Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଭାରତ ବନିଛି ବିଶ୍ବର ଚତୁର୍ଥ ବୃହତ ଆର୍ଥିକ ଶକ୍ତି

Smruti Parija
Browse all articles by Smruti Parija
·1 year ago·2 min read
ଭାରତ ବନିଛି ବିଶ୍ବର ଚତୁର୍ଥ ବୃହତ ଆର୍ଥିକ ଶକ୍ତି

Key Points

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି
ବିଜେପି ରଖିଲା ୧୧ ବର୍ଷର ସରକାରଙ୍କ ଉପଲବ୍ଧି
ଭାରତ ବନିଛି ବିଶ୍ବର ଚତୁର୍ଥ ବୃହତ ଆର୍ଥିକ ଶକ୍ତି
୨୫ କୋଟି ଭାରତୀୟଙ୍କୁ ମିଳିଛି ଗରିବୀରୁ ମୁକ୍ତି
ମେକ ଇନ୍ ଇଣ୍ଡିଆରୁ ଡିଜିଟାଲ କ୍ରାନ୍ତି ଯାଏ ସଫଳତା ଜୋରଦାର
ସର୍ଜିକାଲ ଷ୍ଟ୍ରାଇକରୁ ଅପରେସନ୍ ସିନ୍ଦୂର,ଆତଙ୍କବାଦ ଉପରେ ପ୍ରହାର
ଧାରା ୩୭୦ ଓ ୩ ତଲାକ୍ ଉଚ୍ଛେଦ ପରି ଅସମ୍ଭବ ହେଲା ସମ୍ଭବ
୧୧ ବର୍ଷର ରିପୋର୍ଟ କାର୍ଡ ବିଜେପି ଘରେ ଘରେ ପହଞ୍ଚାଇବ

ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୧୧ ବର୍ଷର ଯାତ୍ରା। ଅନେକ ନୂଆ କୀର୍ତ୍ତି, ଅନେକ ଉପଲବ୍ଧି ଓ ଅନେକ କଠୋର ନିଷ୍ପତ୍ତି ବଳରେ ଏହି ୧୧ ବର୍ଷରେ ଭାରତକୁ ବନିଛି ନୂଆ ବିଶ୍ବ ଶକ୍ତି। ଆଜି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ହୋଇଛି ପୂରଣ। ଏହି ଅବସରରେ ୧୧ ବର୍ଷର ରିପୋର୍ଟ କାର୍ଡ ଦେଶବାସୀଙ୍କ ସାମ୍ନାରେ ରଖିଛି ଦଳ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୧୧ ବର୍ଷ ସରକାର ଉପଲବ୍ଧି ନେଇ ଦେଇଛନ୍ତି ହିସାବ। କହିଛନ୍ତି ଗରିବ କଲ୍ୟାଣ ରହିଆସିଛି ମୋଦି ସରକାରଙ୍କ ପ୍ରାଥମିକତା। ଯାହାର ଫଳ ସ୍ବରୂପ ୨୫ କୋଟି ଭାରତୀୟଙ୍କୁ ମୋଦିଙ୍କ ଶାସନ କାଳରେ ମିଳିଛି ଦାରିଦ୍ର୍ୟରୁ ମୁକ୍ତି।


ମୋଦି ସରକାରଙ୍କ ଏକାଧିକ ଗରିବ କଲ୍ୟାଣ ଯୋଜନାରୁ କୋଟି କୋଟି ଭାରତୀୟ ହୋଇଛନ୍ତି ଲାଭବାନ୍। ୮୧ କୋଟି ଭାରତୀୟଙ୍କୁ ମିଳୁଛି ମାଗଣା ରାସନ୍। ୧୫ କୋଟିରୁ ଅଧିକ ଲୋକଙ୍କ ଘରେ ପହଞ୍ଚିଛି ନଳ ଯୋଗେ ଜଳ କନେକସନ୍।୪ କୋଟିରୁ ଅଧିକ ଗରିବଙ୍କୁ ମିଳିଛି ପକ୍କା ଘର। ପ୍ରାୟ ୧୨କୋଟି ମାଗଣା ଶୌଚାଳୟ ହୋଇଛି ନିର୍ମାଣ। ୬୮ ଲକ୍ଷ ଉଠାଦୋକାନୀଙ୍କୁ ମିଳିଛି ଋଣ ସହାୟତା। ୫୨.୫ କୋଟି ଛୋଟ ବ୍ୟବସାୟୀଙ୍କୁ ମିଳିଛି ସହଜ ଋଣ। ୨୦ କୋଟି ମହିଳାଙ୍କୁ କୋଭିଡ ସମୟରେ ଦିଆଯାଇଛି ଆର୍ଥିକ ସହାୟତା। ଉଜ୍ବଳା ଗ୍ୟାସ୍ କନେକସନ୍ ମାଧ୍ୟମରେ ୧୦ କୋଟିରୁ ଅଧିକ ମହିଳାଙ୍କ ଜୀବନଧାରଣ ମାନରେ ଆସିଛି ପରିବର୍ତ୍ତନ। ଯାହାକୁ ନିଜେ ସ୍ବୀକାର କରିଛନ୍ତି ଦେଶର ଗରିବ ଜନସାଧାରଣ।


୧୧ ବର୍ଷର ମୋଦି ଶାସନର ସେହି ୧୧ ପ୍ରମୁଖ ଯୋଜନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ସଂକଳ୍ପ ପୂରଣର ବନିଛି ମୁଖ୍ୟ ଆଧାର । ପିଏମ୍ ଜନଧନ ଯୋଜନା, ପିଏମ୍ ଜନ ଆରୋଗ୍ୟ ଯୋଜନା, ପିଏମ୍ ଆୟୁଷ୍ମାନ ଭାରତ ଯୋଜନା, ପିଏମ୍ ଆବାସ ଯୋଜନା,ପିଏମ୍ ଉଜ୍ବଳା ଯୋଜନା, ପିଏମ୍ କିଶାନ ସମ୍ମାନ ନିଧି, ପିଏମ୍ କିଶାନ ବୀମା ଯୋଜନା, ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଅଟଳ ପେନସନ୍ ସ୍କିମ୍ ଏବଂ ପିଏମ୍ ବିଶ୍ବକର୍ମା ଯୋଜନା।


ଏହି ୧୧ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ହୋଇଛି ଅନେକ ଅକଳ୍ପନୀୟ କାର୍ଯ୍ୟ। ଜାମ୍ମୁ- କାଶ୍ମୀରରୁ ଧାରା ୩୭୦ ହେଉଛି ୩ ତଲାକର ଉଚ୍ଛେଦ। ଏଥିସହ ଆତଙ୍କବାଦ ଉପରେ ଜୋରଦାର ପ୍ରହାର। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ୍ ଏୟର ଷ୍ଟ୍ରାଇକ୍ ଏବଂ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୂର ମୋଦିଙ୍କ ଦୃଢ ନିଷ୍ପତ୍ତିର ବଡ଼ ପ୍ରମାଣ।

Sponsored
modi-govt-completes-a-year-of-3rd-term-11-years-overall | Argus News