Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଦୁବାଇ ଏକ୍ସପୋଜର ଟୁରର ପୋଲ୍ ଖୋଲିଲେ ମିଶନଶକ୍ତି ମହିଳା

Smruti Parija
Browse all articles by Smruti Parija
·10 months ago·2 min read
ଦୁବାଇ ଏକ୍ସପୋଜର ଟୁରର ପୋଲ୍ ଖୋଲିଲେ ମିଶନଶକ୍ତି ମହିଳା

Key Points

ସରକାରୀ ଟଙ୍କାରେ ବୁଲିବାକୁ ଯାଇଥିଲେ ବିଜେଡି କର୍ମୀ ଓ ନେତ୍ରୀ
ନିର୍ବାଚନ ପୂର୍ବରୁ ରାଜକୋଷରୁ ସ୍ବାହା ହୋଇଥିଲା 14 କୋଟି
ଆଚରଣ ବିଧି ଲାଗୁ ବେଳେ ଲୋକଙ୍କ ଟଙ୍କାରେ କରିଥିଲେ ମଉଜ

ମିଶନ ଶକ୍ତିର 763 ମହିଳା ଏକ୍ସପୋଜର ଟୁରରେ ଯାଇଥିଲେ ଦୁବାଇ । ଦୁବାଇ ଟୁରରୁ ପାଇଥିବା ଏକ୍ସପୋଜରକୁ କେମିତି ଓ କିପରି କାମରେ ଲଗାଇଲେ ଜାଣିବା ପାଇଁ ଆମ ଟିମ ପହଁଞ୍ଚିଥିଲା ସ୍ହୟଂ ସହାୟକ ଗୋଷ୍ଠୀର କିଛି ମହିଳାଙ୍କ ପାଖରେ । ନୀଳଗିର ବ୍ଲକ ଏସଏଚଜିର ସେକ୍ରେଟାରୀ ଥିବା ବିଳାସୀନ ଖୋଲି କହିଥିଲେ ଦୁବାଇ ଟୁରର କାହାଣୀ । ପ୍ରଥମେ ଭୁବନେଶ୍ବରରେ ବିଜେଡି ପାର୍ଟି ଅଫିସ ତା ପରେ ମିଶନ ଶକ୍ତି କାର୍ଯ୍ୟାଳୟ ସେଇଠୁ ବିମାନ ବନ୍ଦର ଯାଇ ଦୁବାଇ...ହେଲେ ଫେରିବା ପରେ ଦୁବାଇ ଅଭିଜ୍ଞତା କି କାମରେ ଆସିଲା ପ୍ରଶ୍ନରେ ଉତ୍ତର ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ ।


2023 ନଭେମ୍ବରରୁ 15ରୁ , 2024 ଏପ୍ରିଲ 1 ପର୍ଯ୍ୟନ୍ତ 26 ଟି ଗ୍ରୁପ ଯାଇଥିଲେ ଦୁବାଇ । ଏଥିପାଇଁ ରାଜ୍ୟ କୋଷରୁ ସ୍ବାହା ହୋଇଥିଲା 13 କୋଟି 48 ଲକ୍ଷ 30 ହଜାର 13 ଟଙ୍କା । ଆରଟିଆଇ ତଥ୍ୟରୁ ସାମନାକୁ ଆସିଛି ସତ । କେବଳ ମିଶନ ଶକ୍ତି ବିଭାଗ ପଠାଇଥିଲା 763 ମହିଳାଙ୍କୁ । ଜଳ ସଂପଦ ଓ ଏସସି ଏସଟି ବିଭାଗ ବି କିଛି ମହିଳାଙ୍କୁ ପଠାଇଥିଲା । ଏସକଟରେ 49 ଅଫିସର ବି ଯାଇଥିଲେ ଦୁବାଇ । କେବଳ ବିମାନ ଟିକେଟରେ ଖର୍ଚ୍ଚ ହୋଇଥିଲା 3 କୋଟି 6 ଲକ୍ଷ ଟଙ୍କା । 5 ଷ୍ଟାର ହୋଟଲେରେ ରହିବା,ଖାଇବା ଓ ମଉଜରେ ଉଡିଯାଇଥିଲା 7 କୋଟି 92 ଲକ୍ଷ ଟଙ୍କା । ତେବେ ଦୁବାଇ ଯାଇଥିବା ମହିଳା କି ଏକ୍ସପୋଜର ନେଇ ଫେରିଲେ ସେତେବେଳେ ବିମାନ ବନ୍ଦରରେ ଏମାନଙ୍କୁ ପଚାରିଥିଲା ଅର୍ଗସ ଟିମ ।  ହେଲେ କେହି ମୁହଁ ଖୋଲି ନ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


2024 ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଲାଗୁ ବେଳେ ସରକାରୀ ଟଙ୍କାରେ ଦୁବାଇ ବୁଲାକୁ ନେଇ ଆପତ୍ତି ଉଠାଇଥିଲା ବିଜେପି । ସେତେବେଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖେ ଦଳ ଫେରାଦ ହୋଇଥିଲେ ।  ଏବେ ସୂଚନା ଅଧିକାରରେ ତଥ୍ୟ ସାମନାକୁ ଆସିବା ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି- ବିଜେଡି ।


Sponsored
mission-shakti-women-opens-the-real-fact-of-dubai-exposure-tour | Argus News