ସସ୍ମିତଙ୍କ ବିରୋଧରେ ନବୀନଙ୍କୁ ଚିଠି

ୱାକଫ୍ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ୍ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପ୍ରସଙ୍ଗ। ସସ୍ମିତଙ୍କ ବିରୋଧରେ ବିଜେଡି ସଭାପତି ନବୀନଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ପ୍ରଫୁଲ୍ଲ ସାମଲ। ସେ କହିଛନ୍ତି, ସୋସିଆଲ୍ ମିଡିଆରେ ସସ୍ମିତ୍ ପାତ୍ରଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏହା ଦଳକୁ କ୍ଷତି ପହଞ୍ଚାଇବ, ବିଚାରବିମର୍ଶ କରି ବିହିତ ପଦକ୍ଷେପ ନିଅନ୍ତୁ। ସଂଖ୍ୟାଲଘୁଙ୍କ ହିତ ପାଇଁ କାମ କରିଆସୁଛି ବିଜେଡି, ଆଗାମୀ ଦିନରେ ବି କରିବ ।
ୱାକଫ୍ ବିଲକୁ ନେଇ ବିଜେଡି ଫାଳ ଫାଳ । ବିଜେଡି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମତଭେଦ ଜଳ ଜଳ । ନିର୍ଭର ସୂତ୍ରରୁ ଖବର, ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡିର 5 ଜଣ ସାଂସଦ । କେବଳ ମୁନ୍ନା ଖାଁ ବିପକ୍ଷରେ ଦେଇଛନ୍ତି ଭୋଟ୍, ଦେବାଶିଷ ସାମନ୍ତରାୟ କରିଛନ୍ତି ଭୋଟ୍ ବର୍ଜନ । ରାଜ୍ୟସଭା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଡକ୍ଟର ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି । କେବଳ ମୁନା ଖାଁ ବିଲ୍କୁ ବିରୋଧ କରି ଭୋଟ ଦେଇଛନ୍ତି । ଆଉ ସାଂସଦ ଦେବାଶଷ ସାମନ୍ତାରାୟ ଗୃହରେ ଅନୁପସ୍ଥିତ ଥିଲେ ।