Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ନବୀନଙ୍କୁ ଜୟଙ୍କ ସମାଲୋଚନା, ମୋ ବାପାଙ୍କୁ ଦେଖିବାକୁ ଆସିଲେନି...ଏବେ ଭୋଟ୍‌ ପାଇଁ ଆସୁଛନ୍ତି

Rashmita Mishra
Browse all articles by Rashmita Mishra
·8 months ago·2 min read
ନବୀନଙ୍କୁ ଜୟଙ୍କ ସମାଲୋଚନା, ମୋ ବାପାଙ୍କୁ ଦେଖିବାକୁ ଆସିଲେନି...ଏବେ ଭୋଟ୍‌ ପାଇଁ ଆସୁଛନ୍ତି

Key Points

ବିଜେଡି ସୁପ୍ରିମୋଙ୍କୁ ନୂଆପଡ଼ାର ବିଜେପି ପ୍ରାର୍ଥୀଙ୍କ କଡ଼ା ସମାଲୋଚନା ।
ଜୟ ଢୋଲକିଆ କହିଲେ, ବାପା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କଲାବେଳେ ଆସିଲେନି କି ଫୋନ୍ କରି ବୁଝିନଥିଲେ ନବୀନ ପଟ୍ଟନାୟକ
ନିର୍ବାଚନ ପ୍ରଚାରରେ ଆସି କରୁଛନ୍ତି ମିଛ ଅଭିଯୋଗ: ଜୟ

ନୂଆପଡା ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକକୁ କଡ଼ା ସମାଲୋଚନା କରିଛନ୍ତି । ଜୟ କହିଛନ୍ତି ସୋମବାର ନବୀନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ବେଶି କିଛି କହିବାର ନାହିଁ । ସେ ମୋ ବାପା ଭଳି । ବାପା ଯେତେବେଳେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସେତେବେଳେ ସେ ହସ୍ପିଟାଲ ଆସିଲେନି କି ଫୋନ କରି ପଚାରି ନଥିଲେ। ଏବେ କିନ୍ତୁ ନିର୍ବାଚନ ପ୍ରଚାରରେ ଆସି ଏମିତି କହୁଛନ୍ତି । ମତେ ବହୁତ ଖରାପ ଲାଗିଛି ଏ ଅଭିଯୋଗ ।

ପ୍ରାର୍ଥୀ କେବେ ଚୋରି କରାଯାଏନି । ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି । ସେ ବାପା ଭଳି ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲେ । ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ଏଥିସହ ପଢ଼ନ୍ତୁ: ଭକ୍ତ କଲେ ତାତ୍ସଲ୍ୟ, 'ନବୀନଙ୍କ ଭାଷଣ ଶୁଣିବାକୁ ରହିଲେନି ଲୋକେ'

ଏପଟେ କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା । ଆଉ ଏବେ ଏହାର ଜବାବ୍ ରଖିଛନ୍ତି ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା । ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ । ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ଵପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା । ଆଉ ବାପାଙ୍କ ସେହି ସ୍ଵପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି । ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା ।

ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ଵନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ଵ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡିରେ ରହି ଜୀବନ ଦେଇଥିଲେ ବି ସେମାନେ କିଛି କରିନାହିଁନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | BJP Candidate Jay Dholakia Slams BJD Supremo in Nuapada | Political War of Words | Argus News