Himanta Biswa Sarma / ଆସାମରେ ଆଜିଠୁ ପୁଣି ଆରମ୍ଭ ହେବ ହିମନ୍ତ ସରକାର

Key Points
ଆସାମରେ ଆଜିଠୁ ପୁଣି ଆରମ୍ଭ ହେବ ହିମନ୍ତ ସରକାର
କ୍ରମାଗତ ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ
ଆଜିଠୁ ଆସାମରେ ପୁଣି ହିମନ୍ତ ସରକାର । କ୍ରମାଗତ ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା । ଗୁଆହାଟୀଠାରେ ଭବ୍ୟ ଶପଥ ଗ୍ରହଣ ସମାରୋହ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ସମେତ NDA ର ୪୦ରୁ ଅଧିକ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।
ଗୁଆହାଟୀର ଖାନାପାରା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ଉତ୍ସବ ଅନୁଷ୍ଠିତ । ଆସାମରେ ଏହା NDAର ତୃତୀୟ ସରକାର । ହିମନ୍ତଙ୍କ ସହ ଆଉ ଚାରି ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ରାମେଶ୍ୱର ତେଲି, ଅଜନ୍ତା ନେଓଗ, ଅତୁଲ ବୋରା, ଚରଣ ବୋରୋ ।
୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ NDA ୧୦୨ଟି ଆସନ ଜିତି ବହୁମତ ପାଇଛି । ଏଥିମଧ୍ୟରୁ ବିଜେପି ଏକାକୀ ୮୨ଟି ଆସନ ହାସଲ କରି ରାଜ୍ୟରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଛି । ଯେଉଁଠି AGP ଏବଂ BPF ପ୍ରତ୍ୟେକ ୧୦ଟି ଲେଖାଏଁ ଆସନ ଜିତିଛନ୍ତି ।
📱 Get Argus News App
✨Related Topics
Explore more stories