Odisha Politics / ମୋକିମଙ୍କ ବଡ଼ ଘୋଷଣା: କହିଲେ ନିଜ ନୂଆ ଦଳର ନାଁ

Key Points
ମୋକିମ ନେଲେ କି ବଡ଼ ନିଷ୍ପତ୍ତି ?
ମୋକିମ କହିଲେ ନିଜ ନୂଆ ଦଳର ନାଁ ।
ସବୁ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଛେଦ... ମୋକିମ ନେଲେ କି ବଡ଼ ନିଷ୍ପତ୍ତି ? ସମର୍ଥକଙ୍କ ଆଲୋଚନା ପରେ ନାଁ ଫାଇନାଲ୍ । ଏମିତି ଅନେକ ଚର୍ଚ୍ଚାରେ ଲାଗିବାକୁ ଯାଉଛି ବିରାମ । କହିଥିଲେ ନୂଆବର୍ଷରୁ ନୂଆ ଦଳ ଘୋଷଣା । ଏବେ କେବଳ ଔପଚାରିକତା ବାକି ଅଛି । ଯାହା ଶୁଣିବାକୁ ମିଳିଛି ଯେ, ମୋକିମଙ୍କ ନୂଆ ଆଞ୍ଚଳିକ ଦଳର ନାଁ ଫାଇନାଲ ସରିଛି ।
ସୂଚନାଥଉ କି, ଜଣା ପଡିଲା ରାଜ୍ୟର ନୂଆ ଆଞ୍ଚଳିକ ଦଳର ନାଁ । ନୂଆ ଦଳ ନେଇ ମହମ୍ମଦ ମୋକିମଙ୍କ ପତିକ୍ରିୟା। ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ନାଁ ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡିଶା ଲୋକ କଂଗ୍ରେସ । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ । ନୂଆ ଦଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରରେ ମହିଳା କନକ୍ଲେଭ ଆୟୋଜନ ହେବ।ଫେବୃଆରୀ ୫ ରେ କୃଷକ ସମାବେଶ ହେବ।ବିଭିନ୍ନ ଦଳର ନେତା ମୋ ସହ ଯୋଗାଯୋଗରେ ଥିବା ମୋକିମ୍ କହିଛନ୍ତି ।
ଯଦିଓ ଏନେଇ କିଛି ସ୍ପଷ୍ଟତା ଆସିନି, ତଥାପି ଅନେକ କଥା ଶୁଣିବାକୁ ମିଳିଛି । ଏନେଇ ନିଜେ ଖୁଲାସା କରିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି ଏ ନେଇ ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ସୋମବାର ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ବିଧି ବଦ୍ଧ ଘୋଷଣା ହେବ ।
📱 Get Argus News App
✨Related Topics
Explore more stories