ବାଂଲାଦେଶୀଙ୍କୁ ବେଙ୍ଗଲି କହି ସୁରକ୍ଷା ଦେବାକୁ ଷଡଯନ୍ତ୍ର ରଚିଛନ୍ତି କି ମହୁଆ

Key Points
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡିବାକୁ ଦେଶର ସଂକଳ୍ପ
ଝାରସୁଗୁଡ଼ାରେ ଅଟକ ସନ୍ଦିଗ୍ଧ ବାଂଲାଦେଶୀ
କିନ୍ତୁ ଖଡଗହସ୍ତ ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ପିନାକୀଙ୍କ ପତ୍ନୀ ମହୁଆ ମୈତ୍ର
ବାଂଲାଦେଶୀଙ୍କୁ ବେଙ୍ଗଲି କହି ସୁରକ୍ଷା ଦେବାକୁ ଷଡଯନ୍ତ୍ର ରଚିଛନ୍ତି କି ମହୁଆ
ପୂର୍ବରୁ ମମତା ବି ନେଇଥିଲେ ସମାନ ଆଭିମୁଖ୍ୟ
ବିଜେପି ରଖିଲା କଡା ଜବାବ
ବିଦା ହେବେ କି ଅନୁପ୍ରବେଶକାରୀ ?
ଝାରସୁଗୁଡ଼ାରେ ଅଟକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ନେଇ ଖଡ଼ଗହସ୍ତ ପଶ୍ଚିମବଙ୍ଗର TMC ସାଂସଦ ତଥା ପିନାକୀ ମିଶ୍ରଙ୍କ ପତ୍ନୀ ମହୁଆ ମୈତ୍ର । ଭିଡିଓ ବାର୍ତ୍ତାରେ କହିଲେ, ଅଟକଙ୍କ ଭିତରେ ଅଛନ୍ତି ବେଙ୍ଗଲି । ବାଂଲାଦେଶୀଙ୍କୁ ବେଙ୍ଗଲି କହି ସୁରକ୍ଷା ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି କି ମହୁଆ । ବିଜେପି କହିଲା, ବିଜେଡିର କୌଣସି ନେତା ଏହା କହିନପାରି ନୂଆ ବୋହୂ ଦ୍ୱାରା କୁହାଉଛନ୍ତି । ସ୍ପଷ୍ଟୀକରଣ ରଖିଲେ ଉତ୍ତରାଞ୍ଚଳ IG ।
ଏହି ଘଟଣାକୁ ନେଇ ଖଡଗହସ୍ତ ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ପିନାକୀଙ୍କ ପତ୍ନୀ ମହୁଆ ମୈତ୍ର । ମହୁଆ ସିଧା ସିଧା ରାଜ୍ୟ ସରକାରଙ୍କୁ ଧମକ ଦେଇଛନ୍ତି । ମହୁଆ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଝାରସୁଗୁଡ଼ା ଅଟକ 444 ଶ୍ରମିକଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର 23 ଶ୍ରମିକ ଅଛନ୍ତି । ଏମାନଙ୍କ ଭିତରେ 440 ବଙ୍ଗାଳୀ ଅଟକ ଅଛନ୍ତି । ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ରଖିଛି । ମୋ ନିର୍ବାଚନ ମଣ୍ଡଳୀର 23 ଶ୍ରମିକଙ୍କ ପାଖରେ ସବୁ ବୈଧ ପ୍ରମାଣ ପତ୍ର ରହିଛି । ଭାବନ୍ତୁନି ଏହି ଅଟକ ଶ୍ରମିକମାନଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି ।
📱 Get Argus News App
✨ସେମାନଙ୍କୁ ଅଟକ ରଖିବାର କୌଣସି ଯଥାର୍ଥ ପ୍ରମାଣ ନାହିଁ । ସେମାନଙ୍କୁ ତୁରନ୍ତ ଛଡ଼ା ନଗଲେ ଆମେ ଆଇନର ଆଶ୍ରୟ ନେବୁ । ଓଡ଼ିଶାକୁ 50 ପ୍ରତିଶତ ପର୍ଯ୍ୟଟନ ରାଜସ୍ବ ପଶ୍ଚିମବଙ୍ଗରୁ ଆସୁଛି । ଯଦି ବେଙ୍ଗଲି ଶ୍ରମଜୀବୀଙ୍କୁ ହଇରାଣ ହେବ , ଓଡ଼ିଶା ଯିବା ବନ୍ଦ କରିବେ ବେଙ୍ଗଲି । ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଚେତାବନୀ ଦେଇଛନ୍ତି ମହୁଆ ।
ବାଂଲାଦେଶୀଙ୍କୁ ବେଙ୍ଗଲି କହି ସୁରକ୍ଷା ଦେବାକୁ ଷଡଯନ୍ତ୍ର ରଚିଛନ୍ତି କି ମହୁଆ । ପୂର୍ବରୁ ମମତା ବି ନେଇଥିଲେ ସମାନ ଆଭିମୁଖ୍ୟ । ଏହାର କଡା ଜବାବ ରଖିଛି ବିଜେପି । ବିଜେପି ବିଧାୟକ ଟଙ୍କଧରଲ ତ୍ରିପାଠୀ କହିଛନ୍ତି, ମହୁଆ ଯାହା କହୁଛନ୍ତି ତାହା ବୋଧେ ବିଜେଡିର ଭାଷା । ବିଜେଡିର କୌଣସି ନେତା ଏହା କହି ନପାରି ତାଙ୍କ ନୂଆ ବୋହୂ ଦ୍ୱାରା କୁହାଉଛନ୍ତି ।
ଭାରତ ବର୍ଷ ହେଉଛି ଭାରତୀୟଙ୍କର । ଏହା କେଉଁ ଧର୍ମଶାଳା ନୁହଁ ଯେ ଅନ୍ୟ ଦେଶର ଲୋକେ ବିନା କାଗଜ ପତ୍ରରେ ଆସି ଦୀର୍ଘ ଦିନ ରହି ଅନୈତିକ କାର୍ଯ୍ୟ କରିବେ । ନିୟମ ଅନୁସାରେ କାଗଜପତ୍ର ଯାଞ୍ଚ କରାଯାଉଛି । ନିୟମ ଅନୁସାରେ ଯାହାର କାଗଜପତ୍ର ଅଛି ତାଙ୍କୁ ଛାଡି ଦିଆଯାଇଛି । ଯାହାର କାଗଜପତ୍ର ନାହିଁ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡିବାକୁ ଦେଶର ସଂକଳ୍ପ । ସାରା ରାଜ୍ୟରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଜାରି ରହିଛି ତନାଘନା । ଗୃହ ବିଭାଗ ନିର୍ଦେଶ ଅନୁସାରେ ଝାରସୁଗୁଡା ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି ବାଂଲାଦେଶୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଆଉ ଏପରି ସମୟରେ ମ ହୁଆଙ୍କ ଧମକ ତିଆରି କରିଛି ନୂଆ ବିତର୍କ । ଏହାର ସ୍ପଷ୍ଟୀକରଣ ଦେବେ କି ପିନାକୀ ମିଶ୍ର । ବାଂଲାଦେଶୀଙ୍କୁ ହଟାଇବାରେ କାହିଁକି ବାଧା ସୃଷ୍ଟି କରୁଛନ୍ତି ମହୁଆ ।