Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bihar Election / ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Rashmita Mishra
Browse all articles by Rashmita Mishra
·9 months ago·2 min read
ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Key Points

ବିହାରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିହାର ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ
ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ

ବିହାରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ବିହାର ଗସ୍ତରେ ଯାଇ ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଆଜି ନୂଆପଡାରୁ ସିଧା ବିହାର ଗସ୍ତରେ ଯାଇ ପ୍ରଚାର କରିବେ । ଏହା ପରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ବିହାରରେ ତାଙ୍କର ପ୍ରଚାର ପରେ, ମାଝୀ ନୂଆପଡା ଫେରିଯିବେ। ଏହା ପୂର୍ବରୁ, ସେ ନୂଆପଡାର ବିଜୟ ସଂକଳ୍ପ ସମାବେଶରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ଜିଲ୍ଲାରେ ବିକାଶକୁ ଆଗେଇ ନେବା ପାଇଁ ଡବଲ-ଇଞ୍ଜିନ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।


ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନ: ଆସନ ଭାଗବଣ୍ଟା ନେଇ ଛିଣ୍ଡୁନି ଇଣ୍ଡି ମେଣ୍ଟର ଅଙ୍କ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାଝୀ ନୂଆପଡାର ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ଏହି ଅଞ୍ଚଳର ପ୍ରଗତିକୁ ଓଡ଼ିଶାର ସବୁଠାରୁ ବିକଶିତ ଜିଲ୍ଲା ମଧ୍ୟରୁ ଗୋଟିଏ କରିବା ପାଇଁ ବ୍ୟକ୍ତିଗତ ଭାବରେ ତଦାରଖ କରିବେ।


ଏପଟେ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ରାଜ୍ୟ ସଭାପତି ରାଜେଶ ରାମଙ୍କୁ କୁଟୁମ୍ବାରୁ ପ୍ରାର୍ଥୀ କରିଥିବା ବେଳେ ଶକିଲ ଅହମ୍ମଦଙ୍କୁ କାଦବାରୁ ପ୍ରାର୍ଥୀ କରାଯାଇଛି। ଶଶାଙ୍କ ଶେଖରଙ୍କୁ ପାଟନା ସାହିବରୁ ଟିକେଟ୍ ମିଳିଛି । କୌଶଳେନ୍ଦ୍ର କୁମାରଙ୍କୁ ନାଳନ୍ଦାରୁ ପ୍ରାର୍ଥୀ କରାଯାଇଛି । ମହାମେଣ୍ଟ ସହ ଆସନ ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା ।

ଏପରିକି ଅନେକ ଥର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । କଂଗ୍ରେସ କେତେ ଆସନରେ ପ୍ରାର୍ଥୀ ଦେବ ତାହା ଏଯାଏଁ ଯଦିଓ ସ୍ଥିର ହୋଇନାହିଁ, କିନ୍ତୁ ଦଳ ୪୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଆରଜେଡି ୧୩୫, କଂଗ୍ରେସ ୬୧, ଭିଆଇପି ୧୬ ଓ ବାମପନ୍ଥୀ ଦଳ ୩୧ଟି ଆସନରେ ଲଢ଼ିପାରନ୍ତି । ତେବେ କିଛି ଆସନରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ସେହିପରି କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ ରାଜନୀତି ଖବର...

Sponsored
Bihar Election | Chief Minister Mohan Charan Majhi to Campaign in Bihar Election | Argus News | Argus News