୍ଷା ମଧ୍ୟରେ ୧୦୧ ଜଣଙ୍କର ବୟସ ହୋଇଥିବା ବେଳେ ଜଣେ ମାତ୍ର ୮୧ ବର୍ଷର ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଏଠାରେ ସୂଚନା ଥାଉକି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଲୋକସଭା ଆସନ ର ୪୨ ଟି ବିଧାନସଭା ଆସନରେ ମତଦାନ ହେବ।