Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଏହି ନେତାଙ୍କ ଠାରୁ ହାରିଲେ କେଜ୍ରିଓ୍ବାଲ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏହି ନେତାଙ୍କ ଠାରୁ ହାରିଲେ କେଜ୍ରିଓ୍ବାଲ

ଦିଲ୍ଲୀରେ କ୍ଷମତାଚ୍ୟୁତ ହୋଇଛି ଆମ ଆଦମି ପାର୍ଟି ସରକାର। ନୂଆଦିଲ୍ଲୀ ଆସନରୁ ଦଳର ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲ ପରାଜିତ ହୋଇଛନ୍ତି। ତେବେ ଅରବିନ୍ଦ କେଜ୍ରିଓ୍ବାଲ ଭଳି ହେବିଓ୍ବେଟ ନେତାଙ୍କୁ କିଏ ହରାଇଲା ତାଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଏହି ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ଟକ୍କର ଦେଇଥିଲେ ପରଭେଶ ଶର୍ମା। ବିଜେପି ପ୍ରାର୍ଥୀ ପରଭେଶଙ୍କ ଠାରୁ ପରାସ୍ତ ହୋଇଛନ୍ତି କେଜ୍ରିଓ୍ବାଲ।


ଜାଣନ୍ତୁ ପରଭେଶଙ୍କ ରାଜନୈତିକ କ୍ୟାରିୟର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରଭେଶ ବର୍ମା ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ। ସାହିବ ସିଂହ ବର୍ମା ୧୯୯୬ ଫେବୃଆରୀ ମାସରୁ ୧୯୯୮ ଅକ୍ଟୋବର ଯାଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କ ପୁଅ ପରେଭଶ ୨୦୧୩ ମସିହାରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଦିଲ୍ଲୀର ମହରାଲି ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟ ହୋଇଥିଲେ। ପରେ ୨୦୧୪ ରେ ପଶ୍ଚିମ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢି ବଜୟ ହୋଇଥିଲେ। ୨୦୧୯ ମଧ୍ୟ ଲୋକସଭା ନିର୍ବାଚନରେ ଜିତିଥିଲେ। ଏବେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ହାଇଭୋଲଟେଜ୍ ସିଟ୍ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଥିଲା । ଏହି ଆସନରେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଓ କଂଗ୍ରେସ ପ୍ରାର୍ଥୀ ସଂନ୍ଦୀପ ଦିକ୍ଷୀତ। ଏବେ ସେ ୩ ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ପରବେଶ କେଜ୍ରିଓ୍ବାଲ ହଟାଓ ଦେଶ ବଚାଓ ଅଭିଯାନ ଆରମ୍ଭ କରି ଅଧିକ ଚର୍ଚ୍ଚାକୁ ଆସିଥିଲେ ପରଭେଶ। ସେ ମହିଳା ସୁରକ୍ଷା, ଦିଲ୍ଲୀର ଭିତ୍ତିଭୂମି ବିକାଶ, ବିପର୍ଯ୍ୟସ୍ତ ଦିଲ୍ଲୀ ପ୍ରଶାସନ, ଯମୁନା ନଦୀ ସଫେଇ ଭଳି ପ୍ରସଙ୍ଗକୁ ମୁଦ୍ଦା କରି କେଜ୍ରିଓ୍ବାଲଙ୍କୁ ଅଡୁଆରେ ପକାଇଥିଲେ।

Sponsored
kejriwal-lost-to-this-leader | Argus News