Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ରାହୁଲ ଗାନ୍ଧିଙ୍କ 'ଦେଶ ବିରୋଧୀ ମନ୍ତବ୍ୟ' ମାମଲା; ରାଜୀବ ଗାନ୍ଧି ଫାଉଣ୍ଡେସନକୁ ନୋଟିସ୍

Smruti Parija
Browse all articles by Smruti Parija
·10 months ago·2 min read
ରାହୁଲ ଗାନ୍ଧିଙ୍କ 'ଦେଶ ବିରୋଧୀ ମନ୍ତବ୍ୟ' ମାମଲା; ରାଜୀବ ଗାନ୍ଧି ଫାଉଣ୍ଡେସନକୁ ନୋଟିସ୍

Key Points

ରାହୁଲ ଗାନ୍ଧିଙ୍କ 'ଦେଶ ବିରୋଧୀ ମନ୍ତବ୍ୟ' ମାମଲା
ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଝାରସୁଗୁଡ଼ା ପୋଲିସର ନୋଟିସ୍
ଆର୍ଥିକ ରେକର୍ଡ ଓ ବିଦେଶୀ ଅନୁଦାନର ମଗାଗଲା ବିବରଣୀ
୨୦୧୧ରେ ରାଜୀବ ଗାନ୍ଧି ଫାଉଣ୍ଡେସନ ଜାକିର ନାୟକଙ୍କଠୁ ଡୋନେସନ ପାଇଥିବା ଅଭିଯୋଗ
୨୦୦୫-୦୬ରେ ଚୀନଠାରୁ ନେଇଥିଲା ୩ ଲକ୍ଷ ଆମେରିକୀୟ ଡଲାର

ରାହୁଲ ଗାନ୍ଧିଙ୍କ 'ଦେଶ ବିରୋଧୀ ମନ୍ତବ୍ୟ' ମାମଲାରେ ବଢ଼ିଲା ରାଜୀବ ଗାନ୍ଧି ଫାଉଣ୍ଡେସନର ଅଡୁଆ। ଫାଉଣ୍ଡେସନକୁ ନୋଟିସ୍ ଜାରି କରିଛି ଝାରସୁଗୁଡ଼ା ପୋଲିସ। ଯେଉଁଥିରେ ଏହାର ଆର୍ଥିକ ରେକର୍ଡ ଓ ବିଦେଶୀ ଅନୁଦାନର ବିବରଣୀ ମାଗାଯାଇଛି ।


1. 1991, ଜୁନ 21 ତାରିଖରେ ପ୍ରତିଷ୍ଠା ହୋଇଥିଲା ରାଜୀବ ଗାନ୍ଧି ଫାଉଣ୍ଡେସନ
2. ପ୍ରତିଷ୍ଠା ଦିନଠାରୁ ଫାଉଣ୍ଡେସନ କେତେ ବିଦେଶୀ ଅନୁଦାନ ପାଇଛି
3. ବିଦେଶୀ ଅନୁଦାନ ଜମା ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନୋଟିସରେ କୁହାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫାଉଣ୍ଡେସନର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ ଆନନ୍ଦଙ୍କୁ ନଭେମ୍ବର 4ରେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଟିସରେ କୁହାଯାଇଛି ନିର୍ଦ୍ଦେଶ ଅନୁପାଳନ ନ କଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।


ରାଜୀବ ଗାନ୍ଧି ପାଉଣ୍ଡେସନ ବିରୋଧରେ ରହିଛି ଅନେକ ସଂଗୀନ ଅଭିଯୋଗ
2011ରେ ରାଜୀବ ଗାନ୍ଧି ଫାଉଣ୍ଡେସନ ଜାକିର ନାୟକଙ୍କଠାରୁ ଡୋନେସନ ପାଇଥିଲା
2005-06ରେ ଚୀନ ସରକାରଙ୍କଠାରୁ ଫାଉଣ୍ଡେସନକୁ ଆସିଥିଲା 3 ଲକ୍ଷ ଆମେରିକୀୟ ଡଲାର
ୟୁପିଏ ସରକାର ସମୟରେ ଅର୍ଥ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ରିଲିଫ ପଣ୍ଡରୁ ବି ଏହି ଫାଉଣ୍ଡେସନକୁ ଟଙ୍କା ଆସିଥିଲା


ଚଳିତ ବର୍ଷ ୧୫ ଜାନୁଆରୀରେ ଦିଲ୍ଲୀରେ ରାହୁଲ ଗାନ୍ଧି ଦେଇଥିଲେ ବିବାଦୀୟ ଭାଷଣ। କହିଥିଲେ: "ବିଜେପି ଓ RSS ଦେଶର ପ୍ରତି ପ୍ରତିଷ୍ଠାନକୁ କବଜା କରିନେଇଛନ୍ତି । ଆମେ ଏବେ ବିଜେପି, RSS ଏବଂ ଭାରତୀୟ ରାଜ୍ୟ ସହ ଲଢୁଛୁ । ଏହାକୁ ନେଇ ୭ ଫେବୃଆରୀ ୨୦୨୫ରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲା ଝାରସୁଗୁଡ଼ା ନାଗରିକ ଫୋରମ । ସ୍ଥାନୀୟ ବିଜେପି, ବିଜେପି ଯୁବ ମୋର୍ଚ୍ଚା, RSS, ବଜରଙ୍ଗ ଦଳ, ବିଜେପି ଲିଗାଲ୍ ସେଲ୍ ବି ଅଭିଯୋଗ କରିଥିଲେ । ଯେଉଁଥିରେ କୁହାଯାଇଥିଲା BJP RSS ବିରୋଧରେ କହିବାକୁ ଯାଇ ଉଦ୍ଦେଶ୍ୟ ମୂଳକ ଭାବେ ଦେଶ ବିରୋଧରେ ମତ ଦେଉଛନ୍ତି ।


ଦେଶ ବିରୋଧୀ ଓ ଆପତ୍ତିଜନକ ବୟାନ ନେଇ ବାରମ୍ବାର ବିବାଦ ଘେରକୁ ଆସୁଛନ୍ତି ରାହୁଲ ଗାନ୍ଧି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ସହ ତାଙ୍କୁ କ୍ଷମା ବି ମାଗିବାକୁ ପଡ଼ିଛି । ତଥାପି ସୁଧୁରୁନାହାନ୍ତି କଂଗ୍ରେସ ଯୁବରାଜ।

Sponsored
jharsuguda-police-issues-notice-to-rajiv-gandhi-foundation-over-rahul-gandhis-anti-national-remarks | Argus News