Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଫେବ୍ରୁଆରୀ ୧୭ରେ ବଜେଟ ଉପସ୍ଥାପନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫେବ୍ରୁଆରୀ ୧୭ରେ ବଜେଟ ଉପସ୍ଥାପନ

ଅର୍ଗସ ବ୍ୟୁରୋ:  ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୧୭ରେ ବଜେଟ ଉପସ୍ଥାପନ ହେବ । ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍‌ । ତେବେ ନୂଆ ସରକାର ଆସିବା ପରେ ଅନେକ ଚାଲେଞ୍ଜ ମଧ୍ୟ ରହିଛି ।


କେନ୍ଦ୍ର ଅନୁଦାନ କେତେ ଆସିବ ଏବଂ ରାଜ୍ୟ ସରକାରଙ୍କ ବଜେଟର ରୂପ ରେଖ କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବା ବେଳେ ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।ତେବେ ସମୁଦାୟ 28 ଦିନ କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭା ଅଧିବେଶନ ସମୟରେ ଉଭୟ ଶାସକ ଏବଂ ବିରୋଧି ଭାଗ ନେବେ । କେଉଁ ବିଭାଗ ପାଇଁ କେତେ ଟଙ୍କା ଦିଆଯାଉଛି ଏବଂ କେତେ ଗୁରୁତ୍ବ ଦିଆଯାଉଛି ସେନେଇ ତର୍ଜମା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
Legislative session to begin on February 13 update story | Argus News