Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

କାଙ୍ଗାଳ ହେଲାଣି କି ବିଜେଡି !

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଙ୍ଗାଳ ହେଲାଣି କି ବିଜେଡି !

Key Points

କାଙ୍ଗାଳ ହେଲାଣି କି ବିଜେଡି !
ଆଉ ଆସୁନି କର୍ପୋରେଟ ଫଣ୍ଡିଂ
ଶଙ୍ଖ ଭବନ ଚଲାଇବାକୁ ଅଣ୍ଟୁନି କି ପଇସା !
ହୋଟେଲ ଖୋଲି ଶଙ୍ଖ ଭବନ ଖର୍ଚ୍ଚ ମେଣ୍ଟାଉଛି ଦଳ !

ଅର୍ଗସ ବ୍ୟୁରୋ:  ଶଙ୍ଖ ଭବନରେ ହୋଟେଲ ଚଳାଇବାକୁ ନେଇ ଏଭଳି ଏକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି ରାଜନୈତିକ କାର୍ଯ୍ୟାଳୟ ପାଇଁ ବିଏମ୍‌ସି ଦେଇଥିଲା ଅନୁମତି । ଆଉ ରାଜ୍ୟ ସରକାର ଦେଇଥିଲେ ଜାଗା । ହେଲେ ଏବେ ସେଠାରେ ହୋଟେଲ ଚଳାଇଛି ବିଜେଡି । ବିନା ଅନୁମତିରେ ଶଙ୍ଖ ଭବନରେ କେମିତି ଚାଲିଛି ହୋଟେଲ ? କାହିଁକି ଆସିଲା ଏଭଳି ପରିସ୍ଥିତି ? କର୍ପୋରେଟ ଫଣ୍ଡିଂ ବନ୍ଦ ହେବା ଯୋଗୁଁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବ୍ୟବସାୟ କରୁଛି ବିଜେଡି ? ଯଦି ହୋଟେଲ କରିବାର ଅଛି ତେବେ ଜାଗା ପାଇଁ ଅନୁମତି ବଜ୍ୟାପ୍ତି କରାଯାଉ ବୋଲି ଦାବି କରିଛନ୍ତି ଜଗନ୍ନାଥ ପ୍ରଧାନ।

ତେବେ ଏଠି ପ୍ରଶ୍ନ ଉଠୁଛି କ'ଣ ସତରେ ନିଶ୍ଚିର୍ଣ୍ଣ ହେବାକୁ ଯାଉଛି ବିଜେଡି ? ଲୋକ ଆସୁନାହାନ୍ତି କି ଆଉ କାର୍ଯ୍ୟାଳୟକୁ ? କେବଳ ପୂଜା ପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ନିମିତ୍ତ ମାତ୍ର ରହିଛି କି ଶଙ୍ଖ ଭବନ ? ଯଦି ହଁ... ତେବେ ସରକାର ତୁରନ୍ତ ନିଅନ୍ତୁ କାର୍ଯ୍ୟାନୁଷ୍ଠାନ । କାରଣ ଏବେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଷ୍ଟାର ହୋଟେଲରେ ପରିଣତ ହୋଇପାରେ ଶଙ୍ଖ ଭବନ । ଯାହାଫଳରେ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏଭଳି କରିବାକୁ ସାହାସ ପାଇବେ । ଯାହାକି ରାଜ୍ୟକୁ କ୍ଷତି ପହଞ୍ଚାଇବ ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Has BJD become a pauper? | Argus News