ଫେଲ୍ ମାରିଥିଲେ ସ୍ୱାମୀ, ପାସ୍ ହେବେ ତ ସ୍ତ୍ରୀ ?

Key Points
ଭିଡିଓରେ ବବି, ଦେବୀ, ସଂଜୟ, ଅତନୁ ଆଉ ମଝିରେ ମ୍ୟାଡାମ ସୁଜାତା
ଛାମୁଆ ନେତାଙ୍କ ନାହିଁ କାଟତି, କମାଣ ସମ୍ବାଳିବେ ପାଣ୍ଡିଆନଙ୍କ ପତ୍ନୀ !
ବିଜେଡିରେ ଏଣ୍ଟ୍ରି କରି ନବୀନଙ୍କ ଗାଦିରେ ବସିବେ ସୁଜାତା ମ୍ୟାଡାମ !
ସିକ୍ରେଟ୍ ଚାମ୍ବରରେ ସିକ୍ରେଟ ମିଟିଂ, ତୁନ୍ ହୋଇ ଶୁଣୁଛନ୍ତି 4 ନେତା
ଫେଲ ହେଲେ ସ୍ୱାମୀ । ରି-ଲଞ୍ଚିଂ ପରେ ବି ଭରସାକୁ ନେଉ ନାହାନ୍ତି ନେତା । ଆଉ ଏପଟେ ପତ୍ନୀ ପୁରା ତୟାର । ନବୀନଙ୍କ ଉତ୍ତରାଧିକାରୀ ବା ଶଙ୍ଖ ଦଳର ହାଇ କମାଣ୍ଡ ହେବେ ସୁଜାତା । ଏମିତି କିଛି ଚର୍ଚ୍ଚା ଏବେ ସବୁଠି । କାରଣ ଅର୍ଗସ ହାତରେ ଲାଗିଥିବା ଏହି EXCLUSIVE ଭିଜୁଆଲ ଦେଉଛି ତାହାର ସ୍ପଷ୍ଟ ସଙ୍କେତ । ଭିଡ଼ିଓରେ ବିଜେଡି ଛାମୁଆଙ୍କ ସହ ମିଟିଂ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ପ୍ରଶାସିକା ମ୍ୟାଡାମ ସୁଜାତା ।
ପାଖରେ ବସିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ । ସେପଟେ ସ୍ୱାମୀ ଭୈରବ ମଧ୍ୟ ନବୀନ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ କିଛି ଗୁପ୍ତ ଆଲୋଚନା କରୁଥିବା ଦୃଶ୍ୟମାନ ହୋଇଛି । ଯାହା ଇଙ୍ଗିତ କରୁଛି କି ନିଜେ ଫେଲ ହେବା ପରେ ପତ୍ନୀଙ୍କ ହାତରେ କମାଣ ଦେବାକୁ ଚାଲିଛି ପ୍ଲାନ ।
ସେପଟେ ପାଣ୍ଡିଆନଙ୍କ ପ୍ଲାନକୁ ନେଇ କ୍ଷୁବ୍ଧ ଅନେକ ନେତା । କିଛି ବଳ ଜୁଟାଇ କହୁଛନ୍ତି । ଆଉ କିଛି ମନ ଭିତରେ ଜଳି ମଧ୍ୟ ଉଁ କି ଚୁଁ କହୁ ନାହାନ୍ତି । ଦଳରୁ ବାହାରିବା ପରେ ମଧ୍ୟ ଭୈରବଙ୍କ ହାକିମାତିକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିର୍ଦ୍ଦିଷ୍ଟ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଦେବାଶିଷ କହିଛନ୍ତି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ନେତାଙ୍କୁ ଓ ରାଜ୍ୟବାସୀଙ୍କୁ ନ ଜଣାଇବା ଭୈରବ ବାବୁଙ୍କର ଏକ ବଡ଼ ଭୁଲ ଓ ଦଳ ପାଇଁ କ୍ଷତି ।
📱 Get Argus News App
✨ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିଲୁ । ପାଣ୍ଡିଆନ ଜାଣିବା ଦରକାର ଓଡ଼ିଶା ପାଇଁ ତାଙ୍କର ଅବଦାନ ଓ ସ୍ୱପ୍ନ କିଛି ନାହିଁ । ସେପଟେ ସୁଜାତାଙ୍କୁ ସାମ୍ନାରେ ସମାନ ପ୍ରଶ୍ନ ପଚାରି ବ୍ୟାକଫୁଟରେ ରାଜା ସ୍ୱାଇଁ । ନବୀନଙ୍କ ଚିକିତ୍ସା ସମ୍ପର୍କରେ ସୁଜାତାଙ୍କୁ ପଚାରିବାରୁ ପାଣ୍ଡିଆନ ଦେଖାଇଥିଲେ ନାଲିଆଖି ।
ନିଜେ
ନବୀନଙ୍କୁ ଘରେ ରଖି ରାଇଜ ବୁଲି
ଫେଲ ମାରିଲେ । ଦଳରୁ ଅନେକ ଗଞ୍ଜଣା
ଶୁଣିଲେ। ଆଉ ମୁହଁରେ ସନ୍ୟାସୀ
ସାଜି ଦଳରେ ସାଂସାରିକ ଲୋଭ ରଖୁଥିବା
ପାଣ୍ଡିଆନ ବାବୁ ପତ୍ନୀଙ୍କୁ
ପାସ୍ କରାଇ ପାରିବେ ତ ?