ରାଜ୍ୟସଭାରେ କମଲ ହାସନଙ୍କ ଏଣ୍ଟ୍ରି: ତାମିଲ ଭାଷାରେ ନେଲେ ଶପଥ
·11 months ago·1 min read

Key Points
ରାଜ୍ୟସଭାରେ କମଲ ହାସନଙ୍କ ଏଣ୍ଟ୍ରି
ତାମିଲ ଭାଷାରେ ନେଲେ ଶପଥ
ଖୁସି ଜାହିର କରିଛନ୍ତି ନିଜେ କମଲ ହାସନ
ଅଭିନେତା ତଥା ମକ୍କଲ ନିଥି ମୟମ ପ୍ରମୁଖ କମଲ ହାସନ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ପ୍ରଥମେ କମଲ ହାସନଙ୍କ ଶପଥ ଗ୍ରହଣ କରାଯାଇଥିଲା । କମଲ ହାସନ ରାଜ୍ୟ ସଭା ସାଂସଦ ଭାବେ ତାମିଲ ଭାଷାରେ ଶପତନେଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ସ୍ତରରେ କମଲ ହାସନ ପ୍ରଥମ ଥର ଲାଗି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମ ଥର ଲାଗି ରାଜ୍ୟ ସଭା ସାଂସଦ ଭାବେ ଦାୟିତ୍ୱ ଗ୍ରହଣ କରିବା ନେଇ ନିଜ ଖୁସି ଜାହିର କରିଛନ୍ତି ନିଜେ କମଲ ହାସନ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୋତେ ଆଜି ଖୁବ୍ ଗର୍ବ ଅନୁଭବ ହେଉଛି । ଗତ ଜୁନ୍ ୧୨ ତାରିଖରେ କମଲ ହାସନ ଏବଂ ଅନ୍ୟ ୫ ଜଣଙ୍କୁ ରାଜ୍ୟ ସଭା ପାଇଁ ବିନା ପ୍ରତିଦ୍ୱନ୍ଦ୍ବୀରେ ବଛାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: