Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ହେବେ ମନମୋହନ ସାମଲ

Smruti Parija
Browse all articles by Smruti Parija
·1 year ago·1 min read
ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ହେବେ ମନମୋହନ ସାମଲ

Key Points

ବିଜେପି ରାଜ୍ୟ ସଭାପତି ପଦକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ

ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ମଙ୍ଗ ଧରିବେ ମନମୋହନ ସାମଲ

ଆଜି ଔପଚାରିକ ଘୋଷଣାକୁ ଅପେକ୍ଷା

ବିଜେପି ରାଜ୍ୟ ସଭାପତି ପଦକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ । ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ହେବେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ କରିଛନ୍ତି ନାମାଙ୍କନ ଦାଖଲ । ଆଜି ବିଧିବଦ୍ଧ ଘୋଷଣା ସହ ନୂଆ ଇନିଂସ ଆରମ୍ଭ କରିବେ ମନମୋହନ । ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ ଜଣ ବି କରିଛନ୍ତି ଆବେଦନ ଏବେ କେବଳ ଔପଚାରିକ ଘୋଷଣାକୁ ରହିଛି ଅପେକ୍ଷା ।


ଆଜି ନାମାଙ୍କନ ପତ୍ର ଯାଞ୍ଚ ପରେ ଯଦି ଆବେଦନ ଠିକ୍ ଥାଏ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ବିଧିବଦ୍ଧ ଘୋଷଣା କରିବେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ରାଜ୍ୟ ସଭାପତି ପଦ ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ଓଡ଼ିଶାରୁ ୩୨ ଜଣ ଆବେଦନ କରିଥିବା ସୂଚନା ଦେଇଛନ୍ତି ଜୟସ୍ବାଲ । ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ମନମୋହନ ସାମଲ । ଆଉ ସେ ଯେବେଯେବେ ଦଳର ମଙ୍ଗ ଧରିଛନ୍ତି ରାଜ୍ୟ ବିଜେପି ଚାଖିଛି କ୍ଷମତାର ସ୍ବାଦ । ପ୍ରଥମ ପାଳିରେ ୧୯୯୯ ରୁ ୨୦୦୦ ଯାଏ ରାଜ୍ୟ ସଭାପତି ଦାୟିତ୍ବ ସମ୍ଭାଳିଥିଲେ ମନମୋହନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
manmohan-samal-to-be-state-bjp-president-for-fourth-time | Argus News