ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
·1 year ago

ଅର୍ଗସ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପଞ୍ଚାୟତିରାଜ ବିଭାଗର ଅନ୍ତ୍ୟୋଦୟ ଯୋଜନା ସହ ନଦୀ ବନ୍ଧ ଯୋଜନାରେ ସେତୁ ନିର୍ମାଣ ଲାଗି ଟେଣ୍ଡର ପ୍ରସ୍ତାବ ଉପରେ କ୍ୟାବିନେଟରେ ବାଜିପାରେ ମୋହର ।
ଖବର ଅନୁଯାୟୀ, ବୁଧବାର ଦିନ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଆଜିର ବୈଠକରେ କେଉଁ ସବୁ ନିଷ୍ପତ୍ତି ନିଆଯିବ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ମିଳିଥିବା ଖବର ଅନୁସାରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ୍ର ମୋହର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ରାଜନୀତି ଖବର: